Advertisment

ଆକାଶରୁ ଖସିଲା ମୃତ୍ୟୁ, ନେଇଗଲା ୩୩ ଜୀବନ

ଆକାଶରୁ ଖସିଲା ମୃତ୍ୟୁ। ନେଇଗଲା ୩୩ ଜୀବନ। ବଜ୍ରପାତରେ ବିହାରରେ ୩୩ ଜଣଙ୍କ ମୃତ୍ୟୁ ହୋଇଛି। ୧୬ ଜିଲ୍ଲାରୁ ଏହି ଅଘଟଣ ଖବର ଆସିଛି।

author-image
Rajalaxmi Sahoo
Lightening

33 Killed In Lightning StrikesIn Bihar

ଆକାଶରୁ ଖସିଲା ମୃତ୍ୟୁ। ନେଇଗଲା ୩୩ ଜୀବନ। ବଜ୍ରପାତରେ ବିହାରରେ ୩୩ ଜଣଙ୍କ ମୃତ୍ୟୁ ହୋଇଛି। ୧୬ ଜିଲ୍ଲାରୁ ଏହି ଅଘଟଣ ଖବର ଆସିଛି। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। 

Advertisment

ସୂଚନାଥାଉ କି, ଗୁରୁବାର ଦିନ ବିହାରରେ ଝଡ଼ତୋଫାନ ଓ ବଜ୍ରପାତରେ ଭାଗଲପୁରରେ ୭ ଜଣ, ମୁଜାଫରପୁରରେ ୬ ଜଣ, ସାରଣରେ ୩ ଜଣ, ଲଖିସରାୟରେ ୩ ଜଣ, ମୁଙ୍ଗେରରେ ୨ ଜଣ, ସମସ୍ତିପୁରରେ ୨ ଜଣ, ଜହାନାବାଦ, ଖଗଡିଆ, ନାଳନ୍ଦା, ପୂର୍ଣ୍ଣିଆ, ବାଙ୍କା, ବେଗୁସରାୟ, ଅରରିୟା, ଜମୁଇ, କଟିହାର ଓ ଦରଭଙ୍ଗାରେ ଜଣେ ଲେଖାଏ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। 

Advertisment


— Nitish Kumar (@NitishKumar) May 20, 2022

ଯେଉଁସବୁ ଚାଷୀଙ୍କ ଚାଷ କ୍ଷତିଗ୍ରସ୍ତ ହୋଇଛି କ୍ଷୟକ୍ଷତି ନେଇ ତଦନ୍ତ ପରେ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ଖରାପ ପାଣିପାଗରେ ବାହାରକୁ ନବାହାରିବା ପାଇଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ପାଣିପାଗ ବିଭାଗର ସତର୍କ ସୂଚନା ମାନି ଘରେ ସୁରକ୍ଷିତ ଭାବେ ରହିବାକୁ ସେ ପରାମର୍ଶ ଦେଇଛନ୍ତି। 

Lightning Strikes Lighting Strikes Death
Advertisment
Advertisment