• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଘରଟିଏ କିଣିବାକୁ ସମସ୍ତଙ୍କର ଇଚ୍ଛା ଥାଏ । ନିଜ ଜୀବନ କାଳରେ ସମସ୍ତେ ଭଲ ଘର ଖଣ୍ତିଏ କରିବାକୁ ଚାହାଁନ୍ତି । ଘରକୁ ନେଇ କାହାର କେତେ ସ୍ୱପ୍ନ ଥାଏ । ଜୀବନ ଯାକର ପୁଞ୍ଜି ଘର ପିଛା ଖର୍ଚ୍ଚ କରିବାକୁ ପଛାନ୍ତି ନାହିଁ ଲୋକେ । ଯଦି ଆପଣଙ୍କୁ କୁହାଯିବ ମାତ୍ର ୩୦୦ ବର୍ଗ ଫୁଟର ଘର ପାଇଁ ଆପଣଙ୍କୁ ୭୫ ଲକ୍ଷ ଟଙ୍କା ଦେବାକୁ ପଡ଼ିବ, ତେବେ ...

ଏପରି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି । ଉକ୍ତ ଭିଡ଼ିଓରେ କୁହାଯାଇଛି ଯେ, ଦୁଇଟି ବେଡରୁମ ଥିବା ଗୋଟିଏ ଫ୍ଲାଟର ଦାମ୍ ୭୫ ଲକ୍ଷ ଟଙ୍କା । ମାତ୍ର ୩୨୩ ବର୍ଗ ଫୁଟରେ ନିର୍ମିତ ହୋଇଥିବା ଏହି ଫ୍ଲାଟର ଦାମ ଅନେକଙ୍କ ହୋଶ ଉଡ଼ାଇବ ।

ନିମ୍ନୋକ୍ତ ଭିଡ଼ିଓଟି ଦେଖିବା ପରେ ଅନେକ ସୋସିଆଲ ମିଡ଼ିଆ ବ୍ୟବହାରକାରୀ ଏହାର ମଜାକ ଉଡ଼ାଇଛନ୍ତି । ମାତ୍ର ୩୨୩ ବର୍ଗ ଫୁଟର ଘର ପାଇଁ ୭୫ ଲକ୍ଷ ଟଙ୍କା ଦେବାକୁ ଅନେକ ନାପସନ୍ଦ କରିଛନ୍ତି । ଏହି ଫ୍ଲାଟଟି ମୁମ୍ବାଇରେ ରହିଛି । ଯଦିଓ ମୁମ୍ବାଇ ଏକ ମହଙ୍ଗା ସହର ତଥାପି ଏତେ ଅଳ୍ପ ଜାଗା ପାଇଁ ଏତେଗୁଡ଼ିଓ ଟଙ୍କାକୁ ପସନ୍ଦ କରି ନାହାନ୍ତି ଲୋକେ ।

ସୋସିଆଲ ମିଡ଼ିଆ ଆପ 'X' ରେ ଏନେଇ ଏକ ଭିଡ଼ିଓ ପୋଷ୍ଟ କରାଯାଇଛି । ଭିଡ଼ିଓରେ ମହିଳା ଜଣକ ପୁରା ଫ୍ଲାଟକୁ ବୁଲି ଦେଖାଉଛନ୍ତି । ଏହା ସହ ଏହା ମଧ୍ୟ କହିଛନ୍ତି ଯେ, ଗୋଟେ ବେଡରୁମ ଫ୍ଲାଟର ଟଙ୍କା ଧରି ଦୁଇଟା ବେଡରୁମର ଫ୍ଲାଟ କିଣିପାରିବେ । ଫ୍ଲାଟଟି କାଣ୍ଡିଭାଲିରେ ଥିବା ବେଳେ ଏହା ୨୩ ମହଲା କୋଠାରେ ଅବସ୍ଥିତ ।

ଘରଟିରେ ରହିବା ଏବଂ ଖାଇବା ସ୍ଥାନ ସହ ରୋଷେଇ ଘର, ବାଥରୁମ ଓ ଦୁଇଟି ଶୟନ କକ୍ଷ ରହିଛି । ଏନେଇ ସୋସିଆଲ ମିଡ଼ିଆ ୟୁଜର୍ସଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଜଣେ କହିଛନ୍ତି, ଶେଷରେ ମୁମ୍ବାଇରେ ଅଳ୍ପ ମୂଲ୍ୟରେ ରହିବା ପାଇଁ ଘର ମିଳିଯାଇଛି । ଅନ୍ୟ ଏକ ମନ୍ତବ୍ୟରେ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ଏହି ଘର କିଣିବ ତା’ଠାରୁ ବଡ଼ ମୁର୍ଖ କେହି ନଥିବ ।