/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707902936.jpg)
Narendra Modi
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲାଖୋଲି ଚେତାବନୀ । ଦିଲ୍ଲୀରେ କୃଷକ ଆନ୍ଦୋଳନ ଉଗ୍ର ରୂପ ନେଉଥିବା ବେଳେ ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲା ଖୋଲି ଧମକ ଚମକ ଦିଆଯାଇଛି । କିଛି ଚାଷୀ କହିଛନ୍ତି, ଗତ ଥର ମୋଦି ଖସି ପଳାଇ ଆସିଥିଲେ । ଏଥର ପଞ୍ଜାବରେ ପାଦ ଥୋଇଲେ ଆଉ ବର୍ତ୍ତୀପାରିବେ ନାହିଁ । ତେବେ ଚାଷୀଙ୍କ ଏଭଳି ଧମକ ପୂର୍ଣ୍ଣ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଅନେକ ନାପସନ୍ଦ କରିଛନ୍ତି । ଖାଲି ସେତିକି ନୁହେଁ, ପ୍ରଧାନମନ୍ତ୍ରୀଙ୍କୁ ଏଭଳି ଧମକ ଦେଇଥିବାରୁ ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି କିଛି ୟୁଜର ସୋସିଆଲ ମିଡିଆରେ ଦାବି କରିଛନ୍ତି ।
ଅନ୍ୟପଟେ କଂଗ୍ରେସ ପକ୍ଷରୁ ଏହାକୁ ଅଧିକରୁ ଅଧିକ ଭାଇରାଲ କରାଯାଉଥିବା ଦେଖାଯାଇଛି । କଂଗ୍ରେସ ସମର୍ଥକମାନେ ଏଥିରେ ମୋଦିଙ୍କୁ ନାନା ଗାଳି ଗୁଲଜ କରିଥିବା ବେଳେ ମୋଦିଙ୍କ ପ୍ରତି ଅସନ୍ତୋଷ ମଧ୍ୟ ଝାଡ଼ିଛନ୍ତି । ଚାଷୀଙ୍କୁ ମୋଦି ହତାଦର କରୁଛନ୍ତି ବୋଲି କଂଗ୍ରେସ ସମର୍ଥକ କହୁଛନ୍ତି ।
ଅନ୍ୟପଟେ ଆଗକୁ ନିର୍ବାଚନ ଥିବାରୁ ଏହି ଚାଷୀ ଆନ୍ଦୋଳନକୁ କଂଗ୍ରେସ ପ୍ରାୟୋଜିତ ବୋଲି କିଛି ବିଜେପି ସମର୍ଥକ କହିଛନ୍ତି । ଯେଉଁମାନେ ପ୍ରକୃତ ଚାଷୀ ସେମାନଙ୍କ ପାଖରେ ଏତେ ସମୟ ନାହିଁ, ଯେ ସେମାନେ ଦିଲ୍ଲୀ ଆସି ପ୍ରତିବାଦ କରିବେ । ଯେଉଁମାନେ ପ୍ରକୃତ ଚାଷୀ ସେମାନେ ଚାଷ କାମରେ ବ୍ୟସ୍ତ । ଯେଉମାନେ ନିର୍ବାଚନ ସମୟରେ ଆନ୍ଦୋଳନ କରି ସରକାରଙ୍କୁ ବଦନାମ କରୁଛନ୍ତି ସେମାନେ ବିରୋଧୀ ଦଳ ମାନଙ୍କର ପ୍ରରୋଚନାରେ କରୁଛନ୍ତି ବୋଲି ସୋସିଆଲ ମିଡିଆରେ ବିଜେପି ସମର୍ଥକମାନେ କହିଛନ୍ତି ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଓ ଚାଷୀ ସଂଗଠନ ଆନ୍ଦୋଳନରେ ବାହାରିଲାନି ସମାଧାନର ବାଟ । ଆଜି ବି ଦିଲ୍ଲୀରେ ଗର୍ଜୁଛନ୍ତି ବିଭିନ୍ନ ଚାଷୀ ସଂଗଠନ । ପ୍ରାୟ ୨୦ ହଜାର ଚାଷୀ ଦିଲ୍ଲୀ ସୀମାରେ ପହଞ୍ଚିଛନ୍ତି । ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଛି । MSP ଏବଂ କୃଷି ଓ କୃଷକଙ୍କ ସୁରକ୍ଷା ନେଇ ଆଇନ୍ ଆଣିବାକୁ ଦାବି କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ କିଷାନ ମଜଦୁର ମୋର୍ଚ୍ଚା ।
ତେବେ କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଟକଣା ଜାରି କରିଛନ୍ତି କମିଶନର । ମାର୍ଚ୍ଚ ୧୨ ଯାଏଁ ଦିଲ୍ଲୀରେ ବଡ଼ଧରଣର ସମାବେଶ ଉପରେ ରୋକ୍ ଲଗାଯାଇଛି । ରାଜଧାନୀ ଭିତରକୁ ଟ୍ରାକ୍ଟର ପ୍ରବେଶ ବାରଣ କରିବା ସହ ପିସ୍ତଲ, ଜ୍ୱଳନଶୀଳ ପଦାର୍ଥ, ଅସ୍ତ୍ରଶସ୍ତ୍ର ପ୍ରବେଶ ଉପରେ ବି କଟକଣା ଜାରି ହୋଇଛି ।
An alleged farmer, part of so-called #FarmersProtest2024 openly threatens Prime Minister of India with dire consequences if he visits Punjab next time.
"Modi escaped from Punjab last time, if he comes to Punjab this time then he will not be saved"pic.twitter.com/p32HFckOh7
— Megh Updates 🚨™ (@MeghUpdates) February 14, 2024
ଇଟା, ପଥର, ପେଟ୍ରୋଲ ବୋମା ଏବଂ ସୋଡ଼ା ବୋତଲ ଉପରେ ମଧ୍ୟ ପୋଲିସର ନଜର ରହିଛି । କୃଷକଙ୍କୁ ଦିଲ୍ଲୀ ସୀମାରୁ ଦୂରରେ ରଖିବାକୁ ପୋଲିସ କରିଛି ବ୍ୟାପକ ବ୍ୟବସ୍ଥା । ଦିଲ୍ଲୀ-ଉତ୍ତପ୍ରଦେଶ ସୀମାରେ ୧୪୪ ଧାରା ଜାରି କରି ସୁରକ୍ଷା କଡ଼ାକଡ଼ି କରାଯାଇଛି ।
କେନ୍ଦ୍ର ସରକାରଙ୍କ ଠାରୁ MSP ଉପରେ ସ୍ୱତନ୍ତ୍ର ଆଇନ୍ ଚାହୁଁଛନ୍ତି କୃଷକ ସଂଗଠନ । ଏହାକୁ ନେଇ ବହୁ ପୂର୍ବରୁ ଆନ୍ଦୋଳନ କରିଆସୁଛି ଚାଷୀ ସଂଗଠନ । ହେଲେ ବାରମ୍ବାର ଦାବି ସତ୍ତ୍ୱେ ସରକାର ସେମାନଙ୍କ କଥାକୁ କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)