ବ୍ଲକ ଲିଷ୍ଟରେ ପଡ଼ିଛି କି ଆପଣଙ୍କ ନମ୍ବର ? ଜାଣିବା ପାଇଁ ୫ଟି ଟିପ୍ସ

ୟୁଜର୍ସଙ୍କ ପ୍ରାଇଭେସି ରକ୍ଷା ପାଇଁ ହ୍ୱାଟ୍‌ସଅପ୍‌ ସବୁବେଳେ ଚେଷ୍ଟା କରିଆସୁଛି। ୟୁଜର୍ସ ଫ୍ରେଣ୍ଡଲି ହେବା ପାଇଁ ହ୍ୱାଟସ୍‌ଅପ ପ୍ରତି ମାସରେ କିଛି କିଛି ନୂଆ ଫିଚର ନେଇ ଆସୁଛି। ଏହି ସେପ୍ଟି ଫିଚର ମଧ୍ୟରୁ ଗୋଟିଏ ହେଉଛି ବ୍ଲକ ଅପ୍‌ସନ। ହ୍ୱାଟ୍‌ସଅପରେ ଆପଣ ଯେ କୌଣସି ନମ୍ବରକୁ ଚାହିଁଲେ ବ୍ଲକ କରିପାରିବେ। ହେଲେ ଯଦି କିଏ ଆପଣଙ୍କୁ ବ୍ଲକ କରିଛନ୍ତି ତେବେ ଆପଣ କେମିତି ଜାଣିବେ ?

5 quick tips to know if you are blocked

ୟୁଜର୍ସଙ୍କ ପ୍ରାଇଭେସି ରକ୍ଷା ପାଇଁ ହ୍ୱାଟ୍‌ସଅପ୍‌ ସବୁବେଳେ ଚେଷ୍ଟା କରିଆସୁଛି। ୟୁଜର୍ସ ଫ୍ରେଣ୍ଡଲି ହେବା ପାଇଁ ହ୍ୱାଟସ୍‌ଅପ ପ୍ରତି ମାସରେ କିଛି କିଛି ନୂଆ ଫିଚର ନେଇ ଆସୁଛି। ଏହି ସେପ୍ଟି ଫିଚର ମଧ୍ୟରୁ ଗୋଟିଏ ହେଉଛି ବ୍ଲକ ଅପ୍‌ସନ। ହ୍ୱାଟ୍‌ସଅପ ରେ ଆପଣ ଯେ କୌଣସି ନମ୍ବରକୁ ଚାହିଁଲେ ବ୍ଲକ କରିପାରିବେ। ଏହି ନମ୍ବର ଆପଣଙ୍କ  ହ୍ୱାଟସ୍‌ଅପ ଲିଷ୍ଟରେ ଥାଉ ବା ନ ଥାଉ, ଯଦି ଆପଣ ଚାହୁଁଛନ୍ତି ଏହାକୁ ବ୍ଲକ କରିବା ପାଇଁ ତେବେ କରିପାରିବେ।   ଫଳରେ ଉକ୍ତ ନମ୍ବରରୁ କୌଣସି ମେସେଜ ତୁମ ପାଖକୁ ଆସିବ ନାହିଁ।

ହେଲେ କେହି ଭଲ ବନ୍ଧୁ, ପରିବାର ସଦସ୍ୟ ତୁମକୁ ଯଦି ବ୍ଲକ କରିଦେଲେ କେମିତି ଜାଣିବ ? ତୁମକୁ କିଏ ବ୍ଲକ କରିଛି ଜାଣିବା ପାଇଁ କୌଣସି ଫିଚର ଆସିନାହିଁ। ହେଲେ ଆମେ ଆପଣଙ୍କୁ ଏ ବିଷୟରେ ୫ଟି  ଟିପ୍‌ସ ଦେବୁ। ଏହି ଟିପ୍ସ ମାଧ୍ୟମରେ ଆପଣ ସହଜରେ ଜାଣିପାରିବେ କିଏ ଆପଣଙ୍କୁ ହ୍ୱାଟ୍‌ସଆପ୍‌ରେ ବ୍ଲକ କରିଛି। ଆସନ୍ତୁ ଜାଣିବା ସେହି ଟିପ୍‌ସଗୁଡିକ। 

-ଲାଷ୍ଟ ସିନ୍‌ ଦେଖନ୍ତୁ: ଯଦି ଆପଣ କୌଣସି ନମ୍ବରର ଅନଲାଇନ ଷ୍ଟାଟସ୍‌ ବା ଲାଷ୍ଟ ସିନ୍‌ ସ୍କ୍ରିନରେ ଦେଖିପାରୁ ନାହାନ୍ତି ତେବେ ଜାଣି ନିଅନ୍ତୁ ଯେ ଉକ୍ତ ନମ୍ବର ଆପଣଙ୍କୁ ବ୍ଲକ କରିଛି। ତେବେ ଏହି ଟିପ୍ସ  ହ୍ୱାଟ୍‌ସ ଅପ୍‌ ଖୁବ୍‌ ଶୀଘ୍ର ବନ୍ଦ କରି ଦେଇପାରେ। କାରଣ ନୂଆ ପ୍ରାଇଭେସି ସେଟିଂ ଅନୁସାରେ, ଖୁବ୍‌ ଶୀଘ୍ର ହ୍ୱାଟ୍‌ସଅପ୍‌ ଅନଲାଇନ ଷ୍ଟାଟସ ହାଇଡ କରିବାର ଅପସ୍‌ନ ୟୁଜର୍ସଙ୍କୁ ଦେଇପାରେ।

-ଷ୍ଟାଟସ୍‌ ଚେକ୍‌ କରନ୍ତୁ: ଯଦି କୌଣସି ନମ୍ବରର ପ୍ରୋଫାଇଲ ଫଟୋ ଦେଖିବାକୁ ପାଉ ନାହାନ୍ତି ତେବେ ଜାଣନ୍ତୁ ଯେ ଉକ୍ତ ୟୁଜର୍ସ ଆପଣଙ୍କୁ ବ୍ଲକ କରିଛନ୍ତି। ତେବେ ଏହି ଅପସ୍‌ନ ବି ଖୁବ ଶୀଘ୍ର ହ୍ୱାଟ୍‌ସଅପ୍‌ ବନ୍ଦ କରିବାକୁ ଯାଉଛି। କାରଣ ହ୍ୱାଟ୍‌ସଅପ୍‌ ଅନଲାଇନ ଷ୍ଟାଟସ ହାଇଡ କରିବା ପାଇଁ ଏକ ଅପ୍‌ସନ ଆଣୁଛି।

-ମେସେଜ ପଠାନ୍ତୁ: ଯଦି କେହି ଆପଣଙ୍କୁ ବ୍ଲକ କରିଛନ୍ତି ବୋଲି ଭାବୁଛନ୍ତି ତେବେ ତାଙ୍କ ପାଖକୁ ହ୍ୱାଟସ୍‌ଅପ ମେସେଜ ପଠାନ୍ତୁ। ଯଦି ମେସେଜରେ ଡବଲ ଟିକ୍‌ ସାଇନ ନ ଆସିଲା ତେବେ ଆପଣଙ୍କ ମେସେଜ ଡେଲିଭର ହେଲାନି। ଏହାର ଅର୍ଥ ୟୁଜର୍ସ ଆପଣଙ୍କୁ ବ୍ଲକ କରିଛନ୍ତି।

-କଲ୍‌ କରନ୍ତୁ: ଉକ୍ତ ନମ୍ବରକୁ କଲ୍‌ କରିବାକୁ ଚେଷ୍ଟା କରନ୍ତୁ। ଯଦି କଲିଂ ଷ୍ଟାଟସ୍ ଚେଞ୍ଜ ହେଉନି ଅର୍ଥାତ୍‌ ରିଂ ହେଉନି ତେବେ ଜାଣି ରଖନ୍ତୁ, ଆପଣଙ୍କ ନମ୍ବର ବ୍ଲକ ରହିଛି।

-ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ କ୍ରିଏଟ କରନ୍ତୁ: ଉକ୍ତ କଣ୍ଟାକ୍ଟ ନମ୍ବରକୁ ନେଇ ହ୍ୱାଟ୍‌ସଆପ୍ ଗ୍ରୁପ ତିଆରି କରନ୍ତୁ। ଯଦି ଉକ୍ତ ବ୍ୟକ୍ତି ଆପଣଙ୍କୁ ବ୍ଲକ କରିଥିବେ ତେବେ ଆପଣ ତାଙ୍କୁ ଗ୍ରୁପ୍‌ରେ ଆଡ କରିପାରିବେ ନାହିଁ।