• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବର୍ଷ ୨୦୨୪ର ସବୁଠାରୁ ବଡ଼ ଏବଂ ପ୍ରଥମ ଜଲ୍ଲିକଟ୍ଟୁ ତାମିଲନାଡୁର ମଦୁରାଇ ଜିଲ୍ଲା ଅବାନିଆପୁରମରେ ଆରମ୍ଭ ହୋଇସାରିଚି । ଆରମ୍ଭରୁ ଜଣେ ସବ୍-ଇନ୍ସପେକ୍ଟରଙ୍କ ସମେତ ୩୬ ଜଣ ଆହତ ହୋଇଛନ୍ତି । ଏଥିମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଚିକିତ୍ସା ସହାୟତା ପାଇଁ ୨୦ଟି ଡାକ୍ତରୀ ଦଳ ନିୟୋଜିତ ଅଛନ୍ତି ।

ଏହି ଜଲ୍ଲିକଟ୍ଟୁରେ ୧୦୦୦ ଷଣ୍ଢ ଏବଂ ୭୦୦ ବଳଦ ପଞ୍ଜିକୃତ ହୋଇଛନ୍ତି । ଜିଲ୍ଲାପାଳ ସଂଗୀତଙ୍କ ଉପସ୍ଥିତିରେ ଶପଥ ଗ୍ରହଣ ସମାରୋହ ପରେ ସକାଳ ୮ ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ବାସ୍ତବରେ, ଶୁଭ ମାସର ପ୍ରଥମ ଦିନରେ ଯେତେବେଳେ ସୂର୍ଯ୍ୟ ପୋଙ୍ଗଲ ପାଳନ କରାଯାଏ, ଅବନିଆପୁରମରେ ସକାଳ ୮ ରୁ ୪ଟା ମଧ୍ୟରେ ୮ ରାଉଣ୍ଡର ଜଲ୍ଲିକଟ୍ଟୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ପ୍ରତ୍ୟେକ ରାଉଣ୍ଡ ପାଇଁ ୫୦ ରୁ ୭୫ ଷଣ୍ଢଙ୍କୁ ଛଡ଼ାଯାଇଥାଏ । ଯେଉଁ ବ୍ୟକ୍ତି ଅଧିକରୁ ଅଧିକ ଷଣ୍ଢଙ୍କୁ କାବୁ କରନ୍ତି, ସେମାନେ ଆଗାମୀ ରାଉଣ୍ଡ ପାଇଁ ରହିଥାନ୍ତି । 

ଡାକ୍ତରୀ ଯାଞ୍ଚ ପରେ ଷଣ୍ଢଗୁଡ଼ିକୁ ଧାଡି କରି ବନ୍ଧା ଯାଇଥାଏ । ପରେ ଛାଡି ଦିଆଯାଏ । ସେହଭଳି ଷଣ୍ଢଙ୍କୁ କାବୁ କରୁଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ସମାନ ମେଡିକାଲ ଟେଷ୍ଟ ବ୍ୟବସ୍ଥା ରହିଛି । ଏହି ସମସ୍ତଙ୍କ ପାଇଁ ଚିକିତ୍ସା ଶିବର ମଧ୍ୟ ଲାଗିଥାଏ । ଯଦି କାହାକୁ ତୁରନ୍ତ ଡାକ୍ତରଖାନା ନିଆଯିବା ଆବଶ୍ୟକ ହୁଏ ତେବେ ଏଥିପାଇଁ ଷ୍ଟାଣ୍ଡବାଇରେ ଅନେକ ଆମ୍ବୁଲାନ୍ସ ମଧ୍ୟ ଛିଡା ହୋଇରହିଛି । ଏବେ ୮୦୦ ପୋଲିସ କର୍ମୀ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ଏହି ଜଲ୍ଲିକଟ୍ଟୁରେ ଷଣ୍ଢମାନଙ୍କ ଶିଂଗ ଧରିବାକୁ ମନା କରାଯାଇଥିବା ବେଳେ ସେମାନଙ୍କ ଗୋଡ଼ ଧରିବାକୁ ମଧ୍ୟ ଅନୁମତି ଦିଆଯାଇ ନାହିଁ ।