Advertisment

ସବୁ ଦିନ ଭଳି କ୍ଷୀର ବିକି ଘରକୁ ଫେରୁଥିଲେ, ହେଲେ ଜାଣିନଥିଲେ ଆଉ ଘରକୁ ଫେରିବେନି...

ସବୁ ଦିନ ଭଳି ଘର ଘର ବୁଲି କ୍ଷୀର ବିକିବେ ଆଉ ତା’ପରେ ଘରକୁ ଫେରିବେ। କିନ୍ତୁ ସେ ଜାଣିନଥିଲେ ଯେ, ଆଉ ସେ କେବେ ବି ଘରକୁ ଫେରିବେନି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
UP Milk Man Murder Case

18-year-old milkman beaten to death in UP

ସକାଳୁ ସକାଳୁ କ୍ଷୀର କେନ୍ ଧରି ସେ ଘରୁ ବାହାରିଥିଲେ। ସବୁ ଦିନ ଭଳି ଘର ଘର ବୁଲି କ୍ଷୀର ବିକିବେ ଆଉ ତା’ପରେ ଘରକୁ ଫେରିବେ। କିନ୍ତୁ ସେ ଜାଣିନଥିଲେ ଯେ, ଆଉ ସେ କେବେ ବି ଘରକୁ ଫେରିବେନି। ଏମିତି ଏକ ହୃଦୟବିଦାରକ ଘଟଣା ଘଟିଛି ୟୁପିର ଗୋରଖପୁର ଜିଲ୍ଲାର ନିଜାମପୁର ଅଞ୍ଚଳରେ।

Advertisment

ନବମରୁ ପାଠ ଛାଡ଼ିବା ପରେ ବିକାଶ ଯାଦବ(୧୮) ଗତ କିଛି ବର୍ଷ ହେଲା ବାପା ଈଶ୍ୱର ଯାଦବଙ୍କୁ କ୍ଷୀର ବିକିବା କାମରେ ସାହାଯ୍ୟ କରି ଆସୁଥିଲେ। ଗତ ମଙ୍ଗଳବାର ବିକାଶ କ୍ଷୀର ଧରି ଯାଉଥିବା ବେଳେ ହଠାତ୍ କିଛି ଲୋକ ତାଙ୍କ ଆଡ଼କୁ ମାଡ଼ି ଆସି ଅତର୍କିତ ଆକ୍ରମଣ ଆରମ୍ଭ କରି ଦେଇଥିଲେ। 

ଅଧିକ ପଢ଼ନ୍ତୁ: ୪ ବର୍ଷର ଶିଶୁକୁ ପିଟିପିଟି ହତ୍ୟା ! ପଡ଼ୋଶୀଙ୍କ ଘରୁ ମିଳିଲା ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ

Advertisment

ବିକାଶ ସେତେବେଳକୁ କ୍ଷୀର ବାଣ୍ଟି ସାରି ଘରକୁ ଫେରୁଥାନ୍ତି। ସେ କିଛି ବୁଝିବା ଆଗରୁ ଅଜଣା ଲୋକମାନେ ତାଙ୍କୁ ଏକ ବାଡ଼ିରେ ପିଟିବାକୁ ଲାଗିଲେ। ବିକାଶ ପ୍ରତିବାଦ କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ଜୋର୍‌ରେ ଚିତ୍କାର କରିବାକୁ ଲାଗିଲେ। 

ଚିତ୍କାର ଶୁଣି ବିକାଶଙ୍କ ଦାଦା ପରମେଶ୍ୱର ଯାଦବ ଘଟଣାସ୍ଥଳରେ ପହଞ୍ଚି ବିକାଶଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବିକାଶଙ୍କ କାହା ସହ କିଛି ଶତ୍ରୁତା ନଥିବା ବାପା ଈଶ୍ୱର ଯାଦବ କହିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ହତ୍ୟାକାଣ୍ଡର କାରଣ ଖୋଜୁଛି। 

Murder Murder Case
Advertisment
Advertisment