Advertisment

ତୀର୍ଥଯାତ୍ରୀ ବସ୍‌ ଉପରେ ଅନ୍ଧାଧୂନ ଗୁଳିମାଡ; ୧୦ ମୃତ, ୩୦ରୁ ଅଧିକ ଆହତ

ସଂଧ୍ୟା ପ୍ରାୟ ସାଢେ ୬ଟା ସମୟରେ ପୋନି ଏରିଆର ତେରାଥ ଗ୍ରାମ ନିକଟରେ ଆତଙ୍କବାଦୀମାନେ ବସ ଉପରକୁ ଅତର୍କିତ ଗୁଳିମାଡ କରିଥିଲେ । ଫଳରେ ବସଟି ଭାରସାମ୍ୟ ହରାଇ ଖାଇକୁ ଖସି ପଡିଥିଲା ।

ଅଦ୍ୟତନ ହୋଇଛି
Reasi Bus Attack: Terrorist Attack On Bus Carrying Pilgrims

Reasi terrorist attack

Advertisment

ଜମ୍ମୁରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ ଉପରେ ଆତଙ୍କୀ ହମଲା ପରେ ହୋଇଥିବା ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ୩୩ ଜଣ ଆହତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଘଟଣା ପରେ ତତ୍ପର ହୋଇଛି ସେନା । ରିଆସୀ ଜିଲ୍ଲାର ତେରଥାୟ ଗାଁରେ ପହଞ୍ଚି ପୋଲିସ ସେନା ମିଳିତ କମ୍ବିଂଅପରେସନ ଚଳାଇଛନ୍ତି।

Advertisment

ଗତକାଲି ସଂଧ୍ୟା ପ୍ରାୟ ସାଢେ ୬ଟାରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଭିଆଇଛନ୍ତି ନାରକୀୟ କାଣ୍ଡ । ରିଆସି ଜିଲ୍ଲାରେ ଏକ ତୀର୍ଥଯାତ୍ରୀ ବସ୍‌ ଉପରେ ଅନ୍ଧାଧୂନ ଗୁଳିମାଡ କରିଥିଲେ ଆତଙ୍କବାଦୀ । ଫଳରେ ବସଟି ଦୁର୍ଘଟଣାର ଶିକାର ହୋଇ ଏକ ଖାଇରେ ଖସିପଡିଥିଲା । ଏଥିରେ ୧୦ ଜଣଙ୍କର ମୃତ୍ୟୁ ହେବା ସହ ୩୦ରୁ ଅଧିକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଅଧିକ ପଢ଼ନ୍ତୁ: ଚାଲିଥିଲା ମୁଗ ଭଜା; ଫାଟିଲା ଗ୍ୟାସ୍‌ ଟାଙ୍କି, ଜିଅନ୍ତା ଜଳିଗଲେ ୩ଜଣ

Advertisment

ପ୍ରଥମେ ବସଟି ଦୁର୍ଘଟଣାର ଶିକାର ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଘଟଣାସ୍ଥଳରୁ ଏକାଧିକ ରାଉଣ୍ଡର ଗୁଳି ଓ ଖୋକା ଜବତ ହେବା ପରେ ଏହା ଏକ ବଡଧରଣର ଆତଙ୍କୀ ହମଲା ବୋଲି ସ୍ପଷ୍ଟ ହୋଇଛି । ମୃତାହତମାନେ ସମସ୍ତେ ତୀର୍ଥଯାତ୍ରୀ ଥିଲେ । ସେମାନଙ୍କ ପରିଚୟ କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି ।ସ୍ଥାନୀୟ ଏସଏସପି ମୋହିତା ଶର୍ମାଙ୍କ ପ୍ରତିକ୍ରିୟା ଅନୁସାରେ, ଏହି ୫୩ ସିଟ ବିଶିଷ୍ଟ ବସଟି ତୀର୍ଥଯାତ୍ରୀଙ୍କୁ ନେଇ ଶିବ ଖୋରୀ ମନ୍ଦିରରୁ କାତ୍ରା ଅଭିମୁଖେ ବାହାରିଥିଲା ।

Advertisment

ସଂଧ୍ୟା ପ୍ରାୟ ସାଢେ ୬ଟା ସମୟରେ ପୋନି ଏରିଆର ତେରାଥ ଗ୍ରାମ ନିକଟରେ ଆତଙ୍କବାଦୀମାନେ ବସ ଉପରକୁ ଅତର୍କିତ ଗୁଳିମାଡ କରିଥିଲେ । ଫଳରେ ବସଟି ଭାରସାମ୍ୟ ହରାଇ ଖାଇକୁ ଖସି ପଡିଥିଲା । ଖବର ପାଇ ସ୍ଥାନୀୟ ପୋଲିସ ଓ ପାରାମିଲିଟାରୀ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ।ସ୍ଥାନୀୟ ପ୍ରଶାସନର ସୂଚନା ଅନୁସାରେ, ୩୩ ଜଣ ଆହତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧୩ଜଣ ରିଆସି ହସ୍ପିଟାଲ, ୫ଜଣ ତ୍ରେୟାଥ ଓ ୧୫ଜଣଙ୍କୁ ଜମ୍ମୁ ସ୍ଥିତ GMCରେ ଭର୍ତ୍ତି କରାଯାଇଛି ।

ଘଟଣାରେ ଶୋକ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଷ୍ଟ୍ରପତୀ ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂଙ୍କ ସମେତ ବିଭିନ୍ନ ଦଳର ବହୁ ରାଜନେତା। ତୀର୍ଥଯାତ୍ରୀ ବସ ଉପରେ ଆତଙ୍କବାଦୀ ହମଲାକୁ ବିଭିନ୍ନ ଘଟଣାକୁ ତୀବ୍ର ନିନ୍ଦା କରାଇଛି। ଘଟଣାରେ ମୃତକ ଓ ଆହତଙ୍କ ପରିବାରକକୁ ସହାୟତା ଯୋଗାଇବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Firing Terrorist Attack Jammu Kashmir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ