• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜିନ୍ଦେଗି କେ ସାଥ୍‌ ଭି, ଜିନ୍ଦେଗି କେ ବାଦ୍‌ ଭି . . ଏହି ପଦିକ ପଞ୍ଚଲାଇନ୍‌ ଚକ୍କରରେ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଲୋକେ ଏଲଆଇସି ଉପରେ ଭରସା କରି ନିବେଶ କରନ୍ତି । କିନ୍ତୁ ଲାଗୁଛି ନିଜର ପ୍ରତିଶ୍ରୁତି ଭୁଲିଯାଇଛି କମ୍ପାନୀ । ପରିବାର ଲୋକଙ୍କ ମୃତ୍ୟୁ ପରେ ଅନାଥଙ୍କ ମାନସିକ ଚାପର କାରଣ ପାଲଟିଛି ଏଲଆଇସି । ଏକ ବର୍ଷ ପୂର୍ବେ ବାପାମା’ଙ୍କୁ ହରାଇଥିବା ପିଲାଙ୍କୁ ଋଣ ପରିଶୋଧ କରିବାକୁ ଧମକ ଦିଆଯାଉଛି । ଫଳରେ ଏଥିରେ ବିବ୍ରତ ହୋଇ ନାବାଳକ ଭାଇଭଉଣୀ ଶିଶୁ ଅଧିକାର ଆୟୋଗରେ ଆବେଦନ କରିଛନ୍ତି ।

ଭୋପାଳର ୧୭ ବର୍ଷୀୟା ନାବାଳିକା ବନିଶା ପଠକ, ଆଉ ତାଙ୍କ ଭାଇ । ଗତବର୍ଷ କରୋନା ମହାମାରୀରେ ସେମାନଙ୍କ ବାପାମା’ ଜୀବନ ହରାଇଥିଲେ । ଭୋପାଳର ଦଶକ ବୋର୍ଡ ଟପ୍ପର ଥିବା ବନିଶା ମହାମାରୀରେ ବାପାମା’ଙ୍କୁ ହରାଇ ବର୍ତ୍ତମାନ ଘରେ ଆଇନଗତ ନୋଟିସ୍ ସହ ଲଢ଼ୁଛନ୍ତି । ତାଙ୍କ ବାପା LIC ରୁ ନେଇଥିବା ଘର ଋଣ ଫେରସ୍ତ କରିବାକୁ ଦାବି କରିଛି ।

ବନିଶାଙ୍କ ବାପା ଜିତେନ୍ଦ୍ର ଜଣେ LIC ଏଜେଣ୍ଟ ଥିଲେ । ଆ ସେ ତାଙ୍କ କାର୍ଯ୍ୟସ୍ଥଳରୁ ଘର କିରବା ପାଇଁ ଋଣ ଆଣିଥିଲେ । ହେଲେ ଋଣ ପରିଶୋଧ କରିବା ପୂର୍ବରୁ କରୋନାରେ ସେ ଜୀବନ ହରାଇଥିଲେ । ତେବେ ଏହାରି ଭିତରେ ବୋଝ ଉପରେ ନଳିତା ବିଡ଼ା ପରି ଋଣ ପରିଶୋଧ ନକଲେ, ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଧମକ ଦେଉଥିବା ସେ ଚିଠି ଲେଖିଛନ୍ତି ।

ଅନ୍ୟପଟେ ଉଭୟ ନାବାଳକ ଭାଇଭଉଣୀଙ୍କ ପାଇଁ ବାପା ଛାଡ଼ିଯାଇଥିବା ସଞ୍ଚୟକୁ କମ୍ପାନୀ ସିଜ୍ କରିଦେଇଛି । ଫଳରେ ସେମାନେ ଚଳିବା ପାଇଁ ଅସୁବିଧା ଭୋଗୁଛନ୍ତି । ତେବେ ବିନିଶା ଏଲଆଇସି କୁ ଚିଠି ଲେଖି ଋଣ ପରିଶୋଧ କରିବାକୁ ସମୟ ଦେବାକୁ ଅନୁରୋଧ କରିଥିଲେ, ହେଲେ ଏଥିରେ ରାଜି ନୁହେଁ କମ୍ପାନୀ ।

ଅସହାୟ ବନିଶାଙ୍କ ବାପାଙ୍କ ସମସ୍ତ ସମ୍ପତ୍ତି ଏବଂ ସଞ୍ଚୟକୁ ବ୍ଲକ୍‌ କରାଯାଇଥିବାରୁ ସେମାନଙ୍କ ପାଖରେ ଏବେ ଆୟର ଉତ୍ସ ନାହିଁ । କେବଳ ଏତିକି ନୁହେଁ ତାଙ୍କ ପାଖରେ ଋଣ ପରିଶୋଧ କରିବାର କୌଣସି ମାଧ୍ୟମ ମଧ୍ୟ ନାହିଁ । ସେପଟେ ଉଭୟ ପିଲାଙ୍କ ଯତ୍ନ ନେଉଥିବା ତାଙ୍କ ମାମୁଁ ମଧ୍ୟ କହିଛନ୍ତି, ୨୯ଲକ୍ଷ ଟଙ୍କା ୪ଣ ପରିଶୋଧ କରିବାକୁ ତାଙ୍କ ପାଖରେ ଏତେ ପରିମାଣର ଅର୍ଥ ନାହିଁ ।

ତେବେ ନାବାଳିକାଙ୍କ ଦୁଃଖ ଦେଖି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ସମର୍ଥନ କରିଛନ୍ତି । ଏସମ୍ପର୍କରେ ଏକ ଟ୍ୱିଟ୍ କରିବା ସହ ଘଟଣା ଉପରେ ଦୃଷ୍ଟି ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ନିମଳା ସୀତାରମଣ ତାଙ୍କ ଟ୍ୱିଟରେ ଆର୍ଥିକ ସେବା ବିଭାଗ ଏବଂ ଏଲଆଇସି ଇଣ୍ଡିଆକୁ ଟ୍ୟାଗ୍‌ କରି ସ୍ଥିତି ଉପରେ ନଜର ରଖିବାକୁ  କହିଛନ୍ତି । କେନ୍ଦ୍ର ମନ୍ତ୍ରୀଙ୍କ ସମ୍ପୃକ୍ତି ସହିତ ବନିଶାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ ବୋଲି ଆଶା କରାଯାଉଛି ।