• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବର୍ତ୍ତମାନର ମହଙ୍ଗା ସମୟରେ ଜଣେ ପୁରୁଷର ଅତି ବେଶିରେ କେତେ ଜଣ ପତ୍ନୀ ହୋଇପାରିବେ ? ପାଞ୍ଚ ଦଶ ନା ପନ୍ଦର ? ଆପଣ ଉତ୍ତର ଦେବେ ବର୍ତ୍ତମାନ ସମୟରେ ଏକାଧିକ ବିବାହ ପାଇଁ ଅନୁମତି ନାହିଁ । ହେଲେ କିଛି ଲୋକ ଲୁଚା ଛପାରେ ଦୁଇ ଜଣଙ୍କୁ ବିବାହ କରୁଛନ୍ତି । କିନ୍ତୁ ଆମେ ଆପଣଙ୍କୁ ଆଜି ଯେଉଁ କାହାଣୀ କହିବୁ ତାହା ଆପଣଙ୍କ ମୁଣ୍ଡ ଘୁରାଇଦେବ । ଜଣେ ବ୍ୟକ୍ତି ୪୦ ଜଣ ମହିଳାଙ୍କୁ ବିବାହ କରିଛନ୍ତି ! ଏହା ପୁଣି ସମସ୍ତେ ଜାଣିଛନ୍ତି ! ଲୁଚା ଛପା ନୁହେଁ ବରଂ ସମସ୍ତଙ୍କର ଜାଣତରେ ବ୍ୟକ୍ତି ଜଣକ ୪୦ ଜଣ ମହିଳାଙ୍କ ସ୍ୱାମୀ ହୋଇଛନ୍ତି !

ଗୋଟିଏ ପଟେ ସାର ବିଶ୍ୱରେ ଜନସଂଖ୍ୟା ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛି ଭାରତ । ଆଉ ଏଭଳି ଅଲୋଡ଼ା କିର୍ତ୍ତୀମାନ ପାଇଁ ଏବେ ସବୁଠି ଚିନ୍ତା । ବିଭିନ୍ନ ମହଲରେ ଏଭଳି ଜନସଂଖ୍ୟା ବୃଦ୍ଧିକୁ ଅଶୁଭ ସଂକେତ ବୋଲି କୁହାଗଲାଣି । ଏଭଳି ପରିସ୍ଥିତିରେ ଯଦି ଜଣେ ବ୍ୟକ୍ତିର ୪୦ ଜଣ ପତ୍ନୀ ରହିବେ ତେବେ ଦେଶର ସ୍ଥିତି କେଉଁ ଆଡ଼େ ଗତି କରିବ ତାହା ସ୍ପଷ୍ଟ ଅନୁମେୟ । 

ତେବେ ଏହି ବ୍ୟକ୍ତିଙ୍କ ବିଷୟରେ ସେତେବଳେ ଖବର ସାମ୍ନାକୁ ଆସିଲା ଯେତେବେଳେ ସରକାରଙ୍କ ପକ୍ଷରୁ ଜନଗଣାନା କରାଯାଇଥିଲା । ବିହାରର ରେଡ୍‌ ଲାଇଟ୍‌ ଏରିଆରେ ବସବାସ କରୁଥିବା ୪୦ ଜଣ ମହିଳା ରୁପ୍‌ଚାନ୍ଦ ନାମକ ବ୍ୟକ୍ତିଙ୍କୁ ନିଜର ସ୍ୱାମୀ ବୋଲି କହିଛନ୍ତି । ଖାଲି ସେତିକି ନୁହେଁ ଜନଗଣନା ପାଇଁ ଆସିଥିବା କର୍ମଚାରୀମାନେ ଯେତେବେଳେ ମହିଳାଙ୍କ ପିଲାମାନଙ୍କ କଥା ପଚାରିଲେ ଓ ସେମାନଙ୍କ ବାପାଙ୍କ ନାଁ ଲେଖିବା କଥା କହିଲେ, ସବୁ ମହିଳା ସେହି ରୁପ୍‌ଚାନ୍ଦଙ୍କ ନାଁ ଳେଖିଲେ ।

ରିପୋର୍ଟ ଅନୁଯାୟୀ, ରେଡ୍‌ ଲାଇଟ୍‌ ଏରିଆ ୱାର୍ଡ ନମ୍ବର ୭ରେ ରହୁଥିବା ଲୋକଙ୍କର କୌଣସି ନିର୍ଦ୍ଧିଷ୍ଟ ଠିକଣା ବା ବୈଧ ଠିକଣା ନାହିଁ । ସେମାନଙ୍କ ନାଁରେ କୌଣସି ସରକାରୀ କାଗଜପତ୍ର ବି ନାହିଁ । ତେଣୁ ସମସ୍ତେ ନିଜ ସ୍ୱାମୀଙ୍କ ନାଁ ରୁପ୍‌ଚାନ୍ଦ ରଖିଛନ୍ତି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । 

ବିହାରରେ ନିତିଶ ସରକାର ଗତ ଜାନୁଆରୀରେ ଜାତି ଭିତ୍ତିକ ଜନଗଣନା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏଥିପାଇଁ ୫୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା କୁହାଯାଉଛି । ଏହାକୁ ଦୁଇଟି ପର୍ଯ୍ୟାୟରେ କରାଯିବ ବୋଲି ସରକାର ସ୍ଥିର କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଘର ପିଛା ସଦସ୍ୟ ସଂଖ୍ୟା ଗଣନା କରାଯିବ । ତାପରେ ସେମାନଙ୍କୁ ଜାତି ଭିତ୍ତିକ ଗଣାନା କରାଯିବ । ଏହାସହ ଲୋକଙ୍କ ଆର୍ଥିକ ସ୍ଥିତି ଉପରେ ମଧ୍ୟ ସରକାର ନଜର ରଖିଥିବା କଥା କୁହାଯାଉଛି ।