Advertisment

12-Year-Old Suicide: 'ମାଆ ମୁଁ ଚୋର ନୁହେଁ...', ଆଖି ଓଦା କରିଦେବ ୧୨ ବର୍ଷୀୟ ନାବାଳକର ସୁଇସାଇଡ୍ ନୋଟ୍

ଗୋଟିଏ କୁରକୁରି ପ୍ୟାକେଟ ପାଇଁ ଜୀବନ ହାରିଦେଲା ୧୨ ବର୍ଷର ନାବାଳକ । ମୃତ୍ୟୁ ପୂର୍ବରୁ ସୁଇସାଇଡ୍ ନୋଟରେ ଲେଖିଲା- ''ମାଆ ମୁଁ ଚୋର ନୁହେଁ । ମୁଁ କୁରକୁରି ଚୋରି କରିନଥିଲି ।''

ଅଦ୍ୟତନ ହୋଇଛି
12-Year-Old Suicide

12-Year-Old Suicide

Advertisment

''ମାଆ ମୁଁ ଚୋର ନୁହେଁ । ମୁଁ କୁରକୁରି ଚୋରି କରିନଥିଲି । ମୁଁ  ଅଙ୍କଲଙ୍କୁ ଅପେକ୍ଷା କରିଥିଲେ, ହେଲେ ସେ ନଥିଲେ ।'' ସୁଇସାଇଡ୍ ନୋଟରେ ନିଜ ମାଆକୁ ଏଭଳି କେଇ ପଦ କଥା ଲେଖି କୀଟନାଶକ ପିଇ ଆତ୍ମହତ୍ୟା କରିଦେଇଛି ଜଣେ ୧୨ ବର୍ଷର ନାବାଳକ । ସାମାନ୍ୟ କୁରକୁରି ପାଇଁ ମିଥ୍ୟା ଆରୋପ ଓ ଅପମାନକୁ ସହି ନପାରି ଜଣେ କୁନି ପିଲାଟି ଏମିତି ଚରମ ପଦକ୍ଷେପ ନେଇଛି, ଯାହା ଶୁଣିଲେ ଆପଣଙ୍କ ଆଖି ବି ଓଦା ହୋଇଯିବ ।

Advertisment

ଏଭଳି ହୃଦୟ ବିଦାରକ ଘଟଣା ପଶ୍ଚିମବଙ୍ଗ ପଶ୍ଚିମ ମେଦିନିପୁର ଜିଲ୍ଲା ପନ୍ସକୁରା ଅଞ୍ଚଳର । ଆତ୍ମହତ୍ୟା କରିଥିବା ନାବାଳକ ୧୨ ବର୍ଷୀୟ କ୍ରିଶେନ୍ଦୁ ଦାସ । ସେ ସପ୍ତମ ଶ୍ରେଣୀରେ ପଢୁଥିଲେ । ଗତ ଗୁରୁବାର ସନ୍ଧ୍ୟାରେ କ୍ରିଶେନ୍ଦୁ ପାଖ ବଜାରରେ ଥିବା ଏକ ଦୋକାନକୁ ଯାଇଥିଲେ । ସେଠି ସେ ଦୋକାନୀ ଶୁଭଙ୍କର ଦୀକ୍ଷିତକୁ ପାଇନଥିଲେ । କ୍ରିଶେନ୍ଦୁ ଦୋକାନୀକୁ ବଡ଼ ପାଟିରେ ଡାକିଥିଲା ଏବଂ 'ଅଙ୍କଲ ମୁଁ ଚିପ୍ସ କିଣିବାକୁ ଚାହୁଁଛି' ବୋଲି ବାରମ୍ବାର କହିଥିଲା । କିନ୍ତୁ କିଛି ଉତ୍ତର ନମିଳିବାରୁ ସେ ଗୋଟିଏ ଚିପ୍ସ ପ୍ୟାକେଟ ଧରି ଦୋକାନରୁ ଘରକୁ ଫେରିଥିଲା । 

ଅଧିକ ପଢ଼ନ୍ତୁ: ବିମାନ ଯାତ୍ରୀଙ୍କ ଜୀବନ ସହ ଖେଳିଥିଲା ପାକିସ୍ତାନ

ଏତିକି ବେଳେ ଦୋକାନୀ ସେଠାକୁ ଆସି ପିଲାଟି ଚିପ୍ସ ଚୋରି କରିନେଇଥିବା କହିଥିଲେ ଏବଂ ବଜାରରେ ସବୁ ଲୋକଙ୍କ ଆଗରେ କ୍ରିଶେନ୍ଦୁକୁ ଚାପୁଡା ମାରିବା ସହ ବସ ଉଠ କରାଇଥିଲେ । ଏମିତିକି ତା'ର ମାଆକୁ ମଧ୍ୟ ଡକାଇଥିଲେ । 

Advertisment

କ୍ରିଶେନ୍ଦୁ ବାରମ୍ବାର କରିଥିଲା କି ସେ ଚୋରି କରିନି । ଚିପ୍ସ ପ୍ୟାକେଟ ତଳେ ପଡିଥିଲା ଏବଂ ସେ ଦୋକାନୀ ଅଙ୍କଲଙ୍କୁ ଚିପ୍ସ କିଣିବାକୁ ଡାକିଥିଲା । କିନ୍ତୁ ସେ ନଶୁଣିବାରୁ ପରେ ତାଙ୍କୁ ପଇସା ଦେବା ଭାବି ଚିପ୍ସ ନେଇ ଆସିଥିଲା ବୋଲି କହିଥିଲା । ହେଲେ କ୍ରିଶେନ୍ଦୁ କେହି ବିଶ୍ୱାସ କରିନଥିଲେ । ତା' ମାଆ ମଧ୍ୟ ସେଠାରେ ପହଞ୍ଚି ତାକୁ ମାଡ଼ ମାରିବା ସହ ଗାଳି ଦେଇଥିଲେ । 

ଏମିତିକି ପିଲାଟି ଚିପ୍ସ ପ୍ୟାକେଟ ଉଠାଇବା ପାଇଁ ଦୋକାନୀକୁ ପଇସା ଦେବାକୁ କହିବା ସହ କ୍ଷମା ମାଗିଥିଲା । ହେଲେ ସେ ମିଛ କହୁଛି କହି ଦୋକାନୀ ତାଙ୍କୁ ଅପମାନିତ କରିଥିଲା । ଏହାପରେ କ୍ରିଶେନ୍ଦୁ ଘରକୁ ଫେରି ଗୋଟିଏ ରୁମରେ ନିଜକୁ ବନ୍ଦ କରିଦେଇଥିଲା । ଅନେକ ସମୟ ଯାଏଁ ରୁମ୍ କବାଟ ନଖୋଲିବାରୁ ମାଆ କିଛି ପଡୋଶୀଙ୍କ ସହ ରୁମ୍ କବାଟ ଭାଙ୍ଗି ପଶିଥିଲେ । କ୍ରିଶେନ୍ଦୁଙ୍କ ପାଟିରୁ ଫେଣ ବାହାରୁଥିବା ଏବଂ ପାଖରେ ଏକ କୀଟନାଶକ ବୋତଲ ପଡିଥିବାର ସେ ଦେଖିବାକୁ ପାଇଥିଲେ । 

Advertisment

ପାଖରେ ଏକ ନୋଟ୍ ପଡିଥିଲା, ଯେଉଁଥିରେ ଲେଖାଥିଲା- ମାଆ ମୁଁ ଚୋର ନୁହେଁ, ମୁଁ ଚୋରି କରିନି । ଅଙ୍କଲ ନଥିଲେ ମୁଁ ତାଙ୍କୁ ଅପେକ୍ଷା କରିଥିଲି । ରାସ୍ତାରେ କୁରକୁରି ପଡିଥିଲା ଏବଂ ଏବଂ ତାକୁ ନେଇ ଆସିଥିଲି । ମୋତେ କୁରକୁରି ଭାରି ଭଲ ଲାଗେ । ଏହା ମୋର ଶେଷ ଶବ୍ଦ ବୋଲି କହିବା ସହ ଆତ୍ମହତ୍ୟା କରିବା ପାଇଁ ନିଜ ମାଆକୁ ନୋଟ୍‌ରେ ଭୁଲ୍ ମାଗିଥିଲେ କ୍ରିଶେନ୍ଦୁ । 

ଏହାପରେ ସଙ୍ଗେ ସଙ୍ଗେ କ୍ରିଶେନ୍ଦୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ହେଲେ କିଛି ସମୟ ପରେ ତା'ର ମୃତ୍ୟୁ ହୋଇଯାଇଥିଲା । 

ଅଧିକ ପଢ଼ନ୍ତୁ:   ଛତିଶଗଡରେ ସଫା ହେଲେ ୨୭ ମାଓବାଦୀ, ଖୁସିରେ ହୋଲି ଖେଳିଲେ ଯବାନ

West Bengal Minor Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ