/odishatv-khabar/media/post_attachments/uploadimage/library/16_9/16_9_0/s_1652617784.jpg)
Labourers Trapped Inside Quarry Rescued InTamil Nadu
୩୦୦ ଫୁଟ୍ ତଳୁ ଉଦ୍ଧାର ହେଲେ ଶ୍ରମିକ। ଯେଉଁ ପରିସ୍ଥତିରେ ତଳକୁ ଚାହିଁବା ମୁସ୍କିଲ୍, ଯେଉଁଠୁ ଜୀବନ ଫେରି ପାଇବା ପ୍ରାୟ ଅସମ୍ଭବ ତାହା ଏଠି ସମ୍ଭବ ହୋଇଛି। ତାମିଲନାଡୁର ତିରୁନେଲ୍ଭେଲି ଜିଲ୍ଲାରେ ଏକ ଖଣି ଅଞ୍ଚଳରେ ଏହି ଅଘଟଣ ଘଟିଛି।
Advertisment
ସୂଚନା ଅନୁସାରେ, ଗତକାଲି ମୁନେର ପାଲାମ୍ ଅଞ୍ଚଳରେ ଖଣିରେ ଖନନ କାର୍ଯ୍ୟ ଚାଲି ଥିବାବେଳେ ହଠାତ୍ ବଡ଼ ପଥର ଖସି ଆସିଥିଲା। ଫଳରେ ୬ ଜଣ ଶ୍ରମିକ ୩୦୦ ଫୁଟ୍ ତଳକୁ ଖସି ପଡ଼ିଥିଲେ। ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଥିବାବେଳେ ଏବେ ବି ୪ ଜଣ ଫସି ରହିଛନ୍ତି। NDRF ଟିମ୍ ରେସ୍କ୍ୟୁ ଅପରେସନ୍ରେ ନିୟୋଜିତ ହୋଇଛନ୍ତି। ହେଲିକପ୍ଟର ସହାୟତାରେ ଶ୍ରମିକଙ୍କୁ ଉଦ୍ଧାର କରାଯିବ।
ଶ୍ରମିକଙ୍କ ଦେହରେ ହୁକ୍ ଲାଗିଛି ଓ ଦଉଡ଼ି ବନ୍ଧା ଯାଇ ଦଉଡ଼ିକୁ କ୍ରେନ୍ ସହାୟତରେ ଟଣା ଯାଉଛି। ଏଭଳି ଭାବେ ଦଉଡ଼ି ସହାୟତାରେ ଶ୍ରମିକଙ୍କୁ ଉପରକୁ ଉଠା ଯାଉଥିବା ଦେଖବାକୁ ମିଳିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)