/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658820630.jpg)
21 Dead In Gujarat After Drinking Illicit Liquor, 30 More In Hospital
ମହଙ୍ଗା ପଡ଼ିଲା ବିଷାକ୍ତ ମଦ । ଅକାଳରେ ଚାଲିଗଲା ୨୧ ଜୀବନ । ଗୁଜୁରାଟ୍ର ବୋଟାଡ୍ ଜିଲ୍ଲାରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ବିଷାକ୍ତ ମଦ ପିଇ ୨୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ ଜଣ ଚିକିତ୍ସାଧୀନ ଥିବା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।
ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ମୁତାବକ, ବିଷାକ୍ତ ମଦ ପିଇବାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗତକାଲି ଚିକିତ୍ସିତ ଅବସ୍ଥାରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ମୃତକମାନେ ଗୁଜୁରାଟର ଧାନ୍ଦୁକା ସହରର ହୋଇଥିବାର ଜଣାପଡିଛି । ଏହାସହ ବର୍ତ୍ତମାନ ପର୍ଯ୍ୟନ୍ତ ୩୦ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଘଟଣାକୁ ନେଇ ଗୁଜୁରାଟ୍ ପୋଲିସ୍ ଅଫିସର ଆଶିଷ ଭାଟ୍ଟିଆ କହିଛନ୍ତି ଯେ, ‘ ମଦର ବିକ୍ରି ଓ ଉତ୍ପାଦନ ଅଭିଯୋଗରେ ୩ ଜଣଙ୍କୁ ଅଟକ ରଖାଯାଇଛି ।
ସୂଚନା ଅନୁସାରେ, ଗତକାଲି ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଗୁଜୁରାଟର ବାରୱାଲା ଓ ବୋଟାଡ୍ ସହରର ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଯାହା ପରେ ଏହି ଘଟଣା ସାମ୍ନାକୁ ଆସିଛି ।
ଏନେଇ ଭାବନଗର ଆଇଜିପି ଅଶୋକ କୁମାର ଯାଦବ କହିଛନ୍ତି ଯେ, ଘଟଣାର ଖୋଳତାଡ଼ କରିବାରେ ଏସ୍ଆଇଟିର ଏକ ଟିମ୍ ନିୟୋଜିତ ହୋଇଛି । ଗୁଜୁରାଟ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ (ATS)ଙ୍କ ସମେତ ଅହମଦାବାଦ୍ କ୍ରାଇମ୍ବ୍ରାଞ୍ଚଙ୍କ ମିଳିତ ଉଦ୍ୟମରେ ଘଟଣାର ତଦନ୍ତ କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)