Advertisment

ଓଲଟିଲା ପିକ୍‌ନିକ୍‌ ବସ୍‌, ଗାଡ଼ିରେ ଥିଲେ ୪୮ ଜଣ ସ୍କୁଲ୍‌ ଛାତ୍ରଛାତ୍ରୀ

ଏକ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀ ପିକ୍‌ନିକ୍‌ ସାରି ବସ୍‌ରେ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଗତକାଲି ମୁମ୍ବାଇରେ ଏହି ଦୁର୍ଘଟଣା ଘଟିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
School Bus Accident In Mumbai

2 School Students Dead As Bus Returning From Picnic

ପିକ୍‌ନିକ୍‌ ସାରି ଫେରୁଥିବା ବେଳେ ଓଲଟିଲା ବସ୍‌। ଏକ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀ ପିକ୍‌ନିକ୍‌ ସାରି ବସ୍‌ରେ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଗତକାଲି ମୁମ୍ବାଇରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅଧିକାଂଶ ଆହତ ହୋଇଛନ୍ତି। 

Advertisment

ସୂଚନା ଅନୁସାରେ, ମୁମ୍ବାଇ ଚେମ୍ବୁର ସ୍ଥିତ ଏକ କୋଚିଂ ସେଣ୍ଟରର ୪୮ ଜଣ ଦଶମ ଛାତ୍ରଛାତ୍ରୀ ଓ ୨ ଜଣ ଶିକ୍ଷକ ବସ୍‌ରେ ଲୋନାଭାଲାକୁ ପିକ୍‌ନିକ୍‌ ପାଇଁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ରାଇଗଡ଼ ଜିଲ୍ଲା ଖୋପଲି ନିକଟ ଓଲ୍ଡ ମୁମ୍ବାଇ-ପୁଣେ ହାଇୱେରେ ବସ୍‌ ଓଲଟି ପଡ଼ିଥିଲା। ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ବସ୍‌ର ବ୍ରେକ୍‌ ଫେଲ୍‌ ହୋଇଥିଲା। ଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡ଼ିଛି।

ଫଳରେ ଏଥିରେ ୨ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅଧିକାଂଶ ଆହତ ହୋଇଛନ୍ତି। ଛାତ୍ରଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି। ଆହତଙ୍କୁ ଲୋନାଭାଲାର ବିଭିନ୍ନ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। 

Advertisment
Bus Accident Accident
Advertisment
Advertisment