Advertisment

Tigers Dead: ବିପଦରେ ବନ୍ୟଜନ୍ତୁ; ବିଷକ୍ରିୟା ଯୋଗୁଁ ୫ ବାଘ ମୃତ !

କର୍ଣ୍ଣାଟକର ମେଲ୍ ମହାଦେଶ୍ୱର ପର୍ବତର ବନ୍ୟପ୍ରାଣୀ ଅଭୟାରଣ୍ୟର ହୁଗ୍ୟାମ ଜଙ୍ଗଲ ରେଞ୍ଜରେ ଗାଈକୁ ମାରି ତାର ମାଂସକୁ ଖାଇବା ପରେ ୫ଟି ବାଘଙ୍କର ମୃତ୍ୟୁ ହୋଇଛି ।

ଅଦ୍ୟତନ ହୋଇଛି
tiger dead

tiger dead

Advertisment

କର୍ଣ୍ଣାଟକର ମେଲ୍ ମହାଦେଶ୍ୱର ପର୍ବତର ବନ୍ୟପ୍ରାଣୀ ଅଭୟାରଣ୍ୟର ହୁଗ୍ୟାମ ଜଙ୍ଗଲ ରେଞ୍ଜରେ ଏକ ବାଘୁଣୀ ଓ ତାର ଚାରିଟି ଛୁଆଙ୍କ ମୃତ୍ୟୁ ପରେ ଚିନ୍ତାରେ କର୍ଣ୍ଣାଟକ ବନ୍ୟପ୍ରାଣୀ ବିଭାଗ । ଗୋଟିଏ ଦିନରେ ଗୋଟିଏ ସ୍ଥାନରେ ବାଘୁଣୀ ଓ ତାର ୪ଟି ଛୁଆର ମୃତ୍ୟୁର କାରଣ ବିଷକ୍ରିୟା ଯୋଗୁଁ ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି । 

Advertisment

ଅଧିକ ପଢ଼ନ୍ତୁ: ରିଲ୍ସ ହେଲା କାଳ, ଲାଇକ୍ ମିଳିବା ଆଗରୁ ଚାଲିଗଲା ଜୀବନ

କର୍ଣ୍ଣାଟକର ବନ୍ୟପ୍ରାଣୀ ବିଭାଗ ଅଧିକାରୀମାନେ କହିଛନ୍ତି, ବାଘୁଣୀଟି ଗତ କିଛି ଦିନ ପୂର୍ବରୁ ଏକ ଗାଈକୁ ମାରି ଦେଇଥିଲା । ଏହା ପରେ ବାଘୁଣୀ ଓ ତାର ଛୁଆମାନେ ସେହି ମୃତ ଗାଈର ମାଂସକୁ ଖାଇଥିଲେ । ଯାହା ପରେ ବାଘୁଣୀ ଓ ତାର ଛୁଆମାନଙ୍କର ମୃତ୍ୟୁ ହୋଇଥିଲା । ଶୁକ୍ରବାର ଶବ ବ୍ୟବଚ୍ଛେଦ ପରେ ସେମାନଙ୍କର ମୃତ୍ୟୁର କାରଣ ଜଣା ପଡିବ । 

ଏହି ଅଘଟଣକୁ ନେଇ କର୍ଣ୍ଣାଟକର ଜଙ୍ଗଲ ମନ୍ତ୍ରୀ ଇଶ୍ୱର ଖନ୍ଦ୍ରେ ବାଘୁଣୀଙ୍କ ମୃତ୍ୟୁକୁ ଅସ୍ୱାଭାବିକ ବୋଲି କହିବା ସହ କିପରି ବାଘୁଣୀମାନଙ୍କର ମୃତ୍ୟୁ ହେଲା, ତାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ କରି ତିନି ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

Advertisment

ମିଳିଥିବା ସୂଚନା ଅନୁଯାୟୀ, ମଣିଷ ଓ ବନ୍ୟକନ୍ତୁଙ୍କ ସଂଘର୍ଷରେ ଅତିଷ୍ଠ ହୋଇ ସ୍ଥାନୀୟ ଗ୍ରାମବାସୀମାନେ ଗାଈମାନଙ୍କୁ ବିଷ ଦେଇ ମାରିଥିବାର ସୂଚନା ମିଳିଛି । ମନ୍ତ୍ରୀ କହିଛନ୍ତି, ଯଦି ବନ୍ୟପ୍ରାଣୀ ବିଭାଗ କର୍ମଚାରୀଙ୍କ ଅବହେଳା କିମ୍ବା ବିଦ୍ୟୁତ ଆଘାତରେ ଓ ବିଷ ଦ୍ୱାରା ବାଘୁଣୀ ଓ ତା ଛୁଆମାନଙ୍କର ମୃତ୍ୟୁ ହୋଇଥିବ, ତାହାଲେ ଦୋଷୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହେବ । 

ଦେଶରେ ମଧ୍ୟପ୍ରଦେଶ ପରେ କର୍ଣ୍ଣାଟକରେ ସବୁଠୁ ଅଧିକ ବାଘ ରହିଛନ୍ତି । କର୍ଣ୍ଣାଟକରେ ମୋଟ ୫୬୩ଟି ବାଘ ଅଛନ୍ତି । ମେଲ୍ ମହାଦେଶ୍ୱର ପର୍ବତର ବନ୍ୟପ୍ରାଣୀ ଅଭୟାରଣ୍ୟ ୯୦୬ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ । ଏହି ବନ୍ୟପ୍ରାଣୀ ଅଭୟାରଣ୍ୟକୁ ବ୍ୟାଘ୍ର ସଂରକ୍ଷଣରେ ପରିଣତ କରିବା ପାଇଁ ୧୫ ବର୍ଷ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ତାହା ପୂରା ହୋଇ ପାରିନାହିଁ । ଯଦିଓ ବ୍ୟାଘ୍ର ସଂରକ୍ଷଣ ହେଲେ ବାଘମାନଙ୍କୁ ପୂର୍ଣ୍ଣ ସୁରକ୍ଷା ଦିଆଯାଇପାରିବ ନାହିଁ, କିନ୍ତୁ ବାଘମାନଙ୍କର ବେଆଇନ ଚାଲାଣ ରୋକିବା ସହ ବାଘମାନଙ୍କର ସଂରକ୍ଷଣ କରାଯାଇ ପାରିବ ।

Advertisment

ଅଧିକ ପଢ଼ନ୍ତୁ: ଡିଭାଇଡର ଉପରେ ଚଢିଯାଇ ଚୁରମାର୍ କାର୍, କୁଆଡେ ଗଲା ନମ୍ବରପ୍ଲେଟ୍?

Karnataka
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ