Advertisment

ଶିକ୍ଷାର ସହରରେ କିଏ ବୁଣୁଛି ମୃତ୍ୟୁର ବୀଜ...କାହିଁକି କୋଟାରେ ବଢୁଛି ଆତ୍ମହତ୍ୟା...?

କୋଟାରେ ବଢ଼ି ଚାଲିଛି ଛାତ୍ର ଆତ୍ମହତ୍ୟା। ପରୀକ୍ଷା, ପ୍ରେମ କି ପ୍ରେସର .. କଣ ଏହାର କାରଣ .. ସ୍ୱପ୍ନ ଦେଖିବା ଆଗରୁ ହିଁ ସାରି ଦେଉଛନ୍ତି ଜୀବନ .. ଦାୟୀ କିଏ .. ?

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Kota Suicide

Kota Suicide

ଶିକ୍ଷାର ସହରରେ କିଏ ବୁଣୁଛି ମୃତ୍ୟୁର ବୀଜ ? କାହିଁକି କୋଟାରେ ବଢୁଛି ଆତ୍ମହତ୍ୟା.. ପରୀକ୍ଷା, ପ୍ରେମ କି ପ୍ରେସର .. କଣ ଏହାର କାରଣ .. ସ୍ୱପ୍ନ ଦେଖିବା ଆଗରୁ ହିଁ ସାରି ଦେଉଛନ୍ତି ଜୀବନ .. ଦାୟୀ କିଏ ?.. କାହିଁକି କୋଚିଂ ହବ ପାଲଟୁଛି ସୁଇସାଇଡ ହବ .. ବହି ବଦଳରେ ଆତ୍ମହତ୍ୟାର ପନ୍ଥା କାହିଁକି ବାଛୁଛନ୍ତି ଛାତ୍ରଛାତ୍ରୀ .. ସ୍ୱପ୍ନ ନେଇ ଆସୁଥିବା ଜୀବନକୁ ମାରି ଦେବାର ଉଦ୍ଦେଶ୍ୟ କଣ ..? ଏମିତି ଅନେକ ପ୍ରଶ୍ନ ଏବେ ପୂରା ଦେଶକୁ କବଳିତ କରିଛି।

Advertisment

ଗତ କିଛି ମାସ ମଧ୍ୟରେ କୋଟାରେ ବଢ଼ି ଚାଲିଛି ଆତ୍ମହତ୍ୟା । ଅଭିଶପ୍ତ ପାଲଟିଛି ଏହି ଶିକ୍ଷାର ସହର । ଜୀବନ ନେଇ ତ ଆସୁଛନ୍ତି, କିନ୍ତୁ ଜୀବନ ନେଇ ଫେରିବାର ସମ୍ଭାବନା କମ୍ । କୋଚିଂର ହବ କହୁଥିବା ରାଜସ୍ଥାନର କୋଟାରେ ଆଉ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ନିଟ ପାଇଁ ପ୍ରସ୍ତୁତ ହେଉଥିବା ଜଣେ ୨୨ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଚଳିତ ବର୍ଷ କୋଟାରେ ଏହା ୨୮ତମ ଘଟଣା ।

ନିଶା ଅହିର ନାମକ ଏହି ଛାତ୍ରୀ ଜଣକ ଉତ୍ତର ପ୍ରଦେଶର ବାସିନ୍ଦା । ସେ ମହାବୀର ନଗରରେ ଥିବା ନିଜ ହଷ୍ଟେଲ ରୁମରେ ଝୁଲି ଆତ୍ମହତ୍ୟା କରିଛନ୍ତି । ତେବେ ଛାତ୍ରୀଙ୍କ କୋଠରୀରୁ କୌଣସି ସୁଇସାଇଡ ନୋଟ ମିଳିନାହିଁ । ଗତ ଜାନୁଆରୀରୁ ୨୮ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରି ସାରିଲେଣି । ଯାହା ସମସ୍ତଙ୍କର ଚିନ୍ତା ବଢ଼ାଇ ଦେଇଛି ।

Advertisment

ଏହା ପୂର୍ବରୁ ଗତ ନଭେମ୍ବର ୨୭ ରେ ମଧ୍ୟ ନିଟ ପାଇଁ ପ୍ରସ୍ତୁତ ହେଉଥିବା ପଶ୍ଟିମବଙ୍ଗର ଫରିଦ ହୁସେନ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ । ଗତ ସେପ୍ଟେମ୍ବର ୧୮ ରେ ମଧ୍ୟ ଉତ୍ତରପ୍ରଦେଶର ଜଣେ ୧୬ ବର୍ଷର ନାବାଳିକା NEET ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବିଷ ଖାଇ ନିଜ ଜୀବନ ହାରି ଦେଇଥିଲେ ।

ଗତ ମେ’ ରେ ପାଞ୍ଚ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ଜୁନରେ ଚାରି ଜଣ କରିଥିଲେ । କେବଳ ଅଗଷ୍ଟରେ ହିଁ ୬ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ପ୍ରଶାସନ ଦ୍ୱାରା ତମାମ ପଦକ୍ଷେପ ଗ୍ରହଣ କରାଯିବା ପରେ ମଧ୍ୟ କମୁନି ସୁଇସାଇଡ । କାହିଁକି ହେଉଛି ସୁଇସାଇଡ .. ଏନେଇ ଉତ୍ତର କାହା ପାଖରେ ମଧ୍ୟ ନାହିଁ । ନା ପ୍ରଶାସନ ନା କୋଚିଂ ସେଣ୍ଟର .. ଏନେଇ ମୁହଁ ଖୋଲୁଛନ୍ତି ।

ନିଶା ଅହିରଙ୍କ ବାପା କହିଥିଲେ ଯେ ପଢ଼ାକୁ ନେଇ ସେ କୌଣସି ପ୍ରକାର ଚାପ ପକାଇ ନଥିଲେ । ସେ ନିଜେ ଡାକ୍ତର ହେବାକୁ ଚାହୁଁଥିଲେ । ଗତ ମେ’ରେ ନିଜ ସ୍ୱପ୍ନକୁ ନେଇ କୋଟା ଆସିଥିବା ନିଶାଙ୍କ କ୍ଷେତ୍ରରେ ଗତ ୬ ମାସରେ ଏପରି କଣ ଘଟିଗଲା ଯେ, ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ।

ବଢ଼ୁଥିବା ଆତ୍ମହତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ କେତେକ ପଦକ୍ଷେପ ମଧ୍ୟ ନେଇଛି । କୋଟାରେ ରାଙ୍କ ସିଷ୍ଟମକୁ ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆ ଯାଇଛି । ସେହିପରି ପ୍ରତ୍ୟେକ ପରୀକ୍ଷା ପରେ ଛୁଟି ଦେବାକୁ କୋଚିଂ ସେଣ୍ଟରକୁ ନିର୍ଦ୍ଦେଶ ଦିଆ ଯାଇଛି । ପଢ଼ାରେ କମଜୋର ଥିବା ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦେବାକୁ ନିର୍ଦ୍ଦେଶ ରହିଛି । ତଥାପି କମୁନି ଛାତ୍ର ଆତ୍ମହତ୍ୟା .. ବିପଦରେ ପଡ଼ୁଛି ଦେଶର ଭବିଷ୍ୟତ ।

Kota Exam Medical NEET
Advertisment
Advertisment