/odishatv-khabar/media/post_attachments/uploadimage/library/16_9/16_9_0/____1701834618.jpg)
5 Yr Old Girl Rescued After 9 Hours Who Falls Into Borewell
ପୁଣି ବିପଦ ସାଜିଲା ବୋରୱେଲ୍ ଗାତ । ଶୀତୁଆ ରାତିରେ ୩୦ ଫୁଟ୍ ଗଭୀର ଗର୍ତ୍ତ ଭିତରେ ୯ ଘଣ୍ଟା ଧରି ଫସି ରହିଲା ୫ ବର୍ଷର ଶିଶୁକନ୍ୟା । ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲା ପିପିଲିୟା ରସୋଡ଼ା ଗାଁରେ ଏହି ଘଟଣା ଘଟିଛି ।
ବିଳମ୍ବିତ ରାତି ଯାଏ ରେସ୍କ୍ୟୁ ଅପରେସନ ଚାଲିଥିବା ବେଳେ ଶେଷରେ ଦୀର୍ଘ ୯ ଘଣ୍ଟାରୁ ଅଧିକ ସମୟ ପରେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ୫ ବର୍ଷୀୟା ମାହି ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ବେଳେ ଏକ ୩୦ ଫୁଟ ଗଭୀର ବୋରୱେଲ ଗର୍ତ୍ତ ଭିତରେ ଖସି ପଡ଼ିଥିଲା ।
#ପୁଣି_ବିପଦ_ସାଜିଲା_ବୋରୱେଲ୍_ଗର୍ତ୍ତ
୩୦ ଫୁଟିଆ ଗର୍ତ୍ତରେ ୯ ଘଣ୍ଟା ଫସିରହିଲା ୫ ବର୍ଷର ଶିଶୁକନ୍ୟା….ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲା ପିପିଲିୟା ରସୋଡ଼ାରେ ଅଘଟଣ…ବିଳମ୍ବିତ ରାତିରେ ଉଦ୍ଧାର ହେଲା ୫ ବର୍ଷୀୟା ମାହି…#MadhyaPradesh#Borewell#OTVpic.twitter.com/m84i0ChKNM— ଓଟିଭି (@otvkhabar) December 6, 2023
ଏ ସଂପର୍କରେ ଖବର ପାଇ SDRF ଓ NDRF ଟିମ୍ ସହ ଘଟଣାସ୍ଥଳରେ ସ୍ଥାନୀୟ ଜିଲ୍ଲାପାଳ ପହଞ୍ଚିଥିଲେ । ଏହାପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ଦୀର୍ଘ ୯ ଘଣ୍ଟାରୁ ଅଧିକ ସମୟର କସରତ ପରେ ରାତି ୨ଟା ୩୦ରେ ସୁରକ୍ଷିତ ଉଦ୍ଧାର ହୋଇଥିଲା ୫ ବର୍ଷୀୟା ମାହି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)