/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689331779.jpg)
Akhilesh Yadav
STF ର ମାନେ ସ୍ପେଶାଲ ଟାସ୍କ ଫୋର୍ସ ନୁହେଁ ବରଂ ସ୍ପେଶ୍ଲାଲ ଟମାଟୋ ଫୋର୍ସ ରଖାଯାଉ । ଏମିତି କହିଛନ୍ତି ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବ । ସେ ନିଜ ଟ୍ୱିଟର୍ ପେଜ୍ରେ ଏକ ପୋଷ୍ଟରେ ଏଭଳି କ୍ୟାପସନ୍ ଲେଖିଛନ୍ତି । ନିକଟରେ ଉତ୍ତରପ୍ରଦେଶ ଫତେପୁର୍ର ଦୁଇଟି ଦୋକାନରୁ ୨୬ କେଜି ଟମାଟୋ, ୨୫ କିଲୋ ଲଙ୍କା ଏବଂ ୮ କିଲୋ ଅଦା ଚୋରି ହୋଇଥିଲା । ଏହି ମାମଲାରେ ଦୁଇଜଣଙ୍କୁ ପୋଲିସ ବାନ୍ଧିଥିବା ନେଇ ସୂଚନା ମଧ୍ୟ ମିଳିଛି ।
ପୋଲିସର କହିବାନୁଯାୟୀ ଜୁଲାଇ ୧୦ ରେ ଏହି ଘଟଣାଟି ଘଟିଥିଲା । ଦୁଇଟି ଦୋକାନର ମାଲିକ ରାମଜୀ ଓ ନଇମ ଖାନ୍ ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ତା ପରଦିନ ଦୋକାନ ଖୋଲିଲା ବେଳେ ଦେଖିଥିଲେ ଯେ, କିଲୋ କିଲୋ ଟମାଟୋ, ଅଦା ଓ ଲଙ୍କା ଦୋକାନରୁ ଚୋରି ହୋଇଯାଇଛି । ଦୁହେଁ ଏନେଇ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ଦୁହିଁଙ୍କ ଅଭିଯୋଗ ଆଧାରରେ ମାମଲା ମଧ୍ୟ ରୁଜୁ ହୋଇଥିଲା ।
ପୋଲିସ ଉକ୍ତ ମାମଲା ସମ୍ପୃକ୍ତ ଦୁଇ ଅଭିଯୁକ୍ତ କମତା ପ୍ରସାଦ ଓ ମହମ୍ମଦ ଇସଲାମଙ୍କୁ ଗିରଫ କରିଛି । ଏହି ମାମଲା ସାମ୍ନାକୁ ଆସିବା ପରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବ ନିଜ ଟ୍ୱିଟର୍ ପେଜ୍ରେ ସରକାରଙ୍କୁ ଟାର୍ଗେଟ କରି ଲେଖିଛନ୍ତି ଯେ, ‘ସ୍ପେଶାଲ ଟାକ୍ସ ଫୋର୍ସ(STF) ର ନାମ ବଦଳାଇ ସ୍ପେଶାଲ ଟମାଟୋ ଫୋର୍ସ ରଖାଯାଉ’ ।
अब ‘स्पेशल टास्क फ़ोर्स’ (एसटीएफ़) का नाम बदलकर ‘‘स्पेशल टमाटर फ़ोर्स’ कर देना चाहिए। pic.twitter.com/VIPsdU6XVh
— Akhilesh Yadav (@yadavakhilesh) July 13, 2023
ସାରା ଦେଶରେ ଟମାଟୋର ଦର ବୃଦ୍ଧି ନେଇ ବିରୋଧି ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଲେଶ ଯାଦବ ମଧ୍ୟ ପଛରେ ପଡ଼ିନାହାନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)