/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703167714.jpg)
Terrorist Attack in Kashmir
କାଶ୍ମୀରରେ ପୁଣି ଆତଙ୍କୀ ହମଲା । କଶ୍ମୀର ରଜୌରୀରେ ଆତଙ୍କବାଦୀ ହମଲାରେ ୩ ଯବାନ ସହିଦ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଘେରି ଗୁଳିମାଡ଼ କଲେ ଆତଙ୍କବାଦୀ । ଆକ୍ରମଣରେ ଆଉ ୩ ଯବାନ ଗୁରୁତର ଆହତ ସୂଚନା ମିଳିଛି । ଆମ୍ବୁସ ଲଗାଇ ସେନା ଗାଡ଼ିକୁ ଆକ୍ରମଣ କଲେ ଆତଙ୍କୀ ।
Advertisment
ଆର୍ମିର ସୂଚନାନୁଯାୟୀ ଏହି ଆକ୍ରମଣରେ ୩ ଯବାନ ପ୍ରାଣ ହରାଇଥିବା ବେଳେ ଆଉ ତିନିଜଣ ଆହତ ହୋଇଛନ୍ତି । ଦିନ ୩.୪୫ ମିନିଟ୍ରେ ଆତଙ୍କବାଦୀ ଯବାନଙ୍କ ଗାଡ଼ି ଉପରେ ଗୁଳିଚାଳନା କରିଥିଲେ ।
ବୁଧବାର ପୁଞ୍ଚରେ ଥିବା ଗୋଟିଏ ପୋଲିସ୍ ୟୁନିଟର କ୍ୟାମ୍ପସ ଭିତରେ ବିସ୍ଫୋରଣ କରାଯାଇଥିଲା । ଏଥିରେ କେହି ମୃତାହତ ହୋଇ ନଥିଲେ ହେଁ ପାର୍କିଂ ହୋଇଥିବା ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା । ଏହାର ତଦନ୍ତ ଚାଲିଥିବା ବେଳେ ଏବେ ଆତଙ୍କବାଦୀଙ୍କ ଆମ୍ବୁସ ଖବର ସାମ୍ନାକୁ ଆସିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)