Advertisment

କାଲି ପ୍ରଥମ ପର୍ଯ୍ୟାୟ ଭୋଟ୍; ମୋଟ୍ ୧୦୨ ସିଟ୍ ପାଇଁ ହେବ ମତଦାନ...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ପଡ଼ିବ ଭୋଟ୍ । ଆଜିଠୁ ବୁଥ୍ ଅଭିମୁଖେ ଯିବେ ପୋଲିଂପାର୍ଟି । ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୧୦୨ ସିଟ୍ ପାଇଁ ଭୋଟିଂ ହେବ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Phase 1 polling Tomorrow

1st Phase Polling

ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ପଡ଼ିବ ଭୋଟ୍ । ଆଜିଠୁ ବୁଥ୍ ଅଭିମୁଖେ ଯିବେ ପୋଲିଂପାର୍ଟି । ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୧୦୨ ସିଟ୍ ପାଇଁ ଭୋଟିଂ ହେବ । ତାମିଲନାଡ଼ୁର ସମସ୍ତ ୩୯ ସିଟ୍, ରାଜସ୍ଥାନର ୧୨, ଉତ୍ତର ପ୍ରଦେଶର ୮, ମଧ୍ୟପ୍ରଦେଶର ୬, ଆସାମ-ମହାରାଷ୍ଟ୍ର-ଉତ୍ତରାଖଣ୍ଡର ୫ଟି ଲେଖାଏଁ 
ସିଟରେ ଭୋଟିଂ ହେବ । 

Advertisment

ସେହିପରି ପୁଡ଼ୁଚେରୀ, ଲାକ୍ଷାଦୀପ, ଜମ୍ମୁକାଶ୍ମୀର, ଆଣ୍ଡାମାନ ଓ ନିକୋବର ଦ୍ବୀପର ଗୋଟିଏ ଲେଖାଏଁ ସିଟରେ ବି ମତଦାନ ସାବ୍ୟସ୍ତ କରିବେ ଜନତା। ତା’ସହ ଛତିଶଗଡ଼ର ମାଓପ୍ରବଣ ବସ୍ତରରେ ବି ପ୍ରଥମ ପର୍ଯ୍ୟାୟରେ ଭୋଟ୍ ପଡ଼ିବ।

ଅଧିକ ପଢ଼ନ୍ତୁ: ୩୭ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା AAP

ପ୍ରଥମ ପର୍ଯ୍ୟାୟ ବିଗ୍ ଫାଇଟରେ ଭାଗ୍ୟ ପରୀକ୍ଷା କରିବେ, ବିହାର ଜାମୁଇରୁ ଏଲଜେପି ମୁଖ୍ୟ ଚିରାଗ ପାଶୱାନ, ମଧ୍ୟପ୍ରଦେଶ ଛିନ୍ଦୱାଡାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ପୁଅ ନକୁଲ ନାଥ, କୋଏମ୍ବାଟୁରରୁ ତାମିଲନାଡୁ ବିଜେପି ମୁଖ୍ୟ କେ. ଆନ୍ନାମଲାଇ । ସେହିପରି ପ୍ରଥମ ପର୍ଯ୍ୟାୟରେ ଚେନ୍ନାଇ ସାଉଥରୁ ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ଟି. ସୁନ୍ଦରରାଜନ, ଥୁଥୁକୁଡିରୁ କାନିମୋଇ ଏବଂ କୁଚବେହାରରୁ ନିଶିଥ ପରମାଣିକଙ୍କ ଭଳି ଅନେକ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା ହେବ।

Advertisment

ପ୍ରଥମ ପର୍ଯ୍ୟାୟର ହେଭିୱେଟ୍

ବିହାର ଜାମୁଇ- ଚିରାଗ ପାଶୱାନ
ମଧ୍ୟପ୍ରଦେଶ ଛିନ୍ଦୱାଡା- ନକୁଲ ନାଥ
କୋଏମ୍ବାଟୁର-  କେ. ଆନ୍ନାମଲାଇ
ଚେନ୍ନାଇ ସାଉଥ- ଟି. ସୁନ୍ଦରରାଜନ
ଥୁଥୁକୁଡି- କାନିମୋଇ
କୁଚବେହାର- ନିଶିଥ ପରମାଣିକ

ଅନ୍ୟପଟେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ। ଏଥିସହ ଆଜିଠୁ ଆରମ୍ଭ ହେବ ନାମାଙ୍କନ ଦାଖଲ ପ୍ରକ୍ରିୟା। ପ୍ରାର୍ଥୀ ମାନେ ଏପ୍ରିଲ ୨୫ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରିବେ। ଏପ୍ରିଲ ୨୬ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ଓ ଏପ୍ରିଲ ୨୯ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଏହି ପର୍ଯ୍ୟାୟ ଲାଗି ୧୩ରେ ଭୋଟ ଗ୍ରହଣ କରାଯିବ। ଜୁନ ୪ରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ୍ ଗ୍ରହଣ ହେବ। 

General Elections 2024
Advertisment
Advertisment