/odishatv-khabar/media/post_attachments/uploadimage/library/16_9/16_9_0/accident_1667878115.jpg)
accident
ପୁଣି ଦୁର୍ଘଟଣା ନେଲା ଜୀବନ । ମହାରାଷ୍ଟ୍ର ରାଇଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଚାଲିଯାଇଛି । ଅଟୋ ଉପରେ ଏକ ବାଲି ବୋଝେଇ ଟ୍ରକ୍ ଓଲଟି ପଡ଼ିବାରୁ ଏହି ଅଘଟଣ ଘଟିଛି । ଫଳରେ ପରୀକ୍ଷା ଦେଇ ଫେରୁଥିବା ୩ ଛାତ୍ର ସମେତ ଡ୍ରାଇଭର ପ୍ରାଣ ହରାଇଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।
ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା
ରାଇଗଡରେ ସୋମବାର ରାତିରେ ଏହି ଅଘଟଣ ଘଟିଛି । ଅଟୋ ରିକ୍ସାରେ ତିନି ଜଣ ଛାତ୍ର ଘରକୁ ଫେରୁଥିବା ବେଳେ ଏକ ବାଲି ବୋଝେଇ ଟ୍ରକ୍ ଓଲଟି ପଡିଥିଲା । ଆଉ ଏଥିରେ ଅଟୋ ଡ୍ରାଇଭର ସହିତ ପରୀକ୍ଷାରୁ ଫେରୁଥିବା ତିନି ଜଣ ଛାତ୍ର ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ତେବେ ଏନେଇ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସ୍କୁ ଖବର ଦେଇଥିଲେ । ଖବର ପାଇବା ମାତ୍ରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ପୋଲସ୍ । ଆଉ ବାଲି ତଳେ ପୋତି ହୋଇଯାଇଥିବା ମୃତଦେହ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଦେଇଛି ।
ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ ମହାରାଷ୍ଟ୍ରର ଜଣେ ମନ୍ତ୍ରୀ ଉଦୟ ସାମନ୍ତ କହିଛନ୍ତି, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହାସହିତ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୫ ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)