• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ତନିଷ୍କା ସୁଜିତ୍‌ । ଏବେ ପୂରା ଦେଶରେ ତାଙ୍କୁ ନେଇ ଭାରି ଚର୍ଚ୍ଚା । କାରଣ ଏତେ କମ୍‌ ବୟସରେ ଏତେ ସବୁ ପାଠ ପଢିଛନ୍ତି ଯାହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ବି ତାଙ୍କୁ ପ୍ରଶଂସା କରିଛନ୍ତି । ମାତ୍ର ୧୧ ବର୍ଷରେ ବୋର୍ଡ ପରୀକ୍ଷା ଦେବା ସହିତ ୧୩ ବର୍ଷରେ ଗ୍ରାଜୁଏଟ୍ ହୋଇଛନ୍ତି । ଖାଲି ଗ୍ରାଜୁଏଟ୍‌ ନୁହେଁ ବରଂ ୧୫ ବର୍ଷରେ ବିଏ.ଏଲ୍‌ଏଲ୍‌.ବି କରି ଚର୍ଚ୍ଚାରେ ତନିଷ୍କା ସୁଜିତ୍।

ମଧ୍ୟପ୍ରଦେଶ ଭୋପାଳର ସୁନା ଝିଅ ତନିଷ୍କା । ଏମିତିକି ତାଙ୍କୁ ପ୍ରଶଂସା କରି ମୋଦି ଇନ୍ଦୋରର ସାଂସଦ ଶଙ୍କର ଲାଲବାନୀଙ୍କୁ କହିଲେ, ‘ତନିଷ୍କା ଇନ୍ଦୋରର ଗର୍ବ । ତେଣୁ ତାଙ୍କର ଧ୍ୟାନ ରଖନ୍ତୁ, ଆଗକୁ ବଢିବାରେ ସହଯୋଗ କରନ୍ତୁ । ମାତ୍ର ୧୧ ବର୍ଷରେ ଦଶମ ବୋର୍ଡ ପରୀକ୍ଷା ଦେବା ପରେ ୧୨ ବର୍ଷରେ ଏକାଥରକେ ଦ୍ୱାଦଶ ପାସ୍ କଲେ । ଏହାପରେ ମାତ୍ର ୧୫ ବର୍ଷ ବୟସରେ ମନସ୍ତତ୍ୱ ବିଜ୍ଞାନ ବିଷୟରେ ଗ୍ରାଜୁଏସନ୍ ଶେଷ କରି ଦେଶରେ ଏବେ ଚର୍ଚ୍ଚାରେ ।

ତନିଷ୍କାଙ୍କ ବାପା ପିଲାଙ୍କୁ ଟ୍ୟୁସନ୍‌ କରୁଥିଲେ । ଖାସ୍‌ କରି ନବମ ଓ ଦଶମ ପିଲାଙ୍କୁ ସେ ପାଠ ପଢାଉଥିଲେ । ତନିଷ୍କା ୫ମ ଶ୍ରେଣୀରେ ପାଠ ପଢୁଥିବା ବେଳେ ବାପା ପଢାଉଥିବା ପିଲାଙ୍କ ପାଠ ଉପରେ ତାଙ୍କର କିନ୍ତୁ ବେଶ୍‌ ରୁଚି ଥିଲା । ତେଣୁ ରାଜ୍ୟପାଳଙ୍କ ଅନୁମତି ପାଇବା ପରେ ମାତ୍ର ୧୧ ବର୍ଷରେ ସେ ବୋର୍ଡ ପରୀକ୍ଷା ଦେଲେ । ପରେ ୧୨ ବର୍ଷରେ ଦ୍ୱାଦଶ ପରୀକ୍ଷା ଦେଲେ । ଶେଷରେ ମାତ୍ର ୧୫ ବର୍ଷ ବୟସରେ ସେ ଗ୍ରାଜୁଏସନ ବି ପାସ୍‌ କଲେ । ତେଣୁ ତାଙ୍କୁ ଏଥିଲାଗି ଅନେକ ସମ୍ମାନ ବି ମିଳିଛି ।

ଦେଖନ୍ତୁ ଭିଡିଓ | ଝିଅ ଏଯାଏ ସ୍କୁଲ ଯାଇନି.. ରେକର୍ଡ ପରେ ରେକର୍ଡ କଲାଣି..

ତନିଷ୍କାଙ୍କର ଏ ଯାତ୍ରା ସହଜ ନଥିଲା । ଯେତେବେଳେ ସେ ସ୍ନାତକ ପରୀକ୍ଷା ଦେଉଥିଲେ, ତାଙ୍କ ପରିବାରର ସମସ୍ତେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିଛି ଦିନ ପରେ ଜେଜେବାପା, ଆରପାରିକୁ ଚାଲିଗଲେ । ଚାହୁଁଚାହୁଁ କିଛି ଦିନ ପରେ ବାପା ବି ଆରପାରିକୁ ଚାଲିଗଲେ । ହେଲେ ଭାଙ୍ଗିପଡିଲେନି ତନିଷ୍କା । ବାପାଙ୍କ ସ୍ୱପ୍ନକୁ ପୂରଣ କରି ସ୍ନାତକରେ ଟପ୍ପର ହେଲେ । ଏହାପରେ ସେ ମାତ୍ର ୧୫ ବର୍ଷରେ ବିଏ ଏଲଏଲ ବି ପଢିଲେ ଆଉ ସଫଳତା ବି ପାଇଲେ । ଏହାପରେ ପ୍ରଧାନମନ୍ତ୍ରୀ ତାଙ୍କୁ ଭେଟିବା ସହିତ ପ୍ରଶଂସା ବି କଲେ । ଆଗାମୀ ଦିନରେ ସେ ଲୋକଙ୍କୁ କେମିତି ନ୍ୟାୟ ମିଳିପାରିବ ସେନେଇ କାମ କରିବେ ବୋଲି କହିଛନ୍ତି । ତେବେ ଏତେ କମ୍‌ ବର୍ଷରେ ସେ ଏତେ ପାଠ ପଢିଥିବାରୁ ତାଙ୍କୁ ନେଇ ପୂରା ଦେଶରେ ଚର୍ଚ୍ଚା ।