/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652599261.jpg)
3 Dead Due To Flash Floods, Landslides in Assam
ଆସାମରେ ବନ୍ୟାର ତାଣ୍ଡବ। ବନ୍ୟା ଏବଂ ପ୍ରବଳ ବର୍ଷାରେ ହୋଇଥିବା ଭୂସ୍ଖଳନ ଯୋଗୁ ଦିମା ହାସାଓ ଜିଲ୍ଲାର ହାଫଲଙ୍ଗ ଅଞ୍ଚଳର ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି।
Advertisment
ବନ୍ୟା ଯୋଗୁ ୬ଟି ଜିଲ୍ଲାର ପ୍ରାୟ ୨୫ ହଜାର ଲୋକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଆସାମ ଓ ପଡୋଶୀ ରାଜ୍ୟ ମେଘାଳୟ, ଅରୁଣାଚଳ ପ୍ରଦେଶରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ତର ବଢିଛି। ସେହିପରି ଆସାମର କୋପିଲି ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।
ପାଣିଘେରରେ ଥବା ଲୋଙ୍କ ପାଇଁ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟର ବ୍ୟବସ୍ଥା କରାଯାଇଛି। ପାରା-ମିଲିଟାଲ ଫୋର୍ସ, SDRF ଟିମ୍ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ବନ୍ୟା ଯୋଗୁ ହୋଜାଇ, ଲଖୀମପୁର, ନାଗା ଜିଲ୍ଲାରେ ବହୁ ରାସ୍ତାଘାଟ, ବ୍ରିଜ ଓ କେନାଲ ଧୋଇ ହୋଇଯାଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)