• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୁନି ପୁଅକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଚାରି ଜୀବନ । ରାଜସ୍ଥାନର ଆଜମେର ଜିଲ୍ଲାର ଶ୍ରୀନଗର ଥାନା ଅଞ୍ଚଳରେ ଗୋଟିଏ ପରିବାରର ଚାରି ଜଣ ଯୁବକଙ୍କର ମୃତ୍ୟୁ ଘଟିଛି । ଜୀବନ ହରାଇଥିବା ଚାରିଜଣ ଯୁବକ ହେଲେ ସମ୍ପର୍କୀୟ ଭାଇ । ଚାରି ଭାଇଙ୍କ ମୃତ୍ୟୁ ପରେ କାନ୍ଦବୋବାଳିରେ ଫାଟି ପଡ଼ୁଛି ପରିବେଶ । ଶିଶୁଟିଏ ଖେଳୁ ଖେଳୁ ପରିତ୍ୟକ୍ତ କୂଅରେ ପଡ଼ିଯିବା ପରେ ପରେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଏହି ଅଘଟଣ ଘଟିଥିବା କୁହାଯାଉଛି । ତେବେ ଏଥିରେ ଆଉ ତିନି ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତେବେ ଚାରି ଜଣଙ୍କ ମୃତ୍ୟୁ ପରେ ଉତ୍ତେଜନା ବୃଦ୍ଧି ପାଇଥିଲା । ବିଳମ୍ବିତ ରାତିରେ ଜିଲ୍ଲାପାଳ ତଥା ପୋଲିସ ଅଧୀକ୍ଷକ ମଧ୍ୟ ଗ୍ରାମବାସୀଙ୍କୁ ବୁଝାଇବାକୁ ପହଞ୍ଚିଥିଲେ । ଏହା ପରେ ଆଜି ମୃତଦେହ ଗୁଡ଼ିକର ପୋଷ୍ଟମର୍ଟମ କରାଯିବ ।

ରବିବାର ଅପରାହ୍ନରେ ଶ୍ରୀନଗର ଥାନା ଅନ୍ତର୍ଗତ ଥିବା ଲବେରା ଗ୍ରାମରେ ଏହା ଅଘଟଣ ଗଟିଛି । କୁନି ପିଲାଟିଏ ପରିତ୍ୟକ୍ତ କୂଅ ନିକଟରେ ଖେଳୁ ଖେଳୁ ଖସିପଡ଼ିଥିଲା । ତାକୁ ବଞ୍ଚାଇବାକୁ ଯାଇ ଗୋଟିଏ ପରିବାରର ଚାରିଜଣ ଯୁବକ ଜଣକ ପରେ ଜଣେ ତଳକୁ ଓହ୍ଲାଇଥିଲେ । ହେଲେ କେହି ବାହାରକୁ ଆସି ପାରିନଥିଲେ ନାହିଁ । ପରେ ଆଉ ଅନ୍ୟ ତିନିଜଣ ମଧ୍ୟ କୂଅରେ ଓହ୍ଲାଇଥିଲେ । ହେଲେ କୂଅ ଭିତରେ ସମସ୍ତ ପାଞ୍ଚଜଣ ଚେତାଶୂନ୍ୟ ହୋଇପଡ଼ିଥିଲେ ।

ଏନେଇ ଗାଁ ଲୋକ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚି ପାଞ୍ଚ ଜଣକୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ପୋଲିସ୍‌ । ଆଉ ସେଠାରେ ଚାରି ଜଣ ଯୁବକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏହା ଉପରେ ମୃତଦେହକୁ ନାସିରାବାଦ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଥିଲା ।

ଆର୍ଥିକ ସହାୟତା ଦାବିରେ ଅଡ଼ି ବସିଥିଲେ ଗ୍ରାମବାସୀ

ମୃତକଙ୍କ ମଧ୍ୟରେ ଅଛନ୍ତି ସୌତାନ ଗୁର୍ଜର, ଦେବକରନ୍ ଗୁର୍ଜର, ଶିବରାଜ ଗୁର୍ଜର ଏବଂ ମହେନ୍ଦ୍ର ଗୁର୍ଜର । ଏହି ଚାରିଜଣ ସମ୍ପର୍କୀୟ ଭାଇ । ସେମାନଙ୍କୁ ବଞ୍ଚାଇବା ପାଇଁ କୂଅକୁ ଓହ୍ଲାଇଥିବା ଅନ୍ୟ ତିନି ଜଣ ମଧ୍ୟ ଗୁରୁତର ହୋଇପଡ଼ିଥିଲେ । ନିରୀହ ଶିଶୁଙ୍କ ସମେତ ତିନିଜଣ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଆଜମେରକୁ ପଠାଇ ଦିଆଯାଇଥିଲା ।

ଅଘଟଣର ସୂଚନା ପାଇବା ମାତ୍ରେ ପୂର୍ବତନ ବିଧାୟକ ରାମନାରାୟଣ ଗୁର୍ଜର ମଧ୍ୟ ନାସିରାବାଦ ଡାକ୍ତରଖାନାରେ ପହଞ୍ଚିଥିଲେ । ମୃତକଙ୍କ ପରିବାରକୁ ଆର୍ଥିତ ସହାୟତା ଯୋଗାଇବା ପାଇଁ ପ୍ରଶାସନ ନିକଟରେ ଦାବି ରଖିଥିଲେ । ପରେ ପରିବାର ସଦସ୍ୟ ଏବଂ ଗ୍ରାମବାସୀ ମଧ୍ୟ ଆର୍ଥିକ ସହାୟତା ଦାବି କରିଥିଲେ ।

ବିଳମ୍ବିତ ରାତିରେ ପହଞ୍ଚିଥିଲେ କଲେକ୍ଟର ତଥା ପୋଲିସ ଅଧୀକ୍ଷକ

ଦାବି ପୂରଣ ନହେବା ପର୍ଯ୍ୟନ୍ତ ଶବ ଉଠାଇବାକୁ ମନା କରିଦେଇଥିଲେ ପରିବାର ଲୋକ । ଧୀରେ ଧୀରେ ସେଠାରେ ଗ୍ରାମବାସୀଙ୍କ ଭିଡ଼ ଜମିଥିଲା । ଉତ୍ୟକ୍ତ ଜନତା ଶବଗୃହ ସାମ୍ନାରେ ବିରୋଧ ପ୍ରଦର୍ଶନ କରିଥିଲେ । ଫଳେ ଉଭୟ ପାର୍ଶ୍ୱରେ ଯାନବାହାନର ଅଟକି ରହିଥିଲା । ଜିଲ୍ଲାପାଳଙ୍କୁ ଡାକିବା ଦାବିରେ ଗ୍ରାମବାସୀ ଜିଦ୍ ଧରିଥିଲେ । ଉତ୍ତେଜନା ବଢ଼ିବା ସହ ବିଳମ୍ବିତ ରାତିରେ ଜିଲ୍ଲା କଲେକ୍ଟର ତଥା ପୋଲିସ ଅଧୀକ୍ଷକ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗ୍ରାମବାସୀଙ୍କୁ ବୁଝାବୁଝି କରି ଘରକୁ ପଠାଇ ଦେଇଥିଲେ । ଆଜି ମୃତଦେହର ପୋଷ୍ଟମର୍ଟମ କରାଯିବ ଏବଂ ସେମାନଙ୍କୁ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯିବ ।