Advertisment

ସଜା ହେଲା ସେଲିବ୍ରେସନ୍‌ ମଜା; ରିଲ୍ସ କରି ସସପେଣ୍ତ ହେଲେ ୩୮ ଡାକ୍ତରୀ ଛାତ୍ର

ମେଡିକାଲ ଟ୍ରେନିଙ୍ଗ ସରିବା ଖୁସିରେ ପ୍ରି ଗ୍ରାଜୁଏସନ୍‌ ସେଲିବ୍ରେସନ କରୁଥିଲେ ଡାକ୍ତରୀ ଛାତ୍ର। କିନ୍ତୁ କିଏ ଜାଣିଥିଲା ମଜା ପାଲଟିବ ସଜା।

author-image
Manoranjan Behera
Medical Students Suspended

Medical Students Suspended

ରିଲ୍ସ କରିବା ପଡ଼ିଲା ମହଙ୍ଗା। ସସପେଣ୍ତ ହେଲେ ୩୮ ଡାକ୍ତରୀ ଛାତ୍ର। ମେଡିକାଲ ପରିସରରେ କରୁଥିଲେ ରିଲ୍ସ। ଯାହା ପାଇଁ ଦଣ୍ତ ଭୋଗିଲେ। କର୍ଣ୍ଣାଟକ ଗଡ଼ଗ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନ୍ସ(GIMS) ର ୩୮ ଜଣ ଡାକ୍ତରୀ ଛାତ୍ରଙ୍କୁ ସସପେଣ୍ତ କରାଯାଇଛି। ମେଡିକାଲ ନିୟମ ଭଙ୍ଗ କରିଥିବାରୁ ସେମାନଙ୍କ ବିରୁଦ୍ଧରେ ଏହି ଆକ୍ସନ ନିଆଯାଇଛି।

Advertisment

ମେଡିକାଲ ଟ୍ରେନିଙ୍ଗ ସରିବା ଖୁସିରେ ପ୍ରି ଗ୍ରାଜୁଏସନ୍‌ ସେଲିବ୍ରେସନ କରୁଥିଲେ ଡାକ୍ତରୀ ଛାତ୍ର। କିନ୍ତୁ କିଏ ଜାଣିଥିଲା ମଜା ପାଲଟିବ ସଜା। ଗଡ଼ଗ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନ୍ସର ଅଧ୍ୟକ୍ଷଙ୍କ କହିବାନୁଯାୟୀ, ୩୮ ଜଣ ଛାତ୍ର ମେଡିକାଲର ନିୟମ ଭଙ୍ଗ କରିଛନ୍ତି। ଯେଉଁଠି ପାଇଁ ତାଙ୍କୁ ଦଣ୍ତ ଦିଆଯାଇଛି। ସେମାନେ ମେଡିକାଲ ପରିସରରେ ରିଲ୍ସ କରି ରୋଗୀଙ୍କୁ ଅସୁବିଧାରେ ପକାଇଥିବାରୁ ତାଙ୍କ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହା ପ୍ରକୃତରେ ଏକ ବିରାଟକାୟ ଭୁଲ।

ସେ ଆହୁରି କହିଛନ୍ତି ଯେ, ମେଡିକାଲ ପରିସରରେ ଏଭଳି କାର୍ଯ୍ୟକଳାପ ପାଇଁ କାହାକୁ ବି ଅନୁମତି ନାହିଁ। ସେମାନେ ସେଲିବ୍ରେସନ ଆଳରେ ଏହି ଭୁଲ କରିଛନ୍ତି। ଯେଉଁଠି ପାଇଁ ଆଉ ୧୫ ଦିନରେ ସରିବାକୁ ଥିବା ତାଙ୍କ ଟ୍ରେନିଂକୁ ଆହୁରି ୧୦ ଦିନ ବୃଦ୍ଧି କରାଯାଇଛି।

Advertisment

ଏହି ଘଟଣା ଠିକ୍‌ ଦିନକ ପରେ ଘଟିଛି, ଯେତେବେଳେ କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରୀ ଦିନେଶ ଗୁଣ୍ତୁରାଓ ଜଣେ ଡାକ୍ତରଙ୍କୁ ଅପରେସନ୍‌ ଥିଏଟର୍‌ରେ ଫଟୋସୁଟ୍‌ କରିବା ପାଇଁ ନିଳମ୍ବିତ କରିଥିଲେ। ଡାକ୍ତରୀ ଛାତ୍ରଙ୍କ ରିଲ୍ସ ଭିଡିଓ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଲା। ଯାହା ପାଇଁ ସମସ୍ତ ୩୮ ଛାତ୍ରଙ୍କ ବିରୁଦ୍ଧରେ ମେଡିକାଲ କର୍ତ୍ତୁପକ୍ଷଙ୍କ ପକ୍ଷରୁ ଆକ୍ସନ ନିଆଗଲା।

Reels Video Medical Students
Advertisment
Advertisment