/odishatv-khabar/media/post_attachments/uploadimage/library/16_9/16_9_0/s_1685413701.jpg)
10 People Died As Bus Travelling From Amritsar To Katra Falls Into Jammu Gorge
ଜମ୍ମୁ ଓ କାଶ୍ମୀରରେ ଆଜି ଭୋର ସମୟରେ ଏକ ବଡ଼ ଅଘଟଣ ଘଟିଛି। ଅମୃତସରରୁ ବୈଷ୍ଣୋ ଦେବୀ(କଟରା) ଯାଉଥିବା ଏକ ବସ୍ ଖାଇକୁ ଖସି ପଡ଼ିଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅଧିକାଂଶ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ବସ୍ଟି ଅମୃତସରରୁ କଟରା ଯାଉଥିଲା। ଏହି ସମୟରେ ଗାଡ଼ି ଜାତୀୟ ରାଜପଥ ୪୪ ଝଜ୍ଜର କୋଟଲିରେ ପହଞ୍ଚିବା ପରେ ଅନିୟନ୍ତ୍ରିତ ହୋଇ ଖାଇକୁ ଖସି ପଡ଼ିଥିଲା। ଦୁର୍ଘଟଣା ସମୟରେ ଶ୍ରଦ୍ଧାଳୁମାନେ ଗାଡ଼ି ଭିତରେ ଶୋଇଥିଲେ।
#ଖାଇକୁ_ଖସିଲା_ବସ୍
ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଯିବାବେଳେ ଖାଇକୁ ଖସିଲା ବସ୍, ୧୦ ମୃତ#BusAccident#Accident#Jammupic.twitter.com/W5TnJV7MBC— ଓଟିଭି (@otvkhabar) May 30, 2023
କୁହାଯାଉଛି ଯେ, ଅଘଟଣ ବେଳେ ବସ୍ରେ ୭୫ ଜଣ ଲୋକ ଥିଲେ ଓ ସମସ୍ତେ ବୈଷ୍ଣୋ ଦେବୀଙ୍କ ଦର୍ଶନ କରିବାକୁ ଯାଉଥିଲେ। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଆହତଙ୍କୁ ଚିକିତ୍ସା ପାଇଁ ଜମ୍ମୁକୁ ପଠାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)