Advertisment

39 Rescued From Old Age Home: ମଳ ମୂତ୍ରରେ ଭିଜା ପୋଷାକ ପିନ୍ଧିଥିଲେ, ହାତଗୋଡ଼ ବନ୍ଧା ଅବସ୍ଥାରେ ଜୀବନ କାଟୁଥିଲେ ୩୯ଜଣ...

ସାମ୍ନାକୁ ଆସିଲା ବୃଦ୍ଧାଶ୍ରମର ଅପ୍ରିୟ ସତ । ଅଖିଆ-ଅପିଆ-ଅଲୋଡା ହୋଇ ପଡ଼ି ରହିଥିଲେ ୩୯ ଜଣ ବୃଦ୍ଧବୃଦ୍ଧା । ମଳ ମୂତ୍ରରେ ଭିଜା ପୋଷାକ ପିନ୍ଧି ହାତଗୋଡ଼ ବନ୍ଧା ଅବସ୍ଥାରେ ବନ୍ଦ ଘରେ କାଟୁଥିଲେ ଜୀବନର ବାକି ମୁହୂର୍ତ୍ତ । ରେଡ୍‌ ପରେ ସାମ୍ନାକୁ ଆସିଲା ମୋଟା ଅଙ୍କର ଡୋନେସନ ନେଉଥିବା ଜରାଶ୍ରମର ଭିତିରି କଥା ।

ଅଦ୍ୟତନ ହୋଇଛି
Rain On Oldage Home

Rain On Oldage Home

Advertisment

ବନ୍ଦ ଘରେ ଥିଲେ ବୃଦ୍ଧ ଓ ବୃଦ୍ଧା । ଯତ୍ନ ନେବାକୁ କେହି ବି ନଥିଲେ । କିଏ ପରିସ୍ରାରେ ଓଦା ଥିବା ପୋଷାକ ପିନ୍ଧିଥିଲେ ତ ଆଉ କାହା ଦେହରେ ଖଣ୍ଡେ କନା ବି ନଥିଲା । ଏ ଦୃଶ୍ୟ ଯିଏ ଦେଖିବ ତା ଆତ୍ମା କାନ୍ଦି ଉଠିବ । ପରିଣତ ବୟସରେ ଅପରିଷ୍କାର ପରିବେଶରେ ଅଖିଆ-ଅପିଆ-ଅଲୋଡା ହୋଇ ପଡ଼ିରହିଥିଲେ ୩୯ ଜଣ ବୃଦ୍ଧବୃଦ୍ଧା । ଏ ଘଟଣା ହେଉଛି ନୋଏଡା ସେକ୍ଟର-୫୫ରେ ଥିବା ଆନନ୍ଦ ନିକେତନ ବୃଦ୍ଧାଶ୍ରମର ।

Advertisment

 ବୃଦ୍ଧାଶ୍ରମ ଭିତରର ଏପରି ଦୃଶ୍ୟ କ୍ୟାମେରାରେ କଏଦ ହୋଇ ଭାଇରାଲ ହେବା ପରେ ସେଠାରେ ପହଞ୍ଚିଥିଲା ଲକ୍ଷ୍ନୌର ସୋସିଆଲ ୱେଲ୍‌ଫେୟାର ଟିମ୍। ପରେ ମହିଳା କମିଶନ ସମେତ ନୋଏଡା ପୋଲିସ ମଧ୍ୟ ସେଠାରେ ପହଞ୍ଚିଥିଲେ । ଏହାପରେ ସେମାନେ ଯାହା ଦେଖିଥିଲେ ତାଙ୍କର ମଧ୍ୟ ଆଶ୍ଚର୍ଯ୍ୟର ସୀମା ରହିନଥିଲା । ହାତ ଗୋଡ଼ ବନ୍ଧା ଅବସ୍ଥାରେ ବନ୍ଦ କୋଠରୀ ଭିତରେ ଜୀବନ କାଟୁଥିଲେ ୩୯ ଜଣ ବୟସ୍କ ବ୍ୟକ୍ତି ।

ଏନେଇ ରାଜ୍ୟ ମହିଳା କମିଶନ ସଦସ୍ୟା ମିନାକ୍ଷୀ ଭରଲା କହିଛନ୍ତି, "କିଛି ଜଣ ବେସ୍‌ମେଣ୍ଟ ଭଳି ରୁମ୍‌ ଭିତରେ ଲକ୍‌ ଥିଲେ । ଅଧିକାଂଶ ଅନ୍ତେବାସୀଙ୍କ ଦେହରେ ଲୁଗା ନଥିଲା । ମହିଳାମାନେ ଅର୍ଦ୍ଧନଗ୍ନ ଅବସ୍ଥାରେ । ଆଉ କେତେକ ଅନ୍ତେବାସୀ ପରିସ୍ରାରେ ଓଦା ଥିବା ପୋଷାକ ପିନ୍ଧିଥିଲେ ।" ଏହାସହ ଜରାଶ୍ରମରେ କେହି କେୟାର ଟେକର୍‌ ମଧ୍ୟ ନଥିବା ସେମାନେ ଦେଖିବାକୁ ପାଇଥିଲେ । ସେଠାରେ ଥିବା ଜଣେ କର୍ମଚାରୀ, ଯିଏକି ନିଜକୁ ନର୍ସର ପରିଚୟ ଦେଉଥିଲେ ସେ ଯୁକ୍ତ ୨ ପାସ୍ କରିଥିବା କହିଛନ୍ତି । 

Advertisment

ସବୁଠୁ ବଡ଼ କଥା ହେଉଛି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ବୃଦ୍ଧାଶ୍ରମକୁ ମୋଟା ଅଙ୍କର ଡୋନେସନ୍‌ ମିଳୁଥିଲା । ଅନ୍ତେବାସୀଙ୍କ ପରିବାର ତରଫରୁ ୨.୫ଲକ୍ଷ ଟଙ୍କାର ଅନୁଦାନ ମିଳୁଥିବାବେଳେ ମାସିକ ଖାଦ୍ୟ ବାସଗୃହ ବାବଦକୁ ୬ହଜାର ଟଙ୍କା ଦେଉଥିଲେ ପରିବାରଲୋକେ। ମିଳିଥିବା ସୂଚନା ଅନୁସାରେ, ଏହି ବୃଦ୍ଧାଶ୍ରମ ନାଁରେ ମାମଲା ରୁଜୁ ହୋଇଥିବାବେଳେ ଏହାକୁ ସରକାରୀ ଆଶ୍ରମକୁ ସିଫ୍ଟ କରାଯିବ ବୋଲି ଜଣାପଡ଼ିଛି । 

ଅଧିକ ପଢନ୍ତୁ: କାଳ ସାଜିଲା ଜିପଲାଇନ୍ ଆକ୍ଟିଭିଟି, ଗୁରୁତର ଅବସ୍ଥାରେ ଉଦ୍ଧାର କଲେ ପରିବାର ଲୋକେ

Advertisment
Rescued Torture Old Age Home Noida
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ