• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅଗ୍ନିପଥ ଯୋଜନାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି ରହିଥିବା ବେଳେ ଅନେକ ସ୍ଥାନରେ ଟ୍ରେନ୍ ଏବଂ ଷ୍ଟେସନରେ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀ । ଫଳରେ ସାରା ଦେଶରେ ପ୍ରାୟ ୨ ଶହ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି । ୩୫ଟି ଟ୍ରେନକୁ ବାତିଲ କରାଯାଇଥିବା ବେଳେ ୧୩ଟି ଟ୍ରେନକୁ ସାମୟିକ ଭାବେ ବନ୍ଦ ରଖାଯାଇଛି ।

ସେପଟେ ଅଗ୍ନିପଥ ବିରୋଧରେ ପୋଡ଼ାଜଳା, ଭଙ୍ଗାରୁଜା, ପୋଲିସ ସହ ଧସ୍ତାଧସ୍ତି ଜାରି ରହିଛି । ଅଗ୍ନିପଥ ବିରୋଧରେ ତୀବ୍ର ହେଉଛି ଆନ୍ଦୋଳନ । କେନ୍ଦ୍ର ସରକାରଙ୍କ ଦ୍ୱାରା ସେନାରେ ନିଯୁକ୍ତି ପାଇଁ ଆସିଥିବା ନୂଆ ଅଗ୍ନିପଥ ଯୋଜନା ବିରୋଧରେ ତୃତୀୟ ଦିନରେ ମଧ୍ୟ ବିହାର, ଉତ୍ତରପ୍ରଦେଶ, ତେଲେଙ୍ଗାନା ସମେତ ଅନେକ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ ପ୍ରଦର୍ଶନ ଚାଲିଛି । ବିହାର ଏବଂ ଉତ୍ତରପ୍ରଦେଶରେ ସବୁଠାରୁ ଅଧିକ ହିଂସାତ୍ମକ ବିରୋଧ ପ୍ରଦର୍ଶନ କରାଯାଉଛି ।

ଅନ୍ୟପଟେ ଅଗ୍ନିପଥ ଯୋଜନାକୁ ନେଇ ଦେଶରେ ଜୋରଦାର ପ୍ରତିବାଦ ପରେ ଆନ୍ଦୋଳନକୁ ପ୍ରଶମିତ କରିବାକୁ କେନ୍ଦ୍ର ସରକାର ପ୍ରୟାସ କରିଛନ୍ତି । ଅଗ୍ନିପଥ ଯୋଜନାରେ ନିଯୁକ୍ତିର ସର୍ବାଧିକ ବୟସ ସୀମା ୨୧ରୁ ୨୩କୁ ବୃଦ୍ଧି ହୋଇଛି । ତେବେ ଏହି ନିୟମ କେବଳ ୨୦୨୨ ନିଯୁକ୍ତି ପ୍ରକ୍ରିୟାରେ ଲାଗୁ ହେବ । ଗତ ଦୁଇ ବର୍ଷ ହେଲା ନିଯୁକ୍ତି ପ୍ରକ୍ରିୟା ବନ୍ଦ ରହିଥିବାରୁ ୨୦୨୨ରେ ହେବାକୁ ଥିବା ନିଯୁକ୍ତିରେ ଏହି ନିୟମ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର ।