Advertisment

୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହେଲା କସରତ

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ । ଦିଲ୍ଲୀ ବିଜେପି ପ୍ରଦେଶ ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା ଯୋଗଦେଲେ ।

Baijayant Panda

୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହେଲା କସରତ

Advertisment

୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହେଲା କସରତ। ବିଜେପି ଦିଲ୍ଲୀ ପ୍ରଦେଶ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ନିର୍ବାଚନ ପରିଚାଳନା କମିଟିର ପ୍ରଥମ ସଂଗଠନାତ୍ମକ ବୈଠକ । ଏଥିରେ ଯୋଗ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଏବଂ ଦିଲ୍ଲୀ ବିଜେପି ପ୍ରଦେଶ ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା।

Advertisment

ଆସନ୍ତାବର୍ଷ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ରଣନୀତି ସଂପର୍କରେ ବୈଠକରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିବା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ବୈଜୟନ୍ତ ପଣ୍ଡା ଏବଂ ବୀରେନ୍ଦ୍ର ସଚଦେବା । ଏହି ବୈଠକରେ ଦିଲ୍ଲୀ ବିଜେପି ନିର୍ବାଚନ ସହପ୍ରଭାରୀ ଅତୁଲ ଗର୍ଗ, ନିର୍ବାଚନ ପରିଚାଳନା କମିଟି ସଂଯୋଜକ ତଥା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ହର୍ଷ ମଲହୋତ୍ରା, ପ୍ରଦେଶ ସଂଗଠନ ସାଧାରଣ ସଂପାଦକ ପବନ ରାଣା ପ୍ରମୁଖ ଯୋଗ ଦେଇଥିଲେ ।

ଏହା ସହ ପଢ଼ନ୍ତୁ: ଇଣ୍ଡିଆ ଫୋର୍ବସ ସିଲେକ୍ଟ-200 ତାଲିକାରେ ଓଟିଭି ..

ଏହା ପୂର୍ବରୁ ଆଜି ନୂଆଦିଲ୍ଲୀ ଲଜପତଭବନ ଅଡିଟୋରିୟମରେ ପାଳିତ ହୋଇଛି ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କ ପୁଣ୍ୟତିଥି । ଲୋକସେବକ ମଣ୍ଡଳ ପକ୍ଷରୁ ଆଯୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା। କାର୍ଯ୍ୟକ୍ରମରେ ଯୋଗଦେଇ ବୈଜୟନ୍ତ, ଲାଲା ଲଜପତ ରାୟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

Advertisment

ଲାଲା ଲଜପତ ରାୟଙ୍କ ଜୀବନୀ ଏବଂ ବର୍ତ୍ତମାନ ସମୟରେ ତାଙ୍କର ମାର୍ଗଦର୍ଶନ ଆବଶ୍ୟକତା ଥିବା ନେଇ କହିଛନ୍ତି ବୈଜୟନ୍ତ ପଣ୍ଡା। ଓଡ଼ିଶାରେ ବନ୍ୟା,ବାତ୍ୟା ସମୟରେ ଲୋକସେବକ ମଣ୍ଡଳର କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ବାରା ବନ୍ଦେ ମାତରମ୍ ଗାନ କରାଯିବା ସହ ଲାଲା ଲଜପତ ରାୟଙ୍କ ଜୀବନୀକୁ ନେଇ ବକ୍ତୃତା କାର୍ଯ୍ୟକ୍ରମ ରଖାଯାଇଥିଲା। ପରେ ଏ ମେରେ ୱତନ କି ଲୋଗୋ ଗୀତରେ ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ।

ଏହା ସହ ପଢ଼ନ୍ତୁ: 'ମୋ ପୁଅ ଠାକୁର ବୋଲି ମୁଁ କେବେ କହିନାହିଁ'

Delhi Baijayant Panda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ