/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655718815.jpg)
Special story
ମଝି ଆକାଶରେ ଫସିଲେ ପର୍ଯ୍ୟଟକ । ହିମାଚଳ ପ୍ରଦେଶ ପରଓ୍ୱାନୁରେ ପର୍ଯ୍ୟଟକଙ୍କୁ ନେଉ ଯାଉଥିବା କେବୁଲ କାର୍ ଅଧା ବାଟରେ ଅଟକି ଯାଇଛି । ୧୧ ଜଣ ପର୍ଯ୍ୟଟକ ରୋପୱେରେ ପ୍ରାୟ ଦୁଇ ଘଣ୍ଟା ଧରି ଫସି ରହିଛନ୍ତି ପର୍ଯ୍ୟଟକ ।
ମିଳିଥିବା ସୂଚନା ମୁତାବକ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଥିବା ରୋପୱେ ବ୍ୟବସ୍ଥାରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଛି । ଫଳରେ ୧୧ ଜଣଙ୍କୁ ନେଇ ଯାଉଥିବା ଏହି କେବୁଲ୍ କାର୍ ଅଧା ବାଟରେ ଅଟକି ଯାଇଛି । ଏବେ ଯାଏଁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ୮ ଜଣ ଏଥିରେ ରହିଛନ୍ତି । ଫସି ରହିଥିବା ପର୍ଯ୍ୟଟକଙ୍କ ମଧ୍ୟରେ କିଛି ବରିଷ୍ଠ ନାଗରିକ ବି ରହିଛନ୍ତି । ଘଟଣାସ୍ଥଳରେ ରେସ୍କ୍ୟୁ ଟିମ୍ ପହଞ୍ଚିଛନ୍ତି ।
ମଝି ଆକାଶରେ ଫସିଲେ ପର୍ଯ୍ୟଟକ । ହିମାଚଳ ପ୍ରଦେଶ ପରଓ୍ୱାନୁରେ ପର୍ଯ୍ୟଟକଙ୍କୁ ନେଉ ଯାଉଥିବା କେବୁଲ କାର୍ ଅଧା ବାଟରେ ଅଟକି ଯାଇଛି । ଦେଖନ୍ତୁ ରୋପେଓ୍ୱରେ ପର୍ଯ୍ୟଟକ ଫସି ରହିଥିବାର ଛାତିଥରା ଦୃଶ୍ୟ...#Ropeway#HimachalPradesh#India#OTVpic.twitter.com/De7M8fFicq
— ଓଟିଭି (@otvkhabar) June 20, 2022
ତେବେ ଜଣେ ସ୍ଥାନୀୟ ପ୍ରଶାସନର ଅଧକାରୀ କହିଛନ୍ତି , ପ୍ରାୟ ଦୁଇ ଘଣ୍ଟାତଳେ ପର୍ଯ୍ୟଟକ କେବୁଲ କାରରେ ଯାଉଥିବାବେଳେ ଅଧାବାଟରେ ଅଟକି ଯାଇଥିଲା । ଏବେ ଉଦ୍ଧାର କାର୍ଯ୍ୟ ଚାଲିଛି । ଆବଶ୍ୟକ ପଡ଼ିଲେ ଏନଡିଆରଏଫ ଟିମ୍କୁ ଡକାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)