/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684135886.jpg)
spurious liquor
ବିଷାକ୍ତ ମଦ ପିଇ ୧୩ ଜଣଙ୍କର ମୃତ୍ୟୁ । ତାମିଲନାଡ଼ୁର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ବିଷାକ୍ତ ମଦ ପାଇଁ ୩ଜଣ ମହିଳାଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଏପରି ଅଭାବନୀୟ ଘଟଣା ବିଲ୍ଲୁପୁରମ ଓ ଚେଗଲପଟୁ ଜିଲ୍ଲାରେ ଘଟିଛି । ବିଷାକ୍ତ ମଦ ପିଇ ବିଲ୍ଲୁପୁରମ ଜିଲ୍ଲାରେ ୯ ଓ ଚେଗଲପାଟୁରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ୩୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ବିଷାକ୍ତ ମଦ ମୃତ୍ୟୁ ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ କାର୍ଯ୍ୟରେ ଅବହେଳା ପାଇଁ ୪ ଜଣ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ପୋଲିସ ୫୭ ଟି ମାମଲା ରୁଜୁ କରି ନଅ ଜଣଙ୍କୁ ଗିରଫ କରିଛି, ଯେଉଁମାନେ ବିଷାକ୍ତ ମଦ ତିଆରି କରି ଯୋଗାଣ କରିଥିଲେ ।
ଗତ ଶନିବାର ବିଲ୍ଲୁପୁରମ ଜିଲ୍ଲାରେ ମଦ ପିଇବା ପରେ କିଛି ଲୋକ ଅସୁସ୍ଥ ଅନୁଭବ କରିଥିଲେ । ସେମାନଙ୍କ ଅବସ୍ଥା ବିଗିଡ଼ିବା ପରେ ତୁରନ୍ତ ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣକ ପରେ ଜଣେ କରି ୯ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଚେଗଲପଟୁ ଜିଲ୍ଲାରେ ବିଷାକ୍ତ ମଦ ପିଇ ୪ ଜଣ ଆଖି ବୁଜିଛନ୍ତି । ୩୦ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି ।
ମଦ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ସ୍ପେଶାଲ ଟିମ୍ ଗଠିତ ହୋଇଛି । ଏହି ଟିମ୍ ଘଟଣାର ତଦନ୍ତ କରିବା ସହ ଏଥିରେ ଆଉ କିଏ ସମ୍ପୃକ୍ତ ଅଛି, ତାହା ବାହାର କରିବ ବୋଲି ଜଣାପଡ଼ିଛି ।
ବିଲ୍ଲୁପୁରମ ଓ ଚେଗଲପଟୁ ଉଭୟ ସ୍ଥାନରୁ ପୋଲିସ୍ ମଦର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି । ଉଭୟ ଜିଲ୍ଲାରେ ବ୍ୟବହାର ହୋଇଥିବା ମଦର ନମୁନା ସମାନ ନା ଭିନ୍ନ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)