• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍କୁଲ ସାମ୍ନାରୁ ଛାତ୍ରୀଙ୍କୁ ଅପହରଣ କଲେ ଦୁର୍ବୃତ୍ତ । ବଡ଼ବାପାଙ୍କ ସାମ୍ନାରେ ସବୁ କିଛି ଘଟିଗଲା, ହେଲା ସେ କିଛି କରିପାରିଲେନି । ଉତ୍ତରପ୍ରଦେଶର ଆଗ୍ରାର ସହିଦ ନଗର ଅଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି । ଛାତ୍ରୀଙ୍କୁ ସର୍ବସାଧାରଣରେ ଅପହରଣ କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଅପହୃତ ହୋଇଥିବା ଛାତ୍ରୀ ଜଣକ ଏକାଦଶ ଶ୍ରେଣୀରେ ପାଠ ପଢ଼ନ୍ତି । ଘଟଣା ଦିନ ଛାତ୍ରୀଙ୍କ ସହ ଥିଲେ ବଡ଼ବାପା ମହେଶ ଶର୍ମା ।

ଦୁଇ ଚକିଆ ଯାନରେ ଝିଆରୀକୁ ସ୍କୁଲ ଛାଡ଼ିବାକୁ ଯାଉଥିଲେ । ତେବେ ଏହି ସମୟରେ ସ୍କୁଲ ଫାଟକ ଠାରୁ କିଛି ଦୂରରେ ଥିବା ଦୁଇ ଜଣ ଯୁବକ ହଠାତ ମୋଟର ସାଇକେଲରେ ଛାତ୍ରୀଙ୍କ ପାଖରେ ପହଞ୍ଚିଥିଲେ ଓ ହାତ ଧରି ଜବରଦସ୍ତି ଗାଡ଼ିରେ ବସାଇ ନେଇଗଲେ । ତେବେ ବଡ଼ବାପା ମହେଶ ଶର୍ମା ଝିଆରୀକୁ ବଞ୍ଚାଇବା ପାଇଁ ପ୍ରାୟ ଦେଢ଼ କିଲୋମିଟର ପଛରେ ଗୋଡ଼ାଇଥିଲେ । କିନ୍ତୁ ଉଭୟ ଅଭିଯୁକ୍ତ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲେ । ଫଳରେ ସେ ଖସିପଡ଼ି ଗୁରୁତର ହୋଇପଡ଼ିଛନ୍ତି । ସବୁକିଛି ବଡ଼ବାପାଙ୍କ ଆଖି ସାମ୍ନାରେ ଘଟିଥିଲା, ଯାହା ସେ ସ୍ୱପ୍ନରେ କେବେ କଳ୍ପନା କରିନଥିଲେ ।

ବର୍ତ୍ତମାନ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ପରିବାର ଲୋକ କାନ୍ଦି କାନ୍ଦି ଗଡ଼ି ଯାଉଛନ୍ତି । ସୂଚନା ଦେବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍ । ପରିବାର ସଦସ୍ୟଙ୍କୁ ପଚରାଉଚରା କରିବା ପରେ ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି । ନାବାଳିକାଙ୍କୁ ଖୋଜିବା ପାଇଁ ଏକ ଟିମ୍‌ ଗଠନ ହୋଇଛି । ତେବେ ଏହି ଘଟଣା ପରେ ଆଖପାଖ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ତୁରନ୍ତ ଝିଅକୁ ଉଦ୍ଧାର କରିବାକୁ ଦାବି କରାଯାଇଛି ।