• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆସନ୍ତାବର୍ଷ ଭାରତ ଆସିବେ ବିଶ୍ୱର ସବୁଠାରୁ ଧନୀ ତଥା ଟେସଲା ଓ ଟ୍ୱିଟର ମୁଖ୍ୟ ଏଲନ ମସ୍କ । ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି ଏଲନ ମସ୍କ। ଆସନ୍ତା ବର୍ଷ ସେ ଭାରତ ଆସିବେ ବୋଲି କହିଛନ୍ତି । ଭାରତରେ ଟେସଲା ନୂତନ ପ୍ରକଳ୍ପ ପ୍ରତିଷ୍ଠା କରିପାରେ। ୪ ଦିନିଆ ଆମେରିକା ଗସ୍ତରେ ଯାଇ ଆଜି ଟେସଲା ତଥା ଟ୍ୱିଟର ମୁଖ୍ୟ ଏଲନ ମସ୍କକୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହାସହ ବିଭିନ୍ନ କ୍ଷେତ୍ରର ଟପ୍ ସିଇଓଙ୍କୁ ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏଥିମଧ୍ୟରେ ବିଶିଷ୍ଟ ନେତା, ଅର୍ଥନୀତି ବିଷାରଦ, କଳାକାର, ବୈଜ୍ଞାନିକ, ଉଦ୍ୟୋଗୀ,ଶିକ୍ଷାବିତ୍ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ରହିଛନ୍ତି।

ବିଶ୍ୱ ଯୋଗ ଦିବସ ଅବସରରେ ଜାତିସଂଘ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି । ଯୋଗ କାର୍ଯ୍ୟକ୍ରମ ପରେ ୱାସିଂଟନ ଅଭିମୁଖେ ଯାତ୍ରା କରିବେ ପିଏମ ମୋଦି । ସେଠାରେ ଆମେରିକା ରାଷ୍ଠ୍ରପତି ଡୋ ବାଇଡେନ ଏବଂ ଆମେରିକାର ପ୍ରଥମ ଲେଡି ଜିଲ୍ ବାଇଡେନଙ୍କ ସହ ରାତ୍ରିଭୋଜନ କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତରେ ଦୁଇ ଦେଶ ମଧ୍ୟରେ ସାମରିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହେବ । ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଉପସ୍ଥିତିରେ ପ୍ରାୟ ତିନି ନିୟୁତ ଡଲାରର ପ୍ରତିରକ୍ଷା ରାଜିନାମା ସ୍ୱାକ୍ଷରିତ ହୋଇପାରେ ।

 

ଏହାସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆମେରିକା ଫାଷ୍ଟ ଲେଡି ଜିଲ ବାଇଡେନ୍‌ଙ୍କ ଭର୍ଜିନିଆରେ ଥିବା ନାସନାଲ ସାଇନ୍ସ ଫାଉଣ୍ଡେସନ୍ ପରିଦର୍ଶନ କାର୍ଯ୍ୟକ୍ରମ ରହିଛି । ସେଠାରେ ପିଏମ ମୋଦି ଭାରତୀୟ ଏବଂ ଆମେରିକାର ଛାତ୍ରଛାତ୍ରୀଙ୍କୁ ସହ ଭେଟିବେ।

ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ମୋଦିଙ୍କ ଆମେରିକା ଗସ୍ତ କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ପ୍ରଧାନମନ୍ତ୍ରୀଙ୍କୁ ହ୍ୱାଇଟ ହାଉସରେ ଭବ୍ୟ ସ୍ୱାଗତ ସହ ନୈଶ୍ୟଭୋଜିରେ ଅପ୍ୟାୟିତ କରିବାର କାର୍ଯ୍ୟକ୍ରମ ରହିଛି ।