• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଅଜଣା ନମ୍ବରରୁ ଯୁବତୀଙ୍କ ନିକଟକୁ ଆସିଲା ଭିଡିଓକଲ୍‌ । ସେପଟୁ ଶୁଭିଲା ହ୍ୟାଲୋ... କ’ଣ କରୁଛ ? ବ୍ୟସ୍ତ ଅଛକି ?... ପରେ ପରେ ଯୁବକ କହିଲେ ଅଶ୍ଳୀଳ କଥା । କିଛି ନଜାଣି ପାରି ଯୁବତୀ ଜଣଙ୍କ ତାଙ୍କ ପରିଚୟ ମାଗିଲେ ଆଉ ସେ କିଏ ବୋଲି ପ୍ରଶ୍ନ କଲେ । ହେଲେ ଅଜଣା ଯୁବକ ଜଣକ ନିଜର ପରିଚୟ ନଦେଇ ଓଲଟା ଭିଡିଓ କଲ୍‌ରେ ଆପତ୍ତିଜନକ କାର୍ଯ୍ୟରେ ବ୍ୟସ୍ତ ରହିଲେ ।

ଗତ ୧୪ ତାରିଖରେ ଏପରି ଏକ ଅଦ୍ଭୁତଜନକ ଘଟଣା ସାମ୍‌ନାକୁ ଆସିଛି । ଜଣେ ୨୬ ବର୍ଷୀୟ ଯୁବତୀ ଜଣେ ଅଜଣା ଯୁବକଙ୍କ ଏପରି ବ୍ୟବହାରକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି । ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଚଳାଇଛି ଏବଂ ଅଭିଯୁକ୍ତକୁ ଧରିବାକୁ ଚେଷ୍ଟା କରୁଛି ।

ସୂଚନା ଅନୁସାରେ ଯୁବତୀ ଜଣକ ଜଣେ ଉଚ୍ଚ ଶିକ୍ଷିତା । ସେ ସାଇକୋଲଜିରେ ପିଜି କରୁଛନ୍ତି। ସେ କହିଛନ୍ତି ଯେ, ତାଙ୍କ ନିକଟକୁ ଅଜଣା ଯୁବକ ଜଣକ ପ୍ରଥମେ ହ୍ୱାଟସ୍‌ଆପ୍‌ରେ କଲ୍‌ କରିଥିଲେ । ଆଉ କଲ୍‌ ଉଠାଇ କିଏ ବୋଲି ପ୍ରଶ୍ନ କରିଥିଲେ ଯୁବତୀ । ତେବେ ଉତ୍ତର ନଦେଇ ଯୁବକ ଜଣକ ଅଶ୍ଳୀଳ ଆଚରଣ ଆରମ୍ଭ କରିଥିଲେ । ପରେ ପରେ ତାଙ୍କ ନିକଟକୁ ଖରାପ ଫଟୋ ପଠାଇଥିଲେ । ଆଉ ଯୁବତୀ ଜଣକ ତାଙ୍କୁ ସମ୍ମାନ ଜନକ ବ୍ୟବହାର ଦେଖାଇବା ସହ ତାଙ୍କ ପରିଚୟ ବାରମ୍ବାର ମାଗିଥିଲେ ।

ହେଲେ ସେ ପରିଚୟ ଦେବା ପରିବର୍ତ୍ତେ ପୁଣି ଖରାପ ଭିଡିଓ ତାଙ୍କ ନିକଟକୁ ପଠାଇବା ଆରମ୍ଭ କରିଥିଲେ । ଯୁବକଙ୍କ ବାରମ୍ବାର ଏପରି ବ୍ୟବହାର ପରେ ଯୁବତୀ ଜଣକ ଥାନାରେ ଯାଇ ଅଭିଯୋଗ କରିଛନ୍ତି । ଗତ ୧୬ ତାରିଖରେ ଏହି ମାମଲା କରାଯାଇଥିବା ବେଳେ ପୋଲିସ ତଦନ୍ତ ଚଳାଇଛି ।

ଏହି ଘଟଣାରେ ଜଣେ ବରିଷ୍ଠ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଅଜଣା ଯୁବକଙ୍କ ହ୍ୱାଟ୍ସଆପ୍ ବ୍ୟବହାର ଅନେକ ସନ୍ଦେହ ସୃଷ୍ଟି କରିଛି । ଆମେ ସାଇବର ବିଶେଷଜ୍ଞଙ୍କ ସାହାଯ୍ୟ ନେବୁ । ଏହି ଘଟଣା ବେଙ୍ଗାଲୁରୁରୁ ସାମ୍ନାକୁ ଆସିଥିବା ବେଳେ ଆଡୁଗୋଡି ପୋଲିସ ପୋକସୋ ଆକ୍ଟର ଧାରା ୧୫ ଏବଂ ଅନ୍ୟାନ୍ୟ ଆଇପିସି ବିଭାଗ ଅନୁଯାୟୀ ଏକ ମାମଲା ରୁଜୁ କରିଛି ।