Advertisment

Chhattisgarh Encounter: ଅପରେସନ ପରେ ଫେରିଲେ ଯବାନ; ବଖାଣିଲେ ଲୋମଟାଙ୍କୁରା କାହାଣୀ; କହିଲେ..

ଘଞ୍ଚ ଜଙ୍ଗଲରେ ମାଓବାଦୀ କିପରି ସେମାନଙ୍କୁ ଆମ୍ବୁସ୍ କରିଥିଲେ, ସେଥିରୁ ମୁକୁଳି କିପରି ପୁଣି ସେମାନଙ୍କୁ ଘେରିଥିଲେ ଓ ମୁହଁତୋଡ଼ ଜବାବ ଦେଇଥିଲେ, ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।

ଅଦ୍ୟତନ ହୋଇଛି
Chhattisgarh Encounter

Chhattisgarh Encounter

Advertisment

୪ ଦିନର ନକ୍ସଲ ଦମନ ଅଭିଯାନ ଓ ସେଥିରେ ବଡ଼ ସଫଳତା ପରେ ଫୁଲ୍ ଯୋଶରେ ସୁରକ୍ଷାକର୍ମୀ। ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଗରିଆବନ୍ଧ ଜଙ୍ଗଲରୁ ବାହୁଡ଼ିବା ବେଳେ ବଖାଣିଛନ୍ତି ଲୋମଟାଙ୍କୁରା କାହାଣୀ। ଘଞ୍ଚ ଜଙ୍ଗଲରେ ମାଓବାଦୀ କିପରି ସେମାନଙ୍କୁ ଆମ୍ବୁସ୍ କରିଥିଲେ, ସେଥିରୁ ମୁକୁଳି କିପରି ସେମାନଙ୍କୁ ଘେରିଥିଲେ ଓ ମୁହଁ ତୋଡ଼ ଜବାବ ଦେଇଥିଲେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।

Advertisment

ଜଣେ ଯବାନ କହିଛନ୍ତି, ଗରିଆବନ୍ଧ ଜଙ୍ଗଲରେ ଅଧିକ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିଲେ। ସେମାନେ ଆମକୁ ପ୍ରଥମେ ଘେରାବନ୍ଦୀ କରି ଦେଇଥିଲେ। ପରେ ସେମାନେ ଆମ ଉପରେ ପ୍ରଥମେ ଆକ୍ରମଣ କରିଥିଲେ। ଆମେ ମଧ୍ୟ ସେମାନଙ୍କୁ ମୁହଁତୋଡ଼ ଜବାବ ଦେଇଥିଲୁ। ପରେ ସେମାନଙ୍କୁ ଘେରାବନ୍ଦୀ କରି ଦେଇଥିଲୁ, ତା’ ପରେ ପାଲଟା ଜବାବ ଦିଆଯାଇଥିଲା।

୩ରୁ ୪ ଦିନ ଏନକାଉଣ୍ଟର ଚାଲିଥିଲା। ଆମକୁ ବଡ଼ ସଫଳତା ମିଳିଛି। ଆମେ ନକ୍ସଲଙ୍କ ସହ ଲଢ଼େଇ କରି ଆସୁଛୁ, ଆଗକୁ ମଧ୍ୟ ଜାରି ରଖିବୁ ବୋଲି ଯବାନ କହିଛନ୍ତି।

Advertisment

ଓଡିଶାର ନୂଆପଡ଼ା ସୀମାଠାରୁ ମାତ୍ର ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏସମ୍ପର୍କରେ ଖବର ପାଇବା ପରେ ଓଡ଼ିଶା-ଛତିଶଗଡ଼ ପୁଲିସ୍ ପକ୍ଷରୁ ହୋଇଥିଲା ମିଳିତ ଅପରେସନ୍। ଏହି ସମୟରେ ମାଓବାଦୀ ଓ ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଥିଲେ। ମାଓବାଦୀ଼ମାନେ ଯବାନଙ୍କ ଉପରେ ପ୍ରଥମେ ଗୁଳିମାଡ଼ କରିଥିଲେ।

ଅଧିକ ପଢ଼ନ୍ତୁ: ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

Advertisment

ଯବାନମାନେ ମଧ୍ୟ ଏହାର ମୁହଁତୋଡ଼ ଜବାବ ଦେଇଥିଲେ। ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୧୬ ଯବାନ ନିହତ ହୋଇଥିଲେ। ପୂର୍ବରୁ ୧୪ ନକ୍ସଲଙ୍କ ମୃତଦେହ ମିଳିଥିବା ବେଳେ ଗତକାଲି ଜଙ୍ଗଲରୁ ଆଉ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।

ନିହତ ମାଓବାଦୀଙ୍କ ମଧ୍ୟରେ ସେଣ୍ଟ୍ରାଲ କମିଟି ସଦସ୍ୟ ଜୟୀରାମ ରେଡ୍ଡି ଥିଲେ। ଯାହା ମୁଣ୍ଡ ଉପରେ ଥିଲା କୋଟିଏ ଟଙ୍କାର ପୁରସ୍କାର ରାଶି। ତାଙ୍କୁ ଜଗୁଥିଲେ ୮ରୁ ୧୦ ଜଣିଆ ବ୍ୟକ୍ତିଗତ ସୁରକ୍ଷା ବାହିନୀ।

ସୂଚନା ଅନୁସାରେ, ଦଶନ୍ଧି ଦଶନ୍ଧି ଧରି ପୋଲିସକୁ ଚକମା ଦେଉଥିବା ଜୟୀରାମକୁ ଧରିବାରେ, ସବୁଠୁ ବଡ଼ ଚାଲେଞ୍ଜ ଥିଲା ତାର ଚେହେରା। କାରଣ ନା ତ ତାକୁ ନିକଟ ଅତୀତରେ କେହି ଦେଖିଥିଲା, ନା ପୋଲିସ ପାଖରେ ତାର କୌଣସି ଭଲ ଫଟୋ ଥିଲା। କାହାକୁ ଜଣାନଥିଲା, ଏବେ କେମିତି ଦିଶୁଛି ୬୨ ବର୍ଷୀୟ ଜୟୀରାମ।

ତେବେ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ସୁରାକ୍ ମିଳିଥିଲା ୯ ବର୍ଷ ତଳେ । ୨୦୧୬ ମେ ମାସରେ ଆନ୍ଧ୍ରରେ ଏକ ମାଓ ଏନକାଉଣ୍ଟର ବେଳେ ସୁରକ୍ଷାକର୍ମୀଙ୍କ ହାତରେ ଲାଗିଥିଲା ଗୋଟିଏ ସ୍ମାର୍ଟ ଫୋନ। ସେଥିରୁ ମିଳିଥିଲା ଜୟୀରାମ ଉଠାଇଥିବା ସେଲଫି। ଯାହାକୁ ଆଧାର କରି, ତାକୁ ଚିହ୍ନଟ କରିବା ସହ ନିପାତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ।

୪ ଦିନ ଧରି ଜଙ୍ଗଲରେ କମ୍ବିଂ ଅପରେସନ ଓ ଏନକାଉଣ୍ଟର ଚଳାଇଥିଲେ ୫ଶହ କୋବ୍ରା ଓ STF ଯବାନ। ମାଓ ଦମନ ପରେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷା କର୍ମୀମାନେ AK-47, SLR ଏବଂ ଇନସାସ୍ ରାଇଫଲ ଭଳି ବିପୁଳ ଅତ୍ୟାଧୁନିକ ଯନ୍ତ୍ରପାତି ଜବତ କରିଛନ୍ତି। ଏଥିସହ ଏନକାଉଣ୍ଟର ସମୟର ଭିଡିଓ ସାମ୍ନାକୁ ଆସିଛି।

ଅଧିକ ପଢ଼ନ୍ତୁ:  କାହିଁକି ପାଳନ ହୁଏ ପରାକ୍ରମ ଦିବସ ?

Maoists Chhattisgarh Odisha Naxal Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ