• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାରତ-ଚୀନ ସୀମାନ୍ତରେ ଚୀନ ସେନା ପକ୍ଷରୁ କରାଯାଇନି ସୈନ୍ୟ ଅପସାରଣ । ଚୀନ ଯାହା କହୁଛି ତାହା କରୁନାହିଁ । ବାରମ୍ବାର ସୀମାରେ ଚୀନ ସେନା ତାର ସୈନ୍ୟଙ୍କୁ ଅପସାରଣ କଥା କହୁଥିବାବେଳେ ପ୍ରକୃତ କଥା କିନ୍ତୁ ଭିନ୍ନ । ସୈନ୍ୟ ଅପସାରଣ ବଦଳରେ ସୈନ୍ୟଙ୍କୁ ଅନ୍ୟତ୍ର କିପରି କମ ସମୟରେ ସ୍ଥାନାନ୍ତର କରିହେବ ଏହାକୁ ନେଇ ଭିତ୍ତିଭୂମି ମଜଭୁତ କରୁଛି ଚୀନର ପିପୁଲସ୍ ଲିବେସେସନ ଆର୍ମି PLA ।

ବର୍ତ୍ତମାନ ଭାରତ-ଚୀନ ସୀମାନ୍ତରେ ସ୍ଥିତି ନିୟନ୍ତ୍ରଣାଧିନ କିନ୍ତୁ ଅପ୍ରତ୍ୟାଶିତ ବୋଲି କହିଛନ୍ତି ଭାରତୀୟ ସେନାମୁଖ୍ୟ ଜେନେରେଲ ମନୋଜ ପାଣ୍ଡେ । ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଚୀନ ପ୍ରସଙ୍ଗରେ ଏପରି କହିଛନ୍ତି । ଭାରତୀୟ ସ୍ଥଳସେନା ମୁଖ୍ୟ ଚୀନ ଦୋମୁହାଁ ନୀତି ଆପଣାଉଥିବା । ଚୀନ କଣ କୁହେ ଏବଂ ପରବର୍ତ୍ତୀ ସମୟରେ କଣ କରେ ଏହା ସମ୍ପୂର୍ଣ୍ଣ ଭିନ୍ନ । ଏହା କେବ ଚୀନର ଧୋକାବାଜି ।

ଚୀନ କଣ ସବୁ ପ୍ରତିଶ୍ରୁତି ଦେଉଛି ସେଥିପ୍ରତି ଅଧିକ ଗୁରୁତ୍ୱ ନଦେଇ ସେମାନେ କଣ କରୁଛନ୍ତି ସେଥିପ୍ରତି ସତର୍କ ଦୃଷ୍ଟି ରଖିବାକୁ ପଡିବ । ଦୁଇ ଦେଶ ମଧ୍ୟରେ ସ୍ଥିତିରେ ସୁଧାର ଆଣିବାକୁ ଭାରତ କୂଟନୈତିକ, ରାଜନୈତିକ ଏବଂ ସାମରିକ ସ୍ତରରେ ଆଲୋଚନା ଜାରି ରଖିଛି । ପୂର୍ବ ଲଦ୍ଦାଖ ଅଂଚଳରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାକୁ କମ କରିବାକୁ ପ୍ରୟାସ ଜାରି ରହିଛି । ଏହା ସତ୍ୱେ ମଧ୍ୟ ଚୀନର ପିଏଲ୍ଏ ବାରମ୍ବାର ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଛି ବୋଲି କହିଛନ୍ତି ସେନାମୁଖ୍ୟ ମନୋଜ ପାଣ୍ଡେ ।