Advertisment

Odia Students in Srinagar: ଶ୍ରୀନଗରରେ ଫସି ରହିଛନ୍ତି ୫ ଓଡ଼ିଆ ଛାତ୍ରଛାତ୍ରୀ, ସୁରକ୍ଷିତ ଉଦ୍ଧାର ପାଇଁ କଲେ ନିବେଦନ

ଯୁଦ୍ଧ ସ୍ଥିତି ଭିତରେ ଶ୍ରୀନଗରରୁ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଆଣିବାକୁ ଅନୁରୋଧ କରିଛନ୍ତି ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ।

ଅଦ୍ୟତନ ହୋଇଛି
‘ପ୍ଲିଜ୍‌  ଶ୍ରୀନଗରରୁ ଫେରାଇ ନିଅନ୍ତୁ’

‘ପ୍ଲିଜ୍‌ ଶ୍ରୀନଗରରୁ ଫେରାଇ ନିଅନ୍ତୁ’

Advertisment

ଭାରତ ପାକିସ୍ତାନ ଉତ୍ତେଜନା ଭିତରେ ଶ୍ରୀନଗରରେ ଫସି ରହିଛନ୍ତି ୫ ଓଡ଼ିଆ କୃଷି ବିଜ୍ଞାନୀ ଛାତ୍ରଛାତ୍ରୀ । ଶେର୍-ଏ-କାଶ୍ମୀର ବିଶ୍ବବିଦ୍ୟାଳୟରେ ଛାତ୍ରୀମାନେ କୃଷି ବିଜ୍ଞାନରେ ପାଠ ପଢୁଛନ୍ତି । ଯୁଦ୍ଧ ସ୍ଥିତି ଭିତରେ ଶ୍ରୀନଗରରୁ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଆଣିବାକୁ ଅନୁରୋଧ କରିଛନ୍ତି ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ।

Advertisment

ପାକିସ୍ତାନ ପଟୁ ଆକ୍ରମଣର ଭୟ ରହିଥିବାରୁ ସେମାନେ ଡରିକି ଅଛନ୍ତି । ପରିବାରଲୋକେ ବି ଚିନ୍ତାରେ ଥିବା କହିଛନ୍ତି ଫସିଥିବା ଛାତ୍ରଛାତ୍ରୀ । ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀ ନିଜ ନିଜ ରାଜ୍ୟକୁ ଫେରି ଗଲେଣି । ରାଜ୍ୟ ସରକାର କୌଣସିମତେ ଶ୍ରୀନଗରରୁ ଦିଲ୍ଲୀ ଯାଏ ପହଞ୍ଚାଇ ଦେବାର ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି ଛାତ୍ରଛାତ୍ରୀ ।

ଅଧିକ ପଢ଼ନ୍ତୁ: ପାକିସ୍ତାନ ମହାମିଛର ପର୍ଦ୍ଦାଫାସ, ଫଟୋ-ଭିଡିଓ ଦେଖାଇ ଭାରତ ଦେଲା ପ୍ରମାଣ

Advertisment

ଏହା ସହ ଯଦି ସେମାନେ ଆଜି ନ ଆସନ୍ତି, ତେବେ ଆଉ ଫେରି ପାରିବେନି ବୋଲି ଆଶଙ୍କା କରୁଛନ୍ତି । କାରଣ ବର୍ଷା ହେଉଥିବାରୁ ଭୂସ୍ଖଳନର ଭୟ ରହିଛି । ଏଣୁ ହୁଏତ ଆସନ୍ତାକାଲିଠାରୁ ରାସ୍ତା ବନ୍ଦ ହୋଇପାରେ ବୋଲି ଓଡ଼ିଆ ଛାତ୍ରୀମାନେ ଆଶଙ୍କାରେ ରହିଛନ୍ତି ।

ସେପଟେ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କର ସୁବିଧା ନିମନ୍ତେ ଓଡ଼ିଶା ସରକାରଙ୍କ ଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଶା ନିବାସ, ନୂଆଦିଲ୍ଲୀ ଓ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନଠାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି ।

Advertisment

ଛାତ୍ରଛାତ୍ରୀମାନେ ନିମ୍ନଲିଖିତ ନମ୍ବର ମାଧ୍ୟମରେ କଣ୍ଟ୍ରୋଲ ରୁମ୍ ସହ ଯୋଗାଯୋଗ କରିପାରିବେ।

  1. ଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ କାର୍ଯ୍ୟକାରୀ ହୋଇଥିବା କଣ୍ଟ୍ରୋଲ ରୁମ୍ (ଯୋଗାଯୋଗ- ୭୪୨୮୧୩୫୦୪୪, ୦୧୧-୨୪୬୭୯୨୦୧)
  2. ଭୁବନେଶ୍ୱରର ସଂସ୍କୃତି ଭବନ ଠାରେ କାର୍ଯ୍ୟକାରୀ କରାଯାଇଥିବା କଣ୍ଟ୍ରୋଲ ରୁମ୍ (ଯୋଗାଯୋଗ-୦୬୭୪-୨୪୩୧୯୪୫, ୯୫୮୩୩୨୧୯୬୪)
India Pakistan India Pakistan War Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ