/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710325719.jpg)
Dispensing Alcohol
ହ୍ୟାଣ୍ଡ ପମ୍ପରୁ ବାହାରୁଛି ମଦ । କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! ଯାହାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ହ୍ୟାଣ୍ଡ ପମ୍ପରୁ ମଦ ବାହାରୁଥିବା ଦେଖି ପୋଲିସ ଓ ଏକ୍ସାଇଜ୍ ବିଭାଗର ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମଧ୍ୟପ୍ରଦେଶର ଝାନ୍ସୀରେ ମଦ ଲୁଚାଇବା ପାଇଁ ବିରାଟ ଗାତ ଖୋଳା ଯାଇ ସେଥିରେ ହ୍ୟାଣ୍ଡ ପମ୍ପ ଲଗାଯାଇଥିଲା । ଏକ୍ସାଇଜ୍ ବିଭାଗ ଓ ପୋଲିସ ଦ୍ୱାରା ଚଢ଼ାଉ ବେଳେ ମାଟି ତଳେ ଲୁଚାଇ ରଖା ଯାଇଥିବା ମଦ ଜବତ କରାଯାଇଛି ।
ପ୍ରକୃତରେ ବେଆଇନ ମଦ ସମ୍ବନ୍ଧୀୟ ସୂଚନା ପାଇବା ପରେ ଏକ୍ସାଇଜ୍ ବିଭାଗ ଏବଂ ପୋଲିସ ଟିମ୍ ଝାନ୍ସୀର ମୋଠ ଅଞ୍ଚଳରେ ଚଢ଼ାଉ କରିଥିଲେ । ଅପରାଧୀଙ୍କ ମଦ ଲୁଚାଇବାର କୌଶଳ ଦେଖି ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସ୍ଥାନୀୟ ପରଗୈନା ଗାଁର କବୁତରା ଡେରାରେ ଏହି ଘଟଣା ଘଟିଛି ।
#ମାଟି_ତଳେ_ଏମିତି_ରହୁଛି_ମଦ
ମଧ୍ୟପ୍ରଦେଶର ଝାନ୍ସୀରେ ମଦ ଲୁଚାଇବା ପାଇଁ ଅଭିନବ ଉପାୟ । ବିରାଟ ଗାତ ଖୋଳା ଯାଇ ସେଥିରେ ଲଗାଯାଇଛି ହ୍ୟାଣ୍ଡ ପମ୍ପ । #HandPumps#Alcohol#Jhansi#OTVpic.twitter.com/Ij28AQKkMH— ଓଟିଭି (@otvkhabar) March 13, 2024
ଚାଷ ଜମିର ବିଭିନ୍ନ ସ୍ଥାନରେ ହ୍ୟାଣ୍ଡ ପମ୍ପ ଲଗାଯାଇଥିବା ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ହ୍ୟାଣ୍ଡ ପମ୍ପ ମାରିବା ମାତ୍ରେ ପାଣି ବଦଳରେ ମଦ ବାହାରିବା ଆରମ୍ଭ କରିଥିଲା । ମାଟି ଖୋଳିବାରୁ ଏହା ତଳେ ମଦ ଡ୍ରମ୍ ରହିଥିବା ପୋଲିସ ଦେଖିଥିଲେ ।
ଏକ୍ସାଇଜ୍ ଇନ୍ସପେକ୍ଟର ଅଶୋକ ରାମ କହିଛନ୍ତି ଯେ ମିଳିତ ଅପରେସନରେ ୫୦୦ଲିଟର ବେଆଇନ ମଦ ଏବଂ ତିନି ହଜାର କିଲୋଗ୍ରାମ ପୋଚ ଜବତ କରାଯାଇ ନଷ୍ଟ କରାଯାଇଛି । ଦୁଇ ମହିଳା ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି। ରାଜ୍ୟ ପୋଲିସ ପକ୍ଷରୁ ବେଆଇନ ମଦ ବେପାର ଉପରେ କଡ଼ାନଜର ରଖାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)