Advertisment

ଜମ୍ମୁ-କାଶ୍ମୀରରେ ଆତଙ୍କୀ-ସେନା ମୁହାଁମୁହିଁ; ୪ ଯବାନ ଶହୀଦ

ଜମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର। ଆତଙ୍କୀ-ସେନା ମୁହାଁମୁହିଁ। ଗୁଳି ବିନିମୟରେ ୪ ଜଣ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ଭିତରେ ଜଣେ ସେନା ଅଧିକାରୀ ରହିଛନ୍ତି।

ଅଦ୍ୟତନ ହୋଇଛି
4 Soldiers Killed In Action In Encounter With Terrorists In J&K's Doda

Encounter

Advertisment

ଜମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର। ଆତଙ୍କୀ-ସେନା ମୁହାଁମୁହିଁ। ଗୁଳି ବିନିମୟରେ ୪ ଜଣ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ଭିତରେ ଜଣେ ସେନା ଅଧିକାରୀ ରହିଛନ୍ତି। ଡୋଡାର ଦେଶା ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଯବାନଙ୍କର ଗୁଳି ବିନିମୟ ହୋଇଥିଲା। ଗତକାଲି ସନ୍ଧ୍ୟାରେ ଡୋଡାର ଦେଶା ଜଙ୍ଗଲରେ କିଛି ଆତଙ୍କୀ ଲୁଚିଥିବା ଖବର ମିଳିଥିଲା। ଏହାପରେ ରାଷ୍ଟ୍ରୀୟ ରାଇଫଲ୍ସ ଓ ଜମ୍ମୁ କାଶ୍ମୀର ସ୍ପେଶାଲ୍ ଅପରେସନ୍ସ ଗ୍ରୁପ ଅପରେସନ୍ ଆରମ୍ଭ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ଅନ୍‌ ଡ୍ୟୁଟି CISF ଯବାନଙ୍କୁ ଶକ୍ତ ଚାପୁଡ଼ା ମାରିଲେ ସ୍ପାଇସଜେଟ୍‌ର ମହିଳା କର୍ମଚାରୀ..ଭିଡିଓ ଭାଇରାଲ..

ଏହାପରେ ଆତଙ୍କବାଦୀ ସେନା ଉପରେ ଫାୟାରିଂ କରିଥିଲେ। ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ। ବହୁ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଚାଲିଥିଲା । ଏଥିରେ ୫ ସୁରକ୍ଷାକର୍ମୀ ଗୁରୁତର ହୋଇଥିଲେ। ଅନ୍ଧାରର ଫାଇଦା ନେଇ ଆତଙ୍କବାଦୀମାନେ ଦେଶା ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲେ। ସେନା ଓ ଜମ୍ମୁ- କାଶ୍ମୀର ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଗତ କିଛି ଦିନ ହେଲା ଘାଟିରେ ଆତଙ୍କୀ ନିପାତ ଅଭିଯାନ ବେଳେ ସୁରକ୍ଷାକର୍ମୀ ସହ ଗୁଳି ବିନିମୟ ହୋଇଛି।

Advertisment

ଅଧିକାରୀଙ୍କ କହିବାନୁସାରେ, ଆତଙ୍କବାଦୀ ଲୁଚି ରହିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହାପରେ ଭାରତୀୟ ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସ ମିଳିତ ଅପରେସନ ଆରମ୍ଭ କରିଥିଲେ। ସୋମବାର ରାତି ପ୍ରାୟ ୯ଟାରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଏନକାଉଣ୍ଟରରେ ପାଞ୍ଚଜଣ ଯବାନ ଗୁରୁତର ହୋଇଥିଲେ । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେମାନଙ୍କ ମଧ୍ୟରୁ ୪ଜଣେ ଶହୀଦ ହୋଇଯାଇଛନ୍ତି।

Advertisment

ଗତ ସପ୍ତାହରେ କଠୁଆରେ ସେନା ଗାଡି ଉପରେ ଅତର୍କିତ ଆକ୍ରମଣ କରିଥିଲେ ଆତଙ୍କବାଦୀ। ଏଥିରେ ୫ ଜଣ ଯବାନ ସହିଦ ହୋଇଥିବା ବେଳେ ୫ ଜଣ ଯବାନ ଆହତ ହୋଇଥିଲେ। କଠୁଆର ମାଚେଡ଼ି ଅଞ୍ଚଳରେ ଇଣ୍ଡିଆନ୍ ଆର୍ମିର ୯ କର୍ପସ ଯବାନଙ୍କ ପାଟ୍ରୋଲିଂ ଚାଲିଥିବା ବେଳେ ଗାଡି ଉପରେ ଅତର୍କିତ ହମଲା କରିଥିଲେ ଆତଙ୍କବାଦୀ। ପରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଆତଙ୍କବାଦୀମାନେ ଗ୍ରେନେଡ ଫିଙ୍ଗିଥିଲେ ଏବଂ ପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହି ଆକ୍ରମଣ ପରେ ଆତଙ୍କବାଦୀମାନେ ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିବା ଜଣାପଡିଛି। ତେବେ ଆତଙ୍କବାଦୀଙ୍କ ନିକଟରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଥିବା ସୂଚନା ମିଳିଥିଲା।

ଜାମ୍ମୁ ଅଞ୍ଚଳରେ ଏହା ସପ୍ତମ ଆତଙ୍କବାଦୀ ଆକ୍ରମଣ ଘଟଣା। ତେବେ ଏହି ଆକ୍ରମଣ ପରେ ସେହି ଅଂଚଳରେ ଜୋର୍‌ଦାର୍‌ ସର୍ଚ୍ଚ ଅପରେଶନ ଚାଲିଛି। ଜାମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରେ ଜୁନ୍‌ ୧୧ ଓ ୧୨ ତାରିଖରେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଜୁନ୍‌ ୧୧ରେ ଛତରଗାଲାର ମିଳିତ ଚେକ୍ ପୋଷ୍ଟରେ ଆତଙ୍କବାଦୀଙ୍କ ଆକ୍ରମଣରେ ୬ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବାବେଳେ ଜୁନ୍ ୧୨ ରେ ଗାନ୍ଧୋ ଅଞ୍ଚଳର କୋଟା ଟପ୍ ଠାରେ ହୋଇଥିବା ଏନକାଉଣ୍ଟରରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ।ପୁଞ୍ଚ ଏବଂ ରାଜୌରୀ ଜିଲ୍ଲା ଠାରୁ ଆରମ୍ଭ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବର୍ତ୍ତମାନ ଜମ୍ମୁକୁ ବ୍ୟାପିଛି। ମାତ୍ର କିଛି ବର୍ଷ ପୂର୍ବେ ଏହି ଅଞ୍ଚଳ ଆତଙ୍କବାଦରୁ ମୁକ୍ତ ଥିଲା। ଗତ ୩୨ ମାସ ମଧ୍ୟରେ ଜାମ୍ମୁ ଅଞ୍ଚଳରେ ୪୮ ଜଣ ଯବାନ ଶହୀହ ହେଲେଣି।

J&K; Encounter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ