Advertisment

Road Accident: ସରିଥିଲା ନିର୍ବନ୍ଧ; ଚାଲିଗଲା ଜୀବନ

ଆଉ କିଛି ଦିନ ପରେ ବାଜିଥାନ୍ତା ଶାହାନାଇ। ହାତକୁ ଦୁଇ ହାତ ହୋଇଥାନ୍ତେ କରନ। ନିଜର ଖୁସିର ସଂସାର ଗଢ଼ିଥାନ୍ତେ। ହେଲେ ସବୁ ଓଲଟପାଲଟ ହୋଇଯାଇଥିଲା। ଦୁର୍ଘଟଣାରେ କରନଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ୨ସାଙ୍ଗଙ୍କ ମୃତ୍ୟୁ ଘଟିଥିଲା।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ବନ୍ଧୁବାନ୍ଧବ ଓ ପରିବାର ଲୋକଙ୍କ ଉପସ୍ଥିତିରେ ସରିଥିଲା ନିର୍ବନ୍ଧ। ସମସ୍ତେ ଖୁସିରେ ଘରୁ ଫେରିଥିଲେ। ପୁଅ ମଧ୍ୟ ନିଜ ସାଙ୍ଗ ସହ ନିଜ କାର୍‌ରେ ଘରକୁ ଫେରୁଥିଲା। ହେଲେ ସେମାନଙ୍କ ଖୁସି ବେଶୀ ସମୟ ରହି ନଥିଲା। ଯେପରି ଏହି ଖୁସିରେ ଲାଗିଗଲା କାହାର ନଜର। ଯେପରି କ୍ଷଣିକ ମଧ୍ୟରେ ସବୁ ଖୁସିକୁ ଜଳିପୋଡ଼ି ପାଉଶଁ ହୋଇଗଲା।

Advertisment

ଅଧବାଟରେ ଘଟିଲା ସଡ଼କ ଦୁର୍ଘଟଣା। କାରଟି ଭାରସାମ୍ୟ ହରାଇ ଟ୍ରକକୁ ଧକ୍କା ଦେବାରୁ ଚାଲିଗଲା ଯୁବକ ଓ ତାଙ୍କ ୨ ସାଙ୍ଗଙ୍କ ଜୀବନ। ଏପରି ଦୁଃଖଦ ଘଟଣା ଘଟିଛି ଉତ୍ତର ପ୍ରଦେଶର ଝାନସିରେ। ମୃତକମାନେ ହେଲେ କରନ ବିଶ୍ୱକର୍ମା ତାଙ୍କ ସାଙ୍ଗ ପ୍ରଦୁମ୍ନ ୟାଦବ ଓ ପ୍ରଦୁମ୍ନ ସେନ୍।

ଗତକାଲି କରନଙ୍କର ନିର୍ବନ୍ଧ ଥିଲା। ବନ୍ଧୁବାନ୍ଧବ ଓ ପରିବାର ସଦସ୍ୟ ଝିଅର ଘର ଲଲିତପୁର ଯାଇଥିଲେ। କରନଙ୍କ ମଧ୍ୟ ନିଜ କାରରେ ଦୁଇ ସାଙ୍ଗଙ୍କ ସହ ଲଲିତପୁର ଯାଇଥିଲେ। ବନ୍ଧୁବାନ୍ଧବ ଓ ପରିବାରଙ୍କ ଉପସ୍ଥିତିରେ ସରିଥିଲା ନିର୍ବନ୍ଧ। ଆଉ କିଛି ଦିନ ପରେ ବାଜିଥାନ୍ତା ଶାହାନାଇ। ହାତକୁ ଦୁଇ ହାତ ହୋଇଥାନ୍ତେ କରନ। ନିଜର ଖୁସିର ସଂସାର ଗଢ଼ିଥାନ୍ତେ। ହେଲେ ସବୁ ଓଲଟପାଲଟ ହୋଇଯାଇଥିଲା। ନିର୍ବନ୍ଧ ସାରି ଖୁସିରେ ନିଜ କାର୍‌ରେ ୨ସାଙ୍ଗଙ୍କ ସହ ନିଜ ଘରକୁ ଫେରୁଥିଲେ କରନ।

Advertisment

ହେଲେ ସେହି ଖୁସି ତାଙ୍କର ବେଶୀ ସମୟ ରହିନଥିଲା। ବାଟରେ ଘଟିଥିଲା ଦୁର୍ଘଟଣା। କରନଙ୍କ କାର୍‌ ରାସ୍ତା ଉପରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ କରନଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ୨ସାଙ୍ଗଙ୍କ ମୃତ୍ୟୁ ଘଟିଥିଲା। ପୁଲିସ କାରରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା।

କରନଙ୍କ ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment

ଅଧିକ ପଢ଼ନ୍ତୁ: ଆକ୍ରମଣକାରୀ ପଶିବା ସମୟରେ ନିଦରେ ଶୋଇଥିଲେ ସିକ୍ୟୁରିଟି ଗାର୍ଡ

Uttar Pradesh Accident Deadbody
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ