• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାରା ବିଶ୍ୱ ପାଳୁଛି ଆନ୍ତର୍ଜାତିକ ଯୋଗ ଦିବସ । କର୍ଣ୍ଣାଟକର ମହୀଶୂର ପ୍ୟାଲେସ ଗ୍ରାଉଣ୍ଡରେ ୧୫ ହଜାର ଲୋକଙ୍କ ଗହଣରେ ଯୋଗ ଦିବସ ପାଳିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଏବସରରେ ଉପସ୍ଥିତ ଲୋକଙ୍କ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯୋଗ ଆଜି ବିଶ୍ୱର ସ୍ୱାସ୍ଥ୍ୟକୁ ନୂଆ ବାଟ ଦେଖାଇଛି । ପୂର୍ବରୁ ଘର ଭିତରେ ଯୋଗ ସୀମିତ ଥିଲା, ହେଲେ ଏହା ଆଜି ସାରା ବିଶ୍ୱରେ ପହଞ୍ଚିଛି । ଯୋଗ କୌଣସି ବ୍ୟକ୍ତି ପାଇଁ ନୁହେଁ, ସମଗ୍ର ମାନବ ଜାତି ପାଇଁ ।

ଯୋଗ ଜୀବନର ଏକ ଅଂଶ ନୁହେଁ, ଏହା ଜୀବନଶୈଳୀ । ଯୋଗକୁ ସ୍ୱୀକୃତି ପାଇଁ ମିଳିତ ଜାତିସଂଘକୁ କୃତଜ୍ଞତା ଜଣାଇଥିଲେ ପ୍ରଧାନମନ୍ତ୍ରୀ । ଯୋଗ ସମଗ୍ର ସମାଜ ପାଇଁ ଶାନ୍ତି ଆଣି ଦେଉଛି । ଯୋଗ ଆମ ସମସ୍ତଙ୍କ ଭିତରେ ସଚେତନତା ସୃଷ୍ଟି କରେ । କୋଟି କୋଟି ଲୋକଙ୍କ ମନରେ ଯୋଗ ଶାନ୍ତି ଆଣିଦେବ ବୋଲି କହିଛନ୍ତି ମୋଦି । ଯୋଗ ଦ୍ୱାରା ସମସ୍ତଙ୍କୁ ଏକସଙ୍ଗେ ଦେଶ ସହ ଯୋଡ଼ା ଯାଇପାରିବ ।

ଯୋଗ ବଳରେ ଆମେ ଆମର ସମସ୍ୟା ଦୂର କରିପାରିବା । ଅମୃତ ମହୋତ୍ସବ ଅବସରରେ ଆମେ ଯୋଗ ଦିବସ ପାଳୁଛେ । ସାରା ଦେଶର ୭୫ଟି ଐତିହ୍ୟସ୍ଥଳରେ ଯୋଗ ଦିବସ ପାଳିତ ହେଉଛି । ସାମୂହିକ ଯୋଗ ଦିବସ ପାଳନ ଦେଶର ପୂର୍ବ ଗରିମାକୁ ମନେ ପକାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ବିଶ୍ୱରେ ସୂର୍ଯ୍ୟର ଆଗମନ ଅନୁସାରେ ଯୋଗ କାର୍ଯ୍ୟକ୍ରମ ହେଉଛି । ଏହା ମାନବ ଜାତିକୁ ବିଶେଷ ପ୍ରେରଣା ଆଣି ଦେଇଛି ବୋଲି ଏହି ଅବସରରେ କହିଥିଲେ ପ୍ରଧାନମନ୍ତ୍ରୀ ।