/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690113836.jpg)
Boy Stuck In Borewell
ବିହାର ନାଳନ୍ଦା ଜିଲ୍ଲା କୁଲ ଗ୍ରାମରେ ଖେଳୁଥିବା ବେଳେ ଖୋଲା ବୋରୱେଲର ୪୦ ଫୁଟ ତଳକୁ ଖସିଗଲା ୩ ବର୍ଷିୟ ଶିଶୁ। ଏ ନେଇ ଗ୍ରାମବାସୀ ପ୍ରଶାସନକୁ ଖବର ଦେବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଉଦ୍ଧାର କାର୍ଯ୍ୟରେ NDRF ସମେତ SDRF ନିୟୋଜିତ ହୋଇଛନ୍ତି।
ଶିଶୁର ଉଦ୍ଧାର ଲାଗି ସମନ୍ତରାଳ ଗାତ ଖୋଳାଯାଉଛି। ବୋରୱେଲରେ ଶିଶୁଟି ସୁରକ୍ଷିତ ଥିବା ସିଟିଟିଭି ଫୁଟେଜରୁ ଜଣାପଡିଛି। ବୋରୱେଲରେ କମ ଜଳ ଥିବା ବେଳେ ଶିଶୁକୁ ଜୀବନ୍ତ ଉଦ୍ଧାର ଲାଗି ଅକ୍ସିଜେନ ଦିଆଯାଉଛି। ଶିଶୁଟି ଜୀବନ୍ତ ଅଛି ଏବଂ ସେ ତଥା କହୁଥିବା ପ୍ରଶାସନ ସୂଚନା ଦେଇଛି। ଚାଷ ଲାଗି ଏହି ବୋରୱେଲଟି ଦୁଇ ଦିନ ପୂର୍ବେ ଖୋଳାଯାଇଥିବା ବେଳେ କୌଣସି ତାର ବାଡ଼ ଲାଗି ନଥିଲା। ପିଲାଟି ଖେଳୁଥିବା ବେଳେ ଆଜି ଏହି ବୋରୱେଲରେ ଖସି ପଡିଥିବା
ଜଣାପଡିଛି।
ସ୍ଥାନୀୟ ଲୋକମାନଙ୍କ କହିବା ମୁତାବକ, ଶିଶୁଟି ତା’ ମାଆଙ୍କ ପଛେ ପଛେ ଚାଷ ଜମି ଆଡକୁ ଯାଉଥିବା ବେଳେ ତା’ର ପାଦ ଖସିଯିବାରୁ ସେ ବୋରୱେଲକୁ ଖସିପଡ଼ିଥିଲା। ପିଲାଟି ହେଉଛି କୁଲ ଗାଁର ବାସିନ୍ଦା ଡୋମନ୍ ମାଝୀଙ୍କ ୩ବର୍ଷର ପୁଅ ଶିବମ୍ କୁମାର। ଗ୍ରାମବାସୀ କହିଛନ୍ତି ଯେ ବୋରୱେଲରେ ପଡିଥିବା ଶିଶୁର କାନ୍ଦିବାର ଶବ୍ଦ ଏବେ ଶୁଣାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)