Advertisment

ଦୀପାବଳି ପୂର୍ବରୁ ପୁଣି ଅକାଳରେ ଗଲା ଜୀବନ, ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା

୪୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ସ୍ଲିପର୍‌ ବସ୍‌ଟି ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେର ଚ୍ୟାନେଲ୍‌ ନଂ ୧୦୩ ଓ ୧୦୪ ମଧ୍ୟ ଦେଇ ଯାତ୍ରା କରୁଥିଲା। ଏହି ସମୟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଡମ୍ପରକୁ ପଛପଟୁ ଧକ୍କା ଦେଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
4 Killed As Bus Collided With Dumper On Lucknow Expressway

4 Killed As Bus Collided With Dumper On Lucknow Expressway

ଗୋଟିଏପଟେ ଦୀପାବଳି ପାଳନ ପାଇଁ ଲୋକମାନେ ଘର ମୁହାଁ ହେଉଥିବା ବେଳେ ଅନ୍ୟପଟେ ଦୁର୍ଘଟଣାର ଶିକାର ହୋଇ ଲୋକଙ୍କ ଜୀବନ ଚାଲି ଯାଉଛି। ଉତ୍ତରପ୍ରଦେଶର ସୈଫଇରେ ଏମିତି ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଗୋରଖପୁରରୁ ଅଜ୍‌ମେର୍‌ ଅଭିମୁଖେ ଯାତ୍ରା କରୁଥିବା ଏକ ବସ୍‌ ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେରେ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୨ ଜଣ  ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଏହି ଦୁର୍ଘଟଣା ଘଟିଛି। 

Advertisment

୪୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ସ୍ଲିପର୍‌ ବସ୍‌ଟି ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେର ଚ୍ୟାନେଲ୍‌ ନଂ ୧୦୩ ଓ ୧୦୪ ମଧ୍ୟ ଦେଇ ଯାତ୍ରା କରୁଥିଲା। ଏହି ସମୟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଡମ୍ପରକୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଅଛି। ଏଥିରେ ୪୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା।ଦୁର୍ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି। 

ସୂଚନାଥାଉ କି, ଶୁକ୍ରବାର ବିଳମ୍ବିତ ରାତିରେ ମଧ୍ୟପ୍ରଦେଶର ରିୱାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଆହତ ହୋଇଥିଲେ। ବସ୍‌ରେ ପାଖାପାଖି ୧୦୦ ଜଣ ଯାତ୍ରୀ ଥିଲେ। NH-30ରେ ମଧ୍ୟପ୍ରଦେଶ ଉତ୍ତରପ୍ରଦେଶର ସୀମାକୁ ଲାଗି ଥିବା ସୁହାଗି ପାହାଡ଼ ନିକଟରେ ଦୁର୍ଘଟଣା ଘଟିଥିଲା। ସମସ୍ତେ ଦୀପାବଳି ଛୁଟି ପାଳିବା ପାଇଁ ଉତ୍ତରପ୍ରଦେଶ ସ୍ଥିତ ନିଜ ଘରକୁ ଯାଉଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଥିଲେ। 

Advertisment
Bus Accident
Advertisment
Advertisment