• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆତଙ୍କବାଦୀ ସଂଗଠନ ISIS ଲିଙ୍କରେ କର୍ଣ୍ଣାଟକ ସମେତ ମହାରାଷ୍ଟ୍ରର ୪୪ଟି ସ୍ଥାନରେ NIA ରେଡ କରି ୧୩ଜଣଙ୍କୁ ଗରିଫ କରିଛି । କର୍ଣ୍ଣାଟକର ୨ଟି ସ୍ଥାନ ସମେତ ପୁଣେର ସଦର ଅଞ୍ଚଳ ୩୧ଟି ଓ ଥାନେ ସହରର ୯ଟି ସ୍ଥାନରେ ଜାତୀୟ ସୁରକ୍ଷା ଏଜେନ୍ସି ଏକକାଳୀନ ରେଡ କରିଛି । ଦେଶରେ ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ସହ ଆତଙ୍କବାଦୀ ସଂଗଠନ ISI ଲାଗି ଏହି ବ୍ୟକ୍ତିମାନେ ପାଣ୍ଠି ସଂଗ୍ରହ କରୁଥିବା ସୂଚନା ପାଇ NIA ରେଡ୍ ଜାରି ରଖିଛି ।

ଉଭୟ ମହାରାଷ୍ଟ୍ର ଓ କର୍ଣ୍ଣାଟକ ପୋଲିସର ସହାୟତରେ NIA ରେଡ୍ କରୁଛି । ଏହି ମାମଲାର ତଦନ୍ତ ବେଳେ ଏକ ବଡ଼ ନେଟୱର୍କ କାମ କରୁଥିବା ଜାଣିବାକୁ ପାଇଥିଲା ଏନ୍‌ଆଇଏ । ଏହି ନେଟ୍‌ୱର୍କ ଦେଶର କିଛି ପ୍ରମୁଖ ସ୍ଥାନରେ ବଡ଼ ଧରଣର ବିସ୍ଫୋରଣ ଯୋଜନା କରିଥିଲା । ସେହିପରି ସେନାର କିଛି ଠିକଣାକୁ ଟାର୍ଗେଟ କରିବାକୁ ଯୋଜନା କରୁଥିଲା । ଦେଶର କିଛି ପ୍ରମୁଖ ସେନା ଘାଟିର ଫଟୋ ଏହି ନେଟୱର୍କ ପାକିସ୍ତାନ ଓ ସିରିୟାକୁ ପଠାଇଥିବା ମଧ୍ୟ ଜଣାପଡ଼ିଛି ।

ଏହା ପରେ ଯୋଜନାବଦ୍ଧ ଭାବେ ଆଜି ଏନ୍‌ଆଇଏ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା । ଗତ ଜୁନ୍ ମାସରେ ଏନେଇ ମାମଲା ରୁଜୁ ହୋଇଥିଲା ।