Advertisment

ଦୁଇ ଦିନ ବ୍ୟାଙ୍କ ବନ୍ଦ

ଆଜି ଓ ଆସନ୍ତାକାଲି ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହି ଦୁଇ ଦିନ ଦେଶରେ ସମସ୍ତ ବ୍ୟାଙ୍କ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ବ୍ୟାଙ୍କ ଘରୋଇକରଣ ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଧର୍ମଘଟ ଡାକରା ଦିଆଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bank Strike

Bank Strike

ନୂଆଦିଲ୍ଲୀ: ଆଜି ଓ ଆସନ୍ତାକାଲି ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ। ବ୍ୟାଙ୍କ ଘରୋଇକରଣ ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଦୁଇ ଦିନ ପାଇଁ ୟୁନାଇଟେଡ୍ ଫୋରମ୍‌ ଅଫ୍ ବ୍ୟାଙ୍କ ୟୁନିଅନ୍ସ(UFBU) ଧର୍ମଘଟ ଡାକରା ଦେଇଛି। ଆଜିଠୁ ଦୁଇ ଦିନ ପାଇଁ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(SBI) ସମେତ ରାଷ୍ଟ୍ରାୟତ୍ତ ବ୍ୟାଙ୍କର କର୍ମଚାରୀମାନେ ଧାରଣା ଦେବେ ବୋଲି ଜଣାପଡ଼ିଛି। 

Advertisment

ଏହି ଦୁଇ ଦିନ ଦେଶରେ ସମସ୍ତ ବ୍ୟାଙ୍କ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତି ସହ ବ୍ୟାଙ୍କିଙ୍ଗ ଆଇନ୍ ସଂଶୋଧନ ବିଲ୍ -୨୦୨୧କୁ ବିରୋଧ କରାଯାଇଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କର ପ୍ରାୟ ୯ ଲକ୍ଷ କର୍ମଚାରୀ ଏହି ଧର୍ମଘଟରେ ସାମିଲ ହେବେ ବୋଲି ଜଣାପଡ଼ିଛି। 

୨୦୨୧-୨୨ ବଜେଟ୍‌ରେ କେନ୍ଦ୍ର ସରକାର ବ୍ୟାଙ୍କ ଘରୋଇକରଣ ନେଇ ଘୋଷଣା କରିବା ପରଠୁ UFBU ଏହାକୁ ବିରୋଧ କରି ଆସୁଅଛି। ଧର୍ମଘଟ ଡାକରାକୁ ନେଇ UFBUର ଓଡ଼ିଶା ଆବାହକ ରଘୁନାଥ ପ୍ରସାଦ ଦାସ କହିଛନ୍ତି, ‘ଡିସେମ୍ବର ୧୬ ଓ ୧୭ ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ। ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଏହି ଧର୍ମଘଟ ଡାକରା ଦିଆଯାଇଛି’।

Advertisment
Privatisation Of Nationalised Banks Bank Strike State Bank Of India
Advertisment
Advertisment