• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଜମ୍ମୁ କାଶ୍ମୀରର ପୁଂଚରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ବଡ ଧରଣର ଆକ୍ରମଣ । ଏଥିରେ ୫ଜଣ ଯବାନ ସହିଦ ହୋଇଥିବା ବେଳେ ତିନିଜଣ ଆହତ ହୋଇଛନ୍ତି । ଗତକାଲି ଅପରାହ୍ନରେ ସେନାର ଦୁଇଟି ଗାଡି ଯାଉଥିବା ବେଳେ ଆତଙ୍କବାଦୀ ମାନେ ଗୁଳିମାଡ କରିଥିଲେ । ଏହାପରେ ପୁରା ଏରିଆକୁ କର୍ଡନ କରି ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଛି ।

ଗୁଳିବିନିମୟରେ ୫ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବେ ବି ଘଟଣାସ୍ଥଳରେ ଜାରି ରହିଛି ଅପରେସନ୍ । ଗତ ମାସରେ ମଧ୍ୟ ର.ଜୌରୀରେ ସେନାକୁ ଟାର୍ଗେଟ କରି ଆକ୍ରମଣ ହୋଇଥିଲା । ଏଥିରେ ଦୁଇ କ୍ୟାପଟେନଙ୍କ ସହ ୫ଜଣଙ୍କ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ପାସ୍ ଖୋଲା ଥିବାରୁ ଆତଙ୍କବାଦୀ କାର୍ଯ୍ୟ କଳାପ ବଢ଼ୁଥିବା କହିଛନ୍ତି ବିଶେଷଜ୍ଞ ।

କିଛି ଦିନ ପରେ ପାସ୍ ବନ୍ଦ ହୋଇଗଲେ ଏହା କମ ହୋଇଯିବ ବୋଲି ସୂଚନା ମିଳିଛି । ପୁଞ୍ଚ, ରଜୌରୀ ଅଞ୍ଚଳରେ ଘଞ୍ଚ ଜଙ୍ଗଲ ଥିବାରୁ ଆତଙ୍କବାଦୀଙ୍କୁ ଆକ୍ରମଣ କରିବା ସହଜ ହେଉଛି । ଘଞ୍ଚ ଜଙ୍ଗଲ ମଧ୍ୟରେ ଗାଡ଼ିର ସ୍ପିଡ କମ ରୁହେ । ଏଣୁ ସେସମୟରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ ।