/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701422867.jpg)
schools in Bengaluru get bomb threat
ବେଙ୍ଗାଲୁରୁର ବିଭିନ୍ନ ସ୍ଥାନରେ ଥିବା ୪୪ଟି ସ୍କୁଲ୍କୁ ଉଡ଼ାଇ ଦେବାକୁ ଧମକ ମିଳିଥିବା ସୂଚନା ମିଳିଛି । ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ସ୍କୁଲ୍ ପରିସରରେ ଭୟର ବାତାବରଣ ଖେଳି ଯାଇଛି । ସ୍କୁଲ୍ରେ ବିସ୍ଫୋରକ ସାମଗ୍ରୀ ରଖାଯାଇଛି ଓ କୌଣସି ମୁହୂର୍ତ୍ତରେ ଏହା ବିସ୍ଫୋରଣ ହୋଇପାରେ ବୋଲି ଇ-ମେଲ୍ରେ ଉଲ୍ଲେଖ କରାଯାଇଥିଲା ।
ଏଭଳି ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ବେଙ୍ଗାଲୁରୁ ପୋଲିସ୍ ସମେତ ଅନ୍ୟ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ତୁରନ୍ତ ସ୍କୁଲ୍କୁ ଖାଲି କରାଯାଇ ଛାତ୍ରଛାତ୍ରୀ ଓ ଷ୍ଟାଫ୍ଙ୍କୁ ବାହାରକୁ ଅଣାଯାଇ ଛାନ୍ଭିନ୍ କରାଯାଇଥିଲା । ହେଲେ ସେଭଳି କୌଣସି ସନ୍ଦିଗ୍ଧ ଜିନିଷ ମିଳିନଥିଲା । ପରେ ଜଣାପଡ଼ିଥିଲା ଏହା ଏକ ଗୁଜବ ।
ପୋଲିସ୍ ସୂଚନା ଅନୁସାରେ, ବର୍ତ୍ତମାନ ଯାଏ ଜଣାପଡ଼ୁଛି ଏହା ଏକ ଗୁଜବ । ତେବେ ଏନେଇ କୌଣସି ଅଭିଭାବକ ଭୟଭୀତ ନହେବାକୁ ଆମେ ପରାମର୍ଶ ଦେଉଛୁ । କାରଣ ସେଭଳି କୌଣସି ବିସ୍ଫୋରକ ସାମଗ୍ରୀ ମିଳିନାହିଁ । ଗତବର୍ଷ ମଧ୍ୟ ଦୁର୍ବୃତ୍ତମାନେ ଏଭଳି ସମାନ ଇ-ମେଲ୍ ସହରର ବିଭିନ୍ନ ସ୍କୁଲ୍କୁ ପଠାଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)