Advertisment

ମହାମହିମଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ସାଂସଦ:ଅଧୀରଙ୍କୁ ଜାତୀୟ ମହିଳା କମିଶନଙ୍କ ନୋଟିସ୍

ମହଙ୍ଗା ପଡ଼ିଲା ଅଧିରଙ୍କ ‘ରାଷ୍ଟ୍ରପତ୍ନୀ’ ମନ୍ତବ୍ୟ...ଜାତୀୟ ମହିଳା କମିଶନଙ୍କ ନିକଟରେ ହାଜର ହେବାକୁ ନୋଟିସ୍‌ ଜାରି...

author-image
Otv Khabar Bureau
ଅଦ୍ୟତନ ହୋଇଛି
'Rashtrapatni' Row: Women's Panel Issues Notice To Adhir Ranjan Chowdhury

'Rashtrapatni' Row: Women's Panel Issues Notice To Adhir Ranjan Chowdhury

ବିବାଦରେ କଂଗ୍ରେସ୍ ସାଂସଦ ଅଧୀର ରଂଜନ ଚୌଧୁରୀ । ଅଧୀରଙ୍କ ଅପଶବ୍ଦ ପ୍ରୟୋଗ ପ୍ରସଙ୍ଗକୁ ଗୁରୁତର ସହ ନେଇଛନ୍ତି ଜାତୀୟ ମହିଳା କମିଶନ । ଏହି ଘଟଣାରେ ଜାତୀୟ ମହିଳା କମିଶନଙ୍କ ନିକଟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନୋଟିସ୍‌ ଜାରି ହୋଇଛନ୍ତି । ଏଥିସହ ଲିଖିତ ଉତ୍ତର ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଗଷ୍ଟ ୩ ତାରିଖ ଦିନ ସାଢ଼େ ୧୧ଟାରେ ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଛି । ଅଧୀରଙ୍କ ମନ୍ତବ୍ୟ ତାଙ୍କ ମାନସିକତାକୁ ଦର୍ଶାଉଛି ।

Advertisment

ଘଟଣାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଅଧୀରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜାତୀୟ ମହିଳା କମିଶନ କହିଛନ୍ତି । ଗତକାଲି ଅଧୀରଙ୍କ ମନ୍ତବ୍ୟକୁ ନେଇ ସଂସଦରେ ଝଡ ଦେଖିବାକୁ ମିଳିଥିଲା । ଅଧୀର ରଂଜନ କ୍ଷମା ମାଗିବାକୁ ବିଜେପି ସାଂସଦ ମାନେ ଅଡି ବସିଥିଲେ ସେପଟେ ଅପଶବ୍ଦ ପ୍ରୟୋଗ ଉଦ୍ଦେଶ୍ୟମୂଳକ ନଥିଲା, ପାଟିରୁ ଖସିଗଲା ବୋଲି ଅଧୀର କହିଥିଲେ ।

Advertisment

ସୂଚନା ଅନୁସାରେ, ‘ରାଷ୍ଟ୍ରପତ୍ନୀ ବୋଲି ସମ୍ୱୋଧନ କରିଥିଲେ । ଯାହାକୁ ନେଇ ସଂସଦରେ ହଇଚଇ ହୋଇଥିଲା । ରାଷ୍ଟ୍ରପତିଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ନେଇ ତୀବ୍ର ସମାଲୋଚିତ ହେବା ପରେ ଆଜି ସଫେଇ ଦେଇ ଅଧିରରଞ୍ଜନ କହିଛନ୍ତି ଭୁଲ୍‌ରେ ପାଟିରୁ ଖସିଯାଇଥିଲା। ଏଥିପାଇଁ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିବି, କିନ୍ତୁ ବିଜେପିକୁ ନୁହେଁ। ଅପରପକ୍ଷେ ଏହି ପ୍ରସଙ୍ଗରେ ମୁହଁ ଖୋଲି ସୋନିଆ କହିଛନ୍ତି ଅଧୀର ଏ ସଂପର୍କରେ କ୍ଷମା ମାଗି ସାରିଛନ୍ତି।

ଏଣେ ଦିଲ୍ଲୀରେ ଅଧିରରଞ୍ଜନଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଓ଼ଡ଼ିଶାରେ ବି ଝଡ଼। ଭୁବନେଶ୍ୱର ଓ ଝାରସୁଗୁଡ଼ାରେ ବିଜେପିର ହଲ୍ଲାବୋଲ୍, ବିକ୍ଷୋଭ। ବିଧାନସଭାରେ ବି ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ପ୍ରଶ୍ନକାଳ ଆରମ୍ଭରୁ ବିଜେପି ବିଧାୟକମାନେ ଅଧିରରଞ୍ଜନଙ୍କ ମନ୍ତବ୍ୟ ପ୍ରତିବାଦରେ ପ୍ଲାକାର୍ଡ ଧରି ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିବାରୁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରଖିବାକୁ ପଡ଼ିଥିଲା। ଏହାପରେ ଗୃହ ବାହାରେ ମଧ୍ୟ ବିଜେପି ବିଧାୟକମାନେ ବ୍ୟାନର ଓ ପୋଷ୍ଟର ଧରି ପ୍ରତିବାଦ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅପମାନିତ କରିଥିବା ଅଧିରାଜଙ୍କୁ କଂଗ୍ରେସରୁ ବହିଷ୍କାର ସହ ଏଥିପାଇଁ ସୋନିଆ ଓ ରାହୁଲଙ୍କୁ କ୍ଷମା ମାଗିବାକୁ ଦାବି କରିଥିଲା ଦଳ ।

Adhir Ranjan Chowdhry President Draupadi Murmu Rashtrapatni 'Rashtrapatni' Row
Advertisment
Advertisment