Advertisment

ଇନ୍ଦିରା ଗାନ୍ଧୀଙ୍କୁ ଚନ୍ଦ୍ରକୁ ପଠାଇଲେ ଦିଦି, ମମତାଙ୍କ ଆଉ ଏକ ଭିଡିଓ ଭାଇରାଲ

ପ୍ରଥମେ ରାକେଶ ରୋଶନ, ଆଉ ଏବେ ଇନ୍ଦିରା ଗାନ୍ଧୀଙ୍କୁ ଚନ୍ଦ୍ରକୁ ପଠାଇଲେ ମମତା

author-image
Prangyan Parimita
ଅଦ୍ୟତନ ହୋଇଛି
Mamata Banerjee

Mamata Banerjee

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଆଉ ସେହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ବୟାନ୍‌ର ଏକ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଚନ୍ଦ୍ରୟାନ ୩ ପ୍ରୋଜେକ୍ଟରେ ପଶ୍ଚିମବଙ୍ଗର ୨୮ଜଣ କାମ କରିଛନ୍ତି । ଚନ୍ଦ୍ର ମିଶନରେ ସାମିଲ ଥିବା ତାଙ୍କ ରାଜ୍ୟର ବୈଜ୍ଞାନିକଙ୍କୁ ସେ ସମ୍ମାନିତ କରିବା ପାଇଁ ଚାହୁଁଛନ୍ତି । ମୋଦିଙ୍କୁ ଟାର୍ଗେଟ କରି ମମତା କହିଛନ୍ତି, ଚନ୍ଦ୍ରୟାନର ଅବତରଣ ଦେଖିବା ପାଇଁ ମୁଁ ଆଗ୍ରହ ସହକାରେ ଅପେକ୍ଷା କରିଥିଲି । ହେଲେ ସଠିକ୍ ଭାବରେ ଲ୍ୟାଣ୍ଡିଂ ଦେଖିହେଲା ନାହିଁ । କାରଣ ପରଦାରେ ଆଉ ଜଣେ (ପିଏମ ମୋଦି)ଙ୍କ ଚେହେରା ଅଧିକ ଦୃଶ୍ୟମାନ ହେଉଥିଲା । ଶେଷରେ ମୋତେ ବାଧ୍ୟ ହୋଇ ଟିଭି ବନ୍ଦ କରିବାକୁ ପଡିଲା ।

Advertisment

ସେହିପରି ପ୍ରଥମ ମହାକାଶ ଅଭିଯାନ କଥା ମନେ ପକାଇ ମମତା କହିଛନ୍ତି..ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳରେ ଯେତେବେଳେ ଇନ୍ଦିରା ଗାନ୍ଧୀ ଚନ୍ଦ୍ରରେ ପହଞ୍ଚିଥିଲେ..ରାକେଶଙ୍କୁ ପଚାରିଥିଲେ..ଉପରୁ ଭାରତ କିପରି ଦେଖାଯାଏ..ଆଉ ଉତ୍ତରରେ ରାକେଶ କହିଥିଲେ...ସାରେ ଜହାଁସେ ଅଚ୍ଛା..ହିନ୍ଦୁସ୍ତାନ ହମାରା..

Advertisment

ମମତାଙ୍କ ପୂରା ଭାଷଣରୁ ମମତା ବାନାର୍ଜୀଙ୍କ ସେହି ଲାଇନ ଭାଇରାଲ ହେଉଛି ...ଯେଉଁଥିରେ ସେ କହିଛନ୍ତି ଇନ୍ଦିରା ଗାନ୍ଧୀ ଯେତେବେଳେ ଚନ୍ଦ୍ରରେ ପହଞ୍ଚିଥିଲେ...। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲୋକମାନେ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରୁଛନ୍ତି । ଏହାପୂର୍ବରୁ ଅଗଷ୍ଟ ୨୩ରେ ଚନ୍ଦ୍ରୟାନ୩ର ସପ୍ଟ ଲ୍ୟାଣ୍ଡିଂ ପରେ ମମତା ବାନାର୍ଜୀଙ୍କ ଅନ୍ୟ ଏକ ବୟାନର ଭିଡିଓ ଭାଇରାଲ ହୋଇଥିଲା ଓ ସେତେବେଳେ ବି ତାଙ୍କୁ ସୋସିଆଲ ମିଡିଆରେ ଟାର୍ଗେଟ କରାଯାଇଥିଲା ।

ସେତେବେଳେ କ’ଣ କହିଥିଲେ ମମତା ?

ପଶ୍ଚିମବଙ୍ଗର ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ଭାରତୀୟ ମହାକାଶଚାରୀ ରାକେଶ ଶର୍ମାଙ୍କୁ ଭୁଲରେ ରାକେଶ ରୋଶନ ବୋଲି କହିଥିଲେ ମମତା । ରାକେଶ ରୋଶନ ହେଲେ ବଲିଉଡ ଅଭିନେତା ତଥା ଜଣେ ନାମକରା ଡିରେକ୍ଟର, ଯାହାକୁ ନେଇ ବଢ଼ିଥିଲା ଖୁବ୍‌ ଚର୍ଚ୍ଚା । ମମତା କହିଥିଲେ ଯେ, ସର୍ବପ୍ରଥମେ, ଇସ୍ରୋକୁ ଅଭିନନ୍ଦନ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଚନ୍ଦ୍ରକୁ ଯାତ୍ରା ହୋଇଥିଲା । ସେହି ସମୟରେ ଆମେ ଛୋଟ ଥିଲୁ । ସେତେବେଳେ ରାକେଶ ରୋଶନ ଚନ୍ଦ୍ରରେ ଅବତରଣ କରିଥିଲେ । ଆଉ ମମତାଙ୍କ ସେହି ପଦିଏ ଭାଷଣ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା । ଯାହାକୁ ନେଇ ବଲିଉଡ୍‌ ଅଭିନେତା ରାକେଶ ରୋଶନ ମଧ୍ୟ ଖୁବ୍‌ ଚର୍ଚ୍ଚାରେ ଥିଲେ ।

Mamata Banerjee Indira Gandhi
Advertisment
Advertisment