Advertisment

ଅନ୍ଧବିଶ୍ୱାସର କୁପରିଣତି, ନାବାଳିକାକୁ ମାରି କଲିଜା ଖାଇଲେ ଦମ୍ପତି

ସବୁଠାରୁ ବଡ଼ କଥା ହେଉଛି ତନ୍ତ୍ର ସାଧନା ପାଇଁ ଏହି ନିରୀହ ଝିଅକୁ ନୃଶଂସ ଭାବେ ହତ୍ୟା କରାଯାଇଥିଲା। ତେବେ ଏହି ମାମଲାରେ ୩ ବର୍ଷ ଧରି ଶୁଣାଣି ଚାଲିବା ପରେ ଶେଷରେ କୋର୍ଟ ଦମ୍ପତି ପର୍ଶୁରାମ ଓ ସୁନୈନା ଓ ତାଙ୍କ ଦୁଇ ସହଯୋଗୀ ଅଙ୍କୁଲ ଓ ବିରେନ୍‌ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Killing and Eating Liver Of Girl

Killing and Eating Liver Of Girl

୭ ବର୍ଷର ନାବାଳିକାକୁ ପ୍ରଥମେ ହତ୍ୟା କଲେ, ପରେ ତା’ର କଲିଜାକୁ କାଢ଼ି ଖାଇଲେ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ଉତ୍ତରପ୍ରଦେଶର କାନପୁରରେ। ତିନି ବର୍ଷ ପୂର୍ବେ ଅର୍ଥାତ ୨୦୨୦ରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଥିଲା। ୨୦୨୦ ଦୀପାବଳି ରାତିରେ ଘାଟମପୁର ପୋଲିସ୍‌ ଷ୍ଟେସନ୍‌ ଭଦରସ୍‌ ଗାଁରୁ ଜଣେ ୭ ବର୍ଷର ନାବାଳିକା ନିଖୋଜ୍‌ ହୋଇଯାଇଥିଲା। ଏହାର ପରଦିନ ନିରୀହ ଝିଅର ଶବ ଭୟଙ୍କର ଅବସ୍ଥାରେ ଦେଖିବାକୁ ମିଳିଥିଲା। ଝିଅ ଶରୀରରୁ ତା’ର ଲିଭରକୁ ବାହାର କରି କେହି ଖାଇଦେଇଥିବାର ଦେଖିବାକୁ ମିଳିଥିଲା।

Advertisment

ସବୁଠାରୁ ବଡ଼ କଥା ହେଉଛି ତନ୍ତ୍ର ସାଧନା ପାଇଁ ଏହି ନିରୀହ ଝିଅକୁ ନୃଶଂସ ଭାବେ ହତ୍ୟା କରାଯାଇଥିଲା। ତେବେ ଏହି ମାମଲାରେ ୩ ବର୍ଷ ଧରି ଶୁଣାଣି ଚାଲିବା ପରେ ଶେଷରେ କୋର୍ଟ ଦମ୍ପତି ପର୍ଶୁରାମ ଓ ସୁନୈନା ଓ ତାଙ୍କ ଦୁଇ ସହଯୋଗୀ ଅଙ୍କୁଲ ଓ ବିରେନ୍‌ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହ ଅଙ୍କୁଲ ଓ ବିରେନ୍‌ଙ୍କୁ ୪୫ ହଜାର ଏବଂ ପର୍ଶୁରାମ, ସୁନୈନାଙ୍କୁ ୨୦ ହଜାର ଲେଖାଏଁ ଜରିମାନ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସରକାରୀ ଓକିଲ ପ୍ରଦୀପ କୁମାର କହିଛନ୍ତି ଯେ ସନ୍ତାନପ୍ରାପ୍ତି ପାଇଁ ଏମିତି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ସୂଚନା ଅନୁସାରେ ବିବାହର ୧୭ ବର୍ଷ ପରେ ପର୍ଶୁରାମ ଓ ସୁନୈନାଙ୍କ ସନ୍ତାନପ୍ରାପ୍ତି ହେଉନଥିଲା। ତେଣୁ ସନ୍ତାନପ୍ରାପ୍ତି ପାଇଁ ଦୁହେଁ ତାନ୍ତ୍ରିକଙ୍କ ସହାୟତା ନେଇଥିଲେ। ତାନ୍ତ୍ରିକ ଦମ୍ପତିଙ୍କୁ କହିଥିଲେ ଯେ ଝିଅର ଲିଭର୍‌ ବାହାର କରି ଏହାକୁ ଖାଇଲେ ସେମାନେ ଏକ ସନ୍ତାନ ସହିତ ଆଶୀର୍ବାଦ ପ୍ରାପ୍ତ ହେବେ। ତାନ୍ତ୍ରିକଙ୍କ ପରାମର୍ଶରେ ସ୍ୱାମୀ-ସ୍ତ୍ରୀ ଅନ୍ୟ ଦୁଇ ଜଣଙ୍କ ସାହାଯ୍ୟରେ ଜଣେ ନିରୀହ ଝିଅକୁ ଅପହରଣ କରି ନେଇଥିଲେ ଏବଂ ପରେ ତାଙ୍କ ଲିଭର୍‌ ବାହାର କରି ଏହାକୁ ଖାଇଥିଲେ।

Advertisment
India Uttar Pradesh Kanpur
Advertisment
Advertisment