Advertisment

ନଭେମ୍ବର ୯ରେ ସିଜେଆଇ ଭାବେ ଶପଥ ନେବେ ଜଷ୍ଟିସ୍ ଡି.ଓ୍ୱାଇ. ଚନ୍ଦ୍ରଚୂଡ଼

ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି ଜଷ୍ଟିସ୍ ଡି.ଓ୍ୱାଇ. ଚନ୍ଦ୍ରଚୂଡ଼। ୫୦ ତମ ପ୍ରଧାନ ବିଚାରପତି ଭାବେ ସୋମବାର ତାଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରେପଦୀ ମୁର୍ମୁ।

ଅଦ୍ୟତନ ହୋଇଛି
Justice D.Y. Chandrachud

cji will take oath

Advertisment

 ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି ଜଷ୍ଟିସ୍ ଡି.ଓ୍ୱାଇ. ଚନ୍ଦ୍ରଚୂଡ଼। ୫୦ ତମ ପ୍ରଧାନ ବିଚାରପତି ଭାବେ ସୋମବାର ତାଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରେପଦୀ ମୁର୍ମୁ। ଆସନ୍ତା ନଭେମ୍ବର ୯ ତାରିଖରେ ସେ ବିଧିବଦ୍ଧ ଭାବେ ଦାୟିତ୍ୱଗ୍ରହଣ କରିବେ। କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜ୍ଜିଜୁ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।

Advertisment

ପରବର୍ତ୍ତୀ ପ୍ରଧାନ ବିଚାରପତି କାହାକୁ କରାଯିବ ତାଙ୍କ ନାମକୁ ସୁପାରିସ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କୁ ପ୍ରସ୍ତାବ ଦିଆଯାଇଥିଲା  ଏହାପରେ ଜଷ୍ଟିସ ଲଳିତ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ଡି.ଓ୍ୱାଇ.ଚନ୍ଦ୍ରଚୂଡ଼ଙ୍କ ନାମକୁ ଗତ କିଛିଦିନ ତଳେ ସୁପାରିସ କରିଥିଲେ। ଜଷ୍ଟିସ ୟୁୟୁ ଲଳିତ ଆସନ୍ତା ନଭେମ୍ବର ୮ରେ ଅବସର ନେବେ। ତାଙ୍କ ସ୍ଥାନରେ ଅର୍ଥାତ ପ୍ରଧାନ ବିଚାରପତି ଭାବେ ଆସନ୍ତା ୯ ତାରିଖରେ ଦାୟିତ୍ୱ ନେବେ ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ଼।

ଅଧିକ ପଢ଼ନ୍ତୁ: ଦେଶର ୫୦ତମ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼

ଜଷ୍ଟିସ ଚନ୍ଦ୍ରଚୁଡ଼ଙ୍କ କାର୍ଯ୍ୟକାଳ ୨ ବର୍ଷ ରହିବ। ଆସନ୍ତା ୨୦୨୪ ନଭେମ୍ବର ୧୦ରେ ସେ କାର୍ଯ୍ୟରୁ ଅବସର ନେବେ। ଜଷ୍ଟିସ ଚନ୍ଦ୍ରଚୁଡ଼ଙ୍କ ପୂରା ନାଁ ଧନଞ୍ଜୟ ୟଶୱନ୍ତ ଚନ୍ଦ୍ରଚୁଡ଼। ୧୯୫୯ ନଭେମ୍ବର ୧୧ ତାରିଖରେ ମୁମ୍ବାଇରେ ସେ ଜନ୍ମଗ୍ରହଣ କରିଥିଲେ।

Advertisment

ପ୍ରଥମେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ LLB କରିବା ପରେ ହାଭାର୍ଡ ବିଶ୍ୱବିଦ୍ୟାଳୟରୁ LLM ଓ ପରେ ନ୍ୟାୟିକ ବିଜ୍ଞାନରେ ଡକ୍ଟରେଟ୍ ଉପାଧି ଲାଭ କରିଥିଲେ। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ସମେତ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ ଏବଂ ପଶ୍ଚିମବଙ୍ଗରେ ବିଚାରପତି ଭାବେ ଦାୟିିତ୍ୱ ସମ୍ଭାଳିଛନ୍ତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୁଡ଼। ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୁଡ଼ ହେଉଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ୱାଇ.ଭି.ଚନ୍ଦ୍ରଚୁଡ଼ଙ୍କ ପୁଅ। ଜଷ୍ଟିସ ୱାଇ.ଭି.ଚନ୍ଦ୍ରଚୁଡ଼ ଦୀର୍ଘ ୭ ବର୍ଷରୁ ଅଧିକ ସମୟ ଧରି ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଭାବେ ଦାୟିତ୍ୱରେ ରହିଥିଲେ। 

Supreme Court Supreme Court Of India CJI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ